ଓ୍ବାର୍କ ଫ୍ରମ ହୋମ ଅଫର ଦେଇ ୧୪ ଲକ୍ଷ ସାଇବର ଠକେଇ ମାମଲା, ଆଉ ୩ ଜଣ ଗିରଫ

ଭୁବନେଶ୍ୱର: ଓ୍ବାର୍କ ଫ୍ରମ ହୋମ ଅଫର ଦେଇ ୧୪ ଲକ୍ଷ ସାଇବର ଠକେଇ ମାମଲା । ଆଉ ୩ ଜଣକୁ ଗିରଫ କଲା ସାଇବର ଥାନା ପୋଲିସ । ଟେଲିଗ୍ରାମ ଟୁଇଟରରେ ଲିଙ୍କ୍ ପଠାଇ ଠକେଇ କରୁଥିଲେ ଠକ । ରାଉରକେଲାରୁ ଜଣେ, ସମ୍ବଲପୁରରୁ ଦୁଇଜଣ ଏବଂ ବାଲେଶ୍ୱରରୁ ଜଣକୁ ଗିରଫ କରିଛି ପୋଲିସ । ପୁରା ଘଟଣାର ମୁଖ୍ୟ ଅଭିଯୁକ୍ତ ଅନିଲ ହେମ୍ବ୍ରମ ଥିଲା ମାଷ୍ଟରମାଇଣ୍ଡ । ଅନିଲ ହିଁ ନେଟଓ୍ବର୍କିଙ୍ଗ କରି ବିଭିନ୍ନ ପିଲାଙ୍କୁ ଏହି ଗ୍ରୁପ ରେ ମିଶାଇ ଲୋକ ମାନଙ୍କୁ ଲୁଟୁଥିଲା । ଅଭିଯୁକ୍ତଙ୍କ ନିକଟରୁ ୧୮ଟି ଦାମୀ ଫୋନ, ୩୬ ଟି ସିମ୍, ଗୋଟିଏ ଭର୍ଚୁଆଲ ସିମ, ୧୨ଟି ଚେକବୁକ୍, ୧୩ ଟି ଡେବିଟ କାର୍ଡ ଜବତ ହୋଇଛି ।

ଠକଙ୍କ ଆକାଉଣ୍ଟରେ ଥିବା ୬ ଲକ୍ଷ ୩୨ ହଜାର ୮୦୦ ଟଙ୍କା ଫ୍ରିଜ୍ କରିଛି ସାଇବର ଥାନା ପୋଲିସ୍ । ଗତ ସୋମବାର ପୂର୍ବଦିନ ଗ୍ୟାଙ୍ଗ ମୁଖିଆ ଅନିଲ ହେମ୍ରମକୁ ଗିରଫ କରିଥିଲା ପୋଲିସ୍ । ଠକେଇ ଟଙ୍କା ବାହାଘର ଖର୍ଚ୍ଚ କରିଥିଲା । ବାହାଘର ପୁର୍ବରୁ ଅନିଲକୁ ଉଠାଇ ନେଇଥିଲା ପୋଲିସ । ଅନିଲକୁ ରିମାଣ୍ଡରେ ଆଣି ସତ ଉଗାରିଛି ପୋଲିସ । ଏବେ ସୁଦ୍ଧା ୪୫ ଜଣକ ଠାରୁ ଠକେଇ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସାଇବର ପୋଲିସ