ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିପାରିଲାନି ଦୁଇଥରର ବିଶ୍ୱବିଜେତା ୱେଷ୍ଟଇଣ୍ଡିଜ୍

ନନ୍ଦିଘୋଷ ବ୍ୟୁରୋ: ଦୁଇଥରର ବିଶ୍ୱ ଚାମ୍ପିଅନ ୱେଷ୍ଟଇଣ୍ଡିଜର ଚଳିତଥର ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଛି । ଦଳ ଚଳିତ ବିଶ୍ୱକପ୍ ଖେଳିବା ପାଇଁ କ୍ୱାଲିଫାଏ କରିପାରିନାହିଁ । ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ସ୍କଟଲାଣ୍ଡ ୭ ୱିକେଟରେ ହରାଇଛି । ଏହା ପ୍ରଥମଥର ଅଟେ ଯେବେ ଦଳ ବିଶ୍ୱକପରେ ଖେଳିବ ନାହିଁ । ୱେଷ୍ଟଇଣ୍ଡିଜ ବିଶ୍ୱକପର ପ୍ରଥମ ଦୁଇଟି ସିଜିନରେ ଟାଇଟଲ ଜିତିଛି । ୧୯୭୫ ଏବଂ ୧୯୭୯ରେ ଚାମ୍ପିଅନ ହୋଇଥିଲା ଦଳ । ହରାରେ ସ୍ପୋର୍ଟ୍ସ କ୍ଲବରେ ଶନିବାର ଖେଳାଯାଇଥିବା ମୁକାବିଲାରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୮୧ ରନ୍ ବନାଇଥିଲା ।

ବିଜୟ ପାଇଁ ଆବଶ୍ୟକୀୟ ରନକୁ ସ୍କଟଲାଣ୍ଡକୁ ୪୩.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି । ସ୍କଟଲାଣ୍ଡର ବ୍ରାଣ୍ଡନ ମ୍ୟାକମୁଲେନ ଓଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ପ୍ରଥମେ ୱେଷ୍ଟଇଣ୍ଡିଜର ତିନି ଜଣଙ୍କୁ ଆଉଟ୍ କରିଥିଲେ । ପରେ ୬୯ ରନର ଇନିଂସ ଖେଳି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଛି । ପ୍ରକାଶଥାଉକି, ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଚଳିତଥର ଭାରତ ଏହାର ଆୟୋଜନ କରୁଛି ।