ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା, ଗୋଟି ପହଣ୍ଡିରେ ଯାଇ ରତ୍ନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତି

ଚାନ୍ଦିପୁର: ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଘୋଷଯାତ୍ରାର ଶେଷ ଦିନରେ ଗୋଟି ପହଣ୍ଡିରେ ଯାଇ ରତ୍ନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତି । ପ୍ରଥମେ ସୁଦର୍ଶନ ପରେ ବଡ଼ ଠାକୁର ବଳଭଦ୍ର ଓ ତାପରେ ମହାମାୟୀ ଭଉଣୀ ସୁଭଦ୍ରା ରତ୍ନବେଦୀକୁ ବିଜେ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଭକ୍ତଙ୍କ ଗହଣରେ ହଲିଝୁଲି ଶ୍ରମନ୍ଦୀର ଅଭିମୁଖେ ଯାତ୍ରା କରିଥିଲେ ମହାପ୍ରଭୁ । ଏହିସମୟରେ ସିଂହଦ୍ୱାର ବନ୍ଦ କରିଥିଲେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିଥିଲେ ଶ୍ରୀ ଜଗନ୍ନାଥ । ନିଳାଦ୍ରୀ ବିଜେରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଗଣ ।