spot_img
Home Blog Page 2906

ଫେସବୁକରେ ଶ୍ରୀଧରରୁ ଶିବାନୀ ହୋଇ ଠକିଥିଲା ୩୫ ଲକ୍ଷ, ଏବେ ବାନ୍ଧିଲା ସାଇବର ପୋଲିସ

ଭୁବନେଶ୍ୱର: ସାଇବର ଥାନା ପୋଲିସ ହାତରେ ସିଷ୍ଟର ଶିବାନୀ । ଠକେଇ ପାଇଁ ଗାର୍ଲଫ୍ରେଣ୍ଡକୁ ମୋହରା । ଧନ ସୁନା କହୁଥିଲେ, ହେଲେ ଧରା ଦେଉନଥିଲେ। ବାପାଙ୍କ ଦେହ ଖରାପ କହି ବାହାନା କରୁଥିଲେ । ଠକ ଜଣକ ଯୁବତୀ ନଥିଲେ ଥିଲେ ଯୁବକ। ଏଭଳି ଏକ ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ । 35 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ବ୍ରହ୍ମପୁରର ଶ୍ରୀଧର ମହାରଣା । ଫେସବୁକରେ ଶ୍ରୀଧର ବନିଯାଇଥିଲା ଶିବାନୀ ପଣ୍ଡା । ଫେକ ଆଇଡି କରି ସୁନ୍ଦରପଦାର ଅଙ୍କିତ କୁମାର ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ଫସେଇଥିଲା ଠକ । ଯୁବକ ଜଣକ ନିଜକୁ ଡାକ୍ତରୀ ଛାତ୍ରୀ ବୋଲି ଇଞ୍ଜିନିୟରଙ୍କୁ ପରିଚୟ ଦେଇଥିଲା । ବର୍ଷେ ହେଲା ଯୁବତୀ ପରିଚୟରେ କଥା ହେଉଥିଲା ।

ଦେଖା କରିବାକୁ ଡାକିଲେ ବାହାନା କରି ଦେଖା ଦେଉନଥିଲେ । ନିଜ ଗାର୍ଲଫ୍ରେଣ୍ଡ ଦ୍ବାରା ପ୍ରେମର ଭଏସ ମେସଜ ପଠାଉଥିଲା । ବାହା ହେବା ପାଇଁ ବି କଥା ହୋଇଥିଲା । ବାପା ଆର୍ମିରେ ଥିବା କହିଥିଲା ଠକ ଶ୍ରୀଧର । ମିଛରେ ବାପାଙ୍କ ଦେଖ ଖରାପ କହି ବିଭିନ୍ନ ସମୟରେ ବାହାନା କରି ଇଞ୍ଜିନିୟରଙ୍କ ଠାରୁ ଫୋନ ପେରେ 35 ଲକ୍ଷ ଟଙ୍କା ନେଇଥିଲା । ଇଞ୍ଜିନିୟର ଜଣଙ୍କ ଠକେଇର ଶିକାର ହେବ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ କଟକରୁ ଗିରଫ କରିଛି ପୋଲିସ । ଠକେଇ ଟଙ୍କାରେ ବେଟିଂ ଆପରେ ପ୍ରାୟ 28 ଲକ୍ଷ ଟଙ୍କା ବିନିଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସନେଇ ତଦନ୍ତ କରାଯାଉଛି । ଆବଶ୍ୟକ ହେଲେ ଶ୍ରୀଧରକୁ ରିମାଣ୍ଡରେ ଆଣିବ ପୋଲିସ ।

ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ, ଖାଇବା ଦ୍ୱାରା ବଢ଼ିଥାଏ ଶରୀରର ଇମ୍ୟୁନିଟି

ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ। ଏହା ସବୁ ପ୍ରକାରର ପନିପରିବା ଠାରୁ ଲାଭଦାୟକ ହୋଇଥାଏ । କେହି କେହି ଏହାକୁ ସ୍ୱିଟ ପୋଟାଟୋ ମଧ୍ୟ କହନ୍ତି । ଯେମିତି ମିଠା ଏହାର ସ୍ୱାଦ ଥାଏ ସେମିତି ଲାଭଦାୟକ ଶରୀର ପାଇଁ ହୋଇଥାଏ । ତେବେ ଜାଣନ୍ତୁ କନ୍ଦମୂଳ ଖାଇବା ଦ୍ୱାରା କେଉଁ କେଉଁ ରୋଗ ହୋଇନଥାଏ । ଆପଣ ଜାଣନ୍ତି କି, ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ୧୪ ବର୍ଷ ବନବାସ ସମୟରେ କନ୍ଦମୂଳ ଖାଇ ରହିଥିଲେ । କନ୍ଦମୂଳରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍ ଏବଂ ଫାଇବର ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ ।

କନ୍ଦମୂଳ ଖାଇବା ଦ୍ୱାରା ରୋଗ ପାଖକୁ ଆସିନଥାଏ । କନ୍ଦମୂଳରେ ଅଧିକାଂଶ ଆଇରନ ଥିବାରୁ ରକ୍ତହୀନତା ହ୍ରାସ ପାଇଥାଏ । ଅସ୍ଥାମାରୁ ରକ୍ଷା କରିଥାଏ କନ୍ଦମୂଳ । ଶରୀରକୁ ଗରମ ରଖିବା ସହ ଏଥିରେ ଥିବା ଭିଟାମିନ ସି ଫୁସଫୁସ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ । କନ୍ଦମୂଳ ଫାଇବର ଯୁକ୍ତ ଭୋଜନ ଅଟେ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ଭଲ ହୋଇଥାଏ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ବ୍ଲଡରେ ଥିବା ଦୂଷିତ କୋଲେଷ୍ଟ୍ରୋଲ କମିବାକୁ ଲାଗିଥାଏ । ଏବଂ ହାଡ ମଜବୁତ କରିଥାଏ ।

ବିଶ୍ୱ ଦରବାରରେ ବଢିଲା ଓଡ଼ିଶାର ଗୌରବ, ଜି୨୦ ସମ୍ମିଳନୀରେ କୋଣାର୍କର ଚାରୁକଳା ଦେଖିଲା ବିଶ୍ୱ

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ବଢିଲା ଓଡ଼ିଶାର ଗୌରବ । ଉତ୍କଳୀୟ କଳାର ଅନ୍ୟତମ ପ୍ରାଣକେନ୍ଦ୍ର କୁହାଯାଉଥିବା କୋଣାର୍କର ଚାରୁକଳାକୁ ଦେଖିଛି ବିଶ୍ବ । ନୂଆଦିଲ୍ଲୀରେ ଆୟୋଜିତ ଗ୍ରୁପ ୨୦ ସମ୍ମିଳନୀ ଅବସରରେ କୋଣାର୍କର ଏକ ଚକର ପ୍ରତିକୃତି ବ୍ୟାକଡ୍ରପରେ ବିଶ୍ବ ନେତାଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତାଙ୍କୁ ସେ ସ୍ବାଗତ କରିଛନ୍ତି ।

ଚାରୁକାରୁକଳାର ବିମୁଗ୍ଧ ସଂରଚନା ଦେଖି ଅଭିଭୂତ ହୋଇଥିଲେ ଅତିଥି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ କଳାକୃତି ସମ୍ପର୍କରେ ବୁଝାଇଥିଲେ ମୋଦି । ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପର ଏକ ସ୍ବତନ୍ତ୍ର ସ୍ଥାନରେ ଅବସ୍ଥାପିତ ହୋଇଥିଲା ବିଶ୍ବପ୍ରସିଦ୍ଧ କୋଣାର୍କର ଚକ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବିଶ୍ବପ୍ରସିଦ୍ଧ କୋଣାର୍କକୁ ପ୍ରତିବର୍ଷ ଦେଶବିଦଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଥିବାବେଳେ ଖୁବ୍ ନିକଟରୁ ପ୍ରସିଦ୍ଧ କଳାର ଝଲକ ଦେଖି ବିମୋହିତ ହୋଇଥିଲେ ବିଶ୍ବନେତା ।

ଭାରତର ପ୍ରସ୍ତାବ କ୍ରମେ ଜି-୨୦ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକାନ ୟୁନିୟନ

ନୂଆଦିଲ୍ଲୀ: ଭାରତରେ ଶନିବାର ଜି-୨୦ ଶିଖର ସମ୍ମିଳନୀର ଦୁଇ ଦିବସୀୟ ଅଧିବେଶନର ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ପ୍ରତିନିଧି ଏବଂ ରାଷ୍ଟ୍ରଅଧ୍ୟକ୍ଷଙ୍କୁ ଆୟୋଜନ ସ୍ଥଳ ଭାରତ ମଣ୍ଡପମରେ ସ୍ୱାଗତ କରିଥିଲେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ଗ୍ରୁପ ୨୦ ମହାକୁମ୍ଭ ଜାରି ରହିଛି । ମହାସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାନାମା ହୋଇଛି ଗୃହିତ । ବିଭିନ୍ନ ଦ୍ବିପାକ୍ଷିକ ସମ୍ପର୍କ, ସହଭାଗିତା, ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଅର୍ଥନୈତିକ ସହଯୋଗ ଆଦି ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ର ରଖିଛନ୍ତି ମତ । ତେଣେ ଏକ ଐତିହାସିକ ଘଟଣାକ୍ରମେ ଆଫ୍ରିକାନ ୟୁନିଅନକୁ ଗ୍ରୁପ ୨୦ରେ କରାଯାଇଛି ସାମିଲ ।

ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନୀ ଭାଷଣ ସହ ଏହି ସମ୍ମିଳନୀର ଏଜେଣ୍ଡା ନିର୍ଦ୍ଧାରିତ କରିଥିଲେ ଏବଂ ଶେଷରେ ସେ ଦୁଇଥର ହାତୁଡ଼ି ଟେବୁଲ ଉପରେ ମାରିଥିଲେ ଏଥିସହିତ ଜଣେ ବ୍ୟକ୍ତି ଆସିଥିଲେ ଏବଂ ସମ୍ପୂର୍ଣ୍ଣ ହଲ୍ ତାଳିରେ ଗୁଞ୍ଜରିତ ହୋଇ ଉଠିଥିଲା । ସେହି ବ୍ୟକ୍ତିଜଣଙ୍କୁ ପ୍ରଧାନମନ୍ତ୍ରୀ କରମର୍ଦ୍ଦନ କରିଥିଲେ । ତେବେ ସେହି ବ୍ୟକ୍ତି ଆଉ କେହି ନୁହନ୍ତି ବରଂ ୫୫ ଆଫ୍ରିକୀୟ ଦେଶର ସଂଘର ପ୍ରତିନିଧିତ୍ୱ କରୁଥିବା ଆଫ୍ରିକୀୟ ୟୁନିୟନର ଅଧ୍ୟକ୍ଷ ଅଜାଲି ଅସୌମାନୀ ଥିଲେ । ପ୍ରଧାନମନ୍ତ୍ରୀ ଶନିବାର ଆଫ୍ରିକୀୟ ୟୁନିୟନକୁ ଅଫିସିଆଲ ଭାବେ ଜି୨୦ର ସ୍ଥାୟୀ ସଦସ୍ୟ ବନାଇବାକୁ ନେଇ ପକ୍ଷ ରଖିବା ସହ ପ୍ରସ୍ତାବ ଆଗତ କରିଥିଲେ ।

ଏହି ପ୍ରସ୍ତାବକୁ ସମସ୍ତ ଦେଶ ଏକମତରେ ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପରମ୍ପରା ମୁତାବିକ ପ୍ରେସିଡେଣ୍ଟ ହିସାବରେ ଦୁଇଥର ହାତୁଡ଼ି ପିଟି ଏହାର ଅଧିକାରିକ ପୃଷ୍ଟି କରିଥିଲେ । ସେ ଏପରି କରିବା କ୍ଷଣି ସମ୍ପୂର୍ଣ୍ଣ ହଲ୍ ତାଳିରେ ଫାଟିପଡ଼ିଥିଲା । ଏଥିସହିତ ହିଁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଅଜାଲୀ ଅସୌମାନୀଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କୁ ଜି୨୦ର ଗୋଲ୍ ଟେବୁଲର ସ୍ଥାୟୀ ସଦସ୍ୟଙ୍କ ପ୍ରଥମ ପଙ୍କତିରେ ବସାଇ ଦେଇଥିଲେ । ତେବେ ଆଫ୍ରିକାନ ୟୁନିୟନ ଜି-୨୦ରେ ସାମିଲ ହେବା ଏକ ବଡ଼ ସଫଳତା ବୋଲି ମଣାଯାଉଛି । କାରଣ ୫୫ ଆଫ୍ରିକୀୟ ଦେଶର ପ୍ରତିନିଧିତ୍ୱ କରୁଛି ଆଫ୍ରିକାନ ୟୁନିୟନ (ଏୟୁ) ।

ଯାହା କି ମୋଟ ଜୈବ ବିବିଧତାର ଏକ ବଡ଼ ଭାଗର ପ୍ରତିନିଧିତ୍ୱ କରିଥାଏ । ୨୧ତମ ଶତାବ୍ଦୀରେ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ପୂରଣ କରିବା ପାଇଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏୟୁର ସମସ୍ତ ମାଧ୍ୟମ ଉପଲବ୍ଧ ରହିଛି । ଆଫ୍ରିକୀୟ ମହାଦେଶରେ ବିଶ୍ୱର ଅକ୍ଷୟ ଶକ୍ତିର ୬୦ ପ୍ରତିଶତ ଉତ୍ପାଦନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ରହିଛି । ଏଥିରେ ୩୦ ପ୍ରତିଶତରୁ ଅଧିକ ଖଣିଜ ପ୍ରଦାର୍ଥ ଅଛି ଯାହା ଅକ୍ଷୟ ଏବଂ ନିମ୍ନ ଅଙ୍ଗାରକାମ୍ଳ ପ୍ରଯୁକ୍ତିବିଦ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଫ୍ରିକୀୟ ୟୁନିୟନର ମୁଖ୍ୟ ସ୍ରୋତରେ ଯୋଗଦେବା ବିଶ୍ୱ ତଥା ଆଫ୍ରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

 

ପୋଲିସ ଟ୍ରେନିଂ କଲେଜ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଅନୁଗୁଳ: ସ୍ଥାନୀୟ ପୁଲିସ ଟ୍ରେନିଂ କଲେଜ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୨ଶହରୁ ଅଧିକ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଛନ୍ତି । ପୋଲିସ ଟ୍ରେନିଂ କଲେଜ ୮୬ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତଦାନ ମହତ ଦାନ ଭଳି ମହତ୍ବ ଉଦ୍ଦେଶ୍ୟରେ ରକ୍ତଦାନ କରିଛନ୍ତି । ଏଭଳି କାର୍ଯ୍ୟକ୍ରମର ଆୟୋଜନ ପଛରେ ମୁଖ୍ୟ ଉଦ୍ଦେଶ୍ୟ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଛାତ୍ରୀ

ମାହାଙ୍ଗା: ମହିଳା ମହାବିଦ୍ୟାଳୟ ନୂତନ ଛାତ୍ରୀ ନିବାସ ଓ ଶ୍ରେଣୀ ଗୃହ ଉଦଘାଟନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଛାତ୍ରୀ । କଟକ ଜିଲ୍ଲା ମାହାଙ୍ଗା ମହିଳା ମହାବିଦ୍ୟାଳୟ ପରିସରରେ ୫୦ଲକ୍ଷରୁ ଉର୍ଦ୍ଧ ବ୍ୟୟରେ ନୂତନ ଛାତ୍ରୀ ନିବାସ ସହ ବିଭିନ୍ନ ବିଭାଗର ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା । ଏଥିସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରୀ ଓ ଅଧ୍ୟାପିକା, ଅଧ୍ୟାପକ ମାନଙ୍କ ସହ ଆଲୋଚନା କରିଥିଲେ। ଏନେଇ ମହାବିଦ୍ୟାଳୟ ଛାତ୍ରୀ ମାନେ ବେଶ ଖୁସି ଜାହିର କରିବା ସହ ସେମାନଙ୍କ ପାଠପଢା ସମସ୍ୟା ଦୂର ହୋଇପାରିବ। ଏଥି ସହ ଦୂର ଦୁରାନ୍ତରୁ ଛାତ୍ରୀଙ୍କ ଯାତାୟତ ସମସ୍ୟା ଦୂର ହେବା ସହ ଛାତ୍ରୀ ନିବାସରେ ରହି ଭଲଭାବେ ପାଠ ପଢ଼ି ପରିବା ନେଇ ସ୍ଥାନୀୟ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମରକ୍କୋରେ ଭୁଶୁଡ଼ିଲା ବଡ଼ ବଡ଼ କୋଠା, ମୃତ୍ୟୁ ସଂଖ୍ୟା ୬୦୦ ପାର୍

ମରକ୍କୋ: ଭୂକମ୍ପରେ ଥରିଲା ମରକ୍କୋ । ତୁର୍କୀ ପରେ ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୮ । ଭୁଶୁଡ଼ିଲା ବଡ଼ ବଡ଼ କୋଠା । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଛି। ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ।

ଆଫ୍ରିକୀୟ ଦେଶ ମରକ୍କୋରେ ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିବା ସୂଚନା ମିଲିଛି । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍‌ରେ ଏହା ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୧୨୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ ।

ୟୁଏସଜିଏସଏ ଅନୁସାରେ ୧୯୦୦ ମସିହାରେ ଏହି ଅଞ୍ଚଳ ୫ଶହ କିଲୋମିଟର କ୍ଷେତ୍ରରେ ବଡ଼ଧରଣର ଭୂକମ୍ପ ଆସିନଥିଲା। ଏହା ଏମ-5 ଲେବଲର ୯ ଭୂକମ୍ପ ହୋଇଛି। ଦ୍ବିତୀୟ ଭୂକମ୍ପ ଆଶଙ୍କା ଥିବାରୁ ଭୟଭୀତ ଅଛନ୍ତି ଲୋକ। ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା। ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୭.୮ ଥିଲା ଭୂକମ୍ପର ତୀବ୍ରତା । ଚାରି ଥର ଭୂମିକମ୍ପ ତୁର୍କୀକୁ ବିଧ୍ବଂସ କରିଦେଇଥିଲା।

ସେପ୍ଟେମ୍ବର ୧୧ ତାରିଖରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହା ୩୭ରୁ ୪୦ ଦିନ ଚାଲିବ । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀରୁ ନାଁ ଆସିବ । ଏହାକୁ ପରିଚାଳନା କରିବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସହଯୋଗ କରିବେ ସାଂସଦ ସସ୍ମିତ ପାତ୍ର ଓ ପ୍ୟାନେଲିଷ୍ଟ । ଦଳର ବରିଷ୍ଠ ନେତା ବି ରହିବେ ।  ଯୁବ ଓ ଛାତ୍ରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ବିଧାୟକ ପ୍ରଣବ ବଳବନ୍ତରାୟ । ମହାବାତ୍ୟା ପରେ ଆସିଥିବା ଚ୍ୟାଲେଞ୍ଜର ମୁକାବିଲା କରି ବିଜେଡି ସରକାର ସଫଳ କାହାଣୀ ଲେଖିଛନ୍ତି । ୨୦୩୬ରେ ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂରିବ । ରାଜ୍ୟ ସରକାର ବହୁ ସଫଳ କାମ କରିଛନ୍ତି ବୋଲି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ପୁଅ ମନ୍ମଥଙ୍କୁ ନିଲମ୍ବନ ପ୍ରସଙ୍ଗରେ ରାଗିଲେ ସୁର, କହିଲେ ବିସ୍ଫୋରଣ କରିବି କେହି ସମ୍ଭାଳି ପାରିବେନି

ଭୁବନେଶ୍ବର: କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବନ ପ୍ରସଙ୍ଗ । ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦଳ ଉପରେ ବର୍ଷିଛନ୍ତି । ସାନପୁଅକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । ମୋତେ ଦଳ ଅପମାନ କରିଛି । ନିଲମ୍ବନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଦଳ ଭିତରେ କିଏ ବୋଲି ସୁର ପ୍ରଶ୍ନ କରିଛନ୍ତି । ମନ୍ମଥ କିଛି ଭୁଲ କରିନାହିଁ, ଠିକ୍‌ ସମୟରେ ଜବାବ ଦିଆଯିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଦଳକୁ କିଣି ରଖିଥିବା କହିଛନ୍ତି ସୁରେଶ । କମିଟିରେ ମନଇଛା ଲୋକଙ୍କୁ ରଖାଯାଇଛି । ଯେଉଁମାନେ କଂଗ୍ରେସ କମିଟିରେ ଅଛନ୍ତି ସେମାନେ, ଦିନେ ହେଲେ କଂଗ୍ରେସ ଅଫିସ ଆସୁନାହାନ୍ତି । ଏହାଛଡ଼ା ଦଳରେ କଣ ଚାଲିଛି ସବୁ ଜାଣିଛି , ଛିନଛତ୍ର କରିବାକୁ କମ୍ ସମୟ ଲାଗିବ ବୋଲି କହିଛନ୍ତି ସୁର  ।

ସୌମ୍ୟଙ୍କୁ ପ୍ରତାପଙ୍କ ସମାଲୋଚନା, କହିଲେ ଦଳ ଛାଡ଼, ସମ୍ପାଦକୀୟ ଲେଖ

ଭୁବନେଶ୍ବର: ବିଜେଡିକୁ ବ୍ଲାକମେଲ କରୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ନିଜ ନିଜର ମତ ରଖିପାରିବେ । ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ  ହୋଇ ମଧ୍ୟ ବାରମ୍ବାର ଦଳ ଏବଂ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଯାହାକୁ ବ୍ଲାକମେଲ ବୋଲି କୁହାଯାଏ ।  ସେ ଉଦ୍ଦେଶ୍ୟମୂଳକଭାବେ ଦଳ ବିରୋଧରେ ଲେଖୁଛନ୍ତି । ଯଦି କିଛି କହିବାର ଅଛି ତାହେଲେ ଦଳୀୟ ପ୍ଲାଟଫର୍ମରେ କୁହନ୍ତୁ । ଯଦି ଦଳ କଥା ମାନୁନାହାନ୍ତି ତାହାଲେ ଦଳରୁ ଇସ୍ତଫା ଦେଇଦିଅନ୍ତୁ ଏବଂ ସମ୍ପାଦକୀୟ ଲେଖନ୍ତୁ ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।