spot_img
Home Blog Page 2860

‘ଇଣ୍ଡିଆ’ର ଗାଇଡଲାଇନ, ବିରୋଧୀ ଦଳ ନେତାଙ୍କୁ ଲାଲୁ କହିଲେ ଗୋଡ଼ ଟଣାଟଣି ବନ୍ଦ ହେଉ

ନନ୍ଦିଘୋଷ ବ୍ୟୁରୋ: ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକ ସରିବା ପରେ ମହାମେଣ୍ଟକୁ ଏକ ନୂଆ ନାଁ ମିଳିଯାଇଛି  । ନାଁ  ମିଳିବା ପରେ ବିରୋଧୀ ମେଳି ପରସ୍ପର ପାଇଁ କିଛି ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି  । ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ମେଳି ପରସ୍ପରକୁ କଟାକ୍ଷ କରିବା ଘଟଣା ଅତୀତରେ ଦେଖିବାକୁ ମିଳିଛି  । ପରସ୍ପରକୁ ଟାର୍ଗେଟ କରିବା ଘଟଣା ଏବେ ଏନଡିଏକୁ ପାୱାର ଯୋଗାଇବା ଲକ୍ଷ୍ୟ କରି କିଛି ନୂଆ ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଦଳ ।

ବିରୋଧୀ ମେଳିର ନାଁ ଇଣ୍ଡିଆ ରଖାଯାଇଥିବାବେଳେ ପରସ୍ପର ସହ ସମନ୍ବୟ ଓ ସହଯୋଗ ରଖିବା ପାଇଁ ଜଣେ ସଂଯୋଜକଙ୍କୁ ଦାୟିତ୍ବ ଦେବାପାଇଁ ନିଷ୍ପତ୍ତି ହୋଇଛି  । ସୋନିଆ ଗାନ୍ଧୀ କିମ୍ବା ନିତିଶ କୁମାରଙ୍କ ମଧ୍ୟରୁ କାହାକୁ ବି ଏହି ଦାୟିତ୍ବ ମିଳିପାରେ  । ସୋନିଆ ଗାନ୍ଧୀଙ୍କୁ ସମର୍ଥନ ଦେବାରେ କୌଣସି ବିରୋଧୀ ଦଳଙ୍କ ଆପତ୍ତି ନଥିବା  ଜଣାପଡୁଛି  ।

ସେହିପରି ବିରୋଧୀ ଦଳ ପରସ୍ପର ମଧ୍ୟରେ ଥିବା ତିକ୍ତତାକୁ ଭୁଲି ଯେପରି ଟାର୍ଗେଟ ନ କରିବେ ସେ ନେଇ ବୈଠକରେ ନିଷ୍ପତ୍ତି ହୋଇଛି  । ବୈଠକରେ ବରିଷ୍ଠ ନେତା ଲାଲୁ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭରପୁର ସମର୍ଥନ କରିଛନ୍ତି  । କଂଗ୍ରେସ ଓ ତାର ନେତାମାନେ ମମତାଙ୍କ ବିରୋଧରେ ବୟାନ ନ ଦେବାକୁ ସେ ନିବେଦନ କରିଛନ୍ତି  । ବାମଦଳକୁ ବି ସେ ମଧ୍ୟ ସମାନ ଅନୁରୋଧ କରିଛନ୍ତି  ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ଏହି ବୈଠକରେ ସୋନିଆ ଗାନ୍ଧୀ ଓ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି  । ବୈଠକରେ ଉଭୟଙ୍କୁ ୨୦ ମିନିଟ ଧରି କଥା ହେଉଥିବା ଦେଖିବାକୁ ମିଳିଛି  । ବାମଦଳ ଓ କଂଗ୍ରେସ ମେଣ୍ଟ ସହ ଲଢେଇ କରି ମମତାଙ୍କ ଟିଏମସି ପଞ୍ଚାୟତ ନିର୍ବାଚନରେ ବାଜିମାତ କରିଛି  ।

ଉତ୍ତରରୁ ପଶ୍ଚିମ ଭାରତ ସବୁଠି ଜଳପ୍ରଳୟ, ବୁଡ଼ିଛି ଘର ଓ ରାସ୍ତାରେ ଭାସୁଛି କାର୍

ନୂଆଦିଲ୍ଲୀ: ପଶ୍ଚିମରୁ ଉତ୍ତର ସବୁଠି ଜଳ ପ୍ରଳୟର ଚିତ୍ର । ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ । ଗୁଜରାଟରୁ ମହାରାଷ୍ଟ୍ର, ଦିଲ୍ଲୀରୁ ଜାମ୍ମୁ-କାଶ୍ମୀର ସବୁ ଆଡ଼େ ବନ୍ୟା ବିପତ୍ତି । ବର୍ଷା ପରେ ଗୁଜରାଟ ଅଧିକାଂଶ ଜିଲ୍ଲା ଜଳମଗ୍ନ । ସହରରୁ ଗାଁ ସବୁଠି ଜଳାର୍ଣ୍ଣବ ସ୍ଥିତି । ବୁଡ଼ିଛି ଘର, ରାସ୍ତାରେ ଭାସୁଛି ଶହ ଶହ କାର୍ । ଲଗାଣ ବର୍ଷା ଯୋଗୁ ରାଜକୋଟ, ସୁରଟ, ଗିରି ସୋମନାଥ ଆଦି ଜିଲ୍ଲାରେ କିଛି ଘଣ୍ଟାରେ ୩ ଶହ ମିମି ବର୍ଷା ପରେ ଓ୍ବାଟରଲଗିଂ ସ୍ଥିତି ଉପୁଜିଛି । ଆଜି ସୌରାଷ୍ଟ୍ର ସମେତ ଅନ୍ୟ କିଛି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରେସ୍କ୍ୟୁ ପାଇଁ ଏନଡିଆରଏଫ ଓ ଏସଡିଆରଏଫ୍ ଟିମକୁ ଆଲର୍ଟରେ ରଖାଯାଛି ।

ସେପଟେ ଯମୁନା ଜଳସ୍ତର ବୃଦ୍ଧି ଯୋଗୁ ତାଜମହଲ ପାଚେରି ଛୁଇଁଛି ବନ୍ୟାଜଳ । ପର୍ଯ୍ୟଟକମାନେ ତାଜମହଲ ଉପରେ ବନ୍ୟାପାଣିର ଫଟୋ ଉଠାଉଥିବା ଦେଖାଯାଛି । ମହାରାଷ୍ଟ୍ରରେ ବି ପ୍ରବଳ ବର୍ଷା ଯୋଗୁ କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଅନ୍ୟପଟେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାମ୍ମୁ-କାଶ୍ମୀରରେ ସ୍ଥିତି ଗମ୍ଭୀର ହୋଇଛି । ପ୍ରବଳ ବର୍ଷା ପରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । କାଠୁଆ ଜିଲ୍ଲାରେ ୬ରୁ ଅଧିକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି । ସାରମୋଲିଠାରେ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାମ୍ମୁ-ଶ୍ରୀନଗର ହାଇଓ୍ବେର ଗୋଟିଏ ପଟେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ସପ୍ତାହେ ପରେ ଦିଲ୍ଲୀରେ ବନ୍ୟାସ୍ଥିତିରେ ସୁଧାର ଆସିଛି । ପାଣି ଛାଡ଼ିବା ପରେ ଅଧିକାଂଶ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ହୋଇଛି । ଆସାମର କିଛି ଜିଲ୍ଲା ଏବେ ବି ପାଣିଘେରରେ ରହିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଯୋଗାଣ ସହ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ଉତ୍ତରାଖଣ୍ଡ ଚମୋଲିରେ ବିଦ୍ୟୁତ୍ ହରର, କରେଣ୍ଟ ଲାଗି ୪ ପୋଲିସ ସମେତ ୧୫ ମୃତ

ଚମୋଲି: ଉତ୍ତରାଖଣ୍ଡ ଚମୋଲିରେ ବିଦ୍ୟୁତ୍ ହରର । କରେଣ୍ଟ ଲାଗି ୧୫ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ନମାମି ଗଙ୍ଗେ ପ୍ରୋଜେକ୍ଟରେ ଅଳକାନନ୍ଦା ନଦୀରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବାବେଳେ ଟ୍ରାନ୍ସଫର୍ମର ଅକସ୍ମାତ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିଲା । ଆହତ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୋଲିସ ସବଇନ୍ସପେକ୍ଟର ଓ ୩ ଜଣ ହୋମଗାର୍ଡ । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି ପୋଲିସ ଡିଜି ଅଶୋକ କୁମାର । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଟ୍ରାନ୍ସଫର୍ମର ପାଣିରେ ବୁଡ଼ି ରହିଥିଲା । ଓଦା ଥିବାରୁ ଆଜି ସକାଳୁ ଟ୍ରାନ୍ସଫର୍ମର ଅନ୍ କରିବା ମାତ୍ରେ ଏହା ବ୍ଲାଷ୍ଟ କରିଥିଲା । ଘଟଣାସ୍ଥଳରେ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଅଧିବେଶନ ପାଇଁ ହେବ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦ ମୌସୁମୀ ଅଧିବେଶନ । ସୁରୁଖୁରୁରରେ ଗୃହ ପରିଚାଳନା ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବିରୋଧୀ ଦଳ ସାଂସଦମାନେ ଯୋଗଦେବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଆଜି ବୈଠକରେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏବଂ ରାଜ୍ୟସଭା ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଉପସ୍ଥିତ ରହିବେ ।

ସେପଟେ ସଂସଦ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଦରବୃଦ୍ଧି, ରେଳ ସୁରକ୍ଷା ଓ ମଣିପୁର ହିଂସା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀରେ କେନ୍ଦ୍ର ଆଣିଥିବା ନୂଆ ଅଧ୍ୟାଦେଶ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀ ଏକ ହୋଇ ବିରୋଧ କରିବାକୁ ମଧ୍ୟ ରଣନୀତି କରାଯାଇଛି । ଏଥର ମନସୁନ ସେସନରେ ୨୧ଟି ନୂଆ ବିଲ ପାରିତ କରିବାକୁ ଶାସକ ଦଳ ଯୋଜନା କରିଛନ୍ତି । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ପାର୍ଲାମେଣ୍ଟରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି ।

ବିରୋଧୀ ମେଣ୍ଟ ଇଣ୍ଡିଆର ଟ୍ୟାଗ ଲାଇନ ରହିଲା ’ଜିତେଗା ଭାରତ’

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରହିଥିବାବେଳେ ଏହାର ଟ୍ୟାଗ୍ ଲାଇନ୍ ରହିବ ’ଜିତେଗା ଭାରତ’ । ଏନେଇ ମିଳିତ ବିରୋଧୀ ଦଳ ପକ୍ଷରୁ ସହମତି ସୃଷ୍ଟି ହୋଇଛି । ଆସନ୍ତା ୨୦୨୪ ନିର୍ବାଚନ ଲାଗି ବିଜେପି ବିରୋଧରେ ୨୬ ଦଳର ମହାମେଣ୍ଟ ଗଠିତ ହେବା ପରେ ଏହାର ଟ୍ୟାଗ ଲାଇନ୍ ’ଜିତେଗା ଭାରତ’ ରଖାଯାଇଛି । ଗତକାଲି ରାତିରେ ବିଭିନ୍ନ ବିରୋଧୀ ଦଳ ପରସ୍ପର ସହ ଆଲୋଚନା କରିବା ପରେ ଟ୍ୟାଗଲାଇନ୍ ନେଇ ସହମତି ସୃଷ୍ଟି ହୋଇଥିଲା । ଏହି ଟ୍ୟାଗଲାଇନକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁଦିତ କରାଯିବ । ଗତ ଦୁଇ ଦିନ ଧରି ବେଙ୍ଗାଲୁରୁରେ ବସିଥିବା ୨୬ଟି ଦଳର ବୈଠକରେ ଇଣ୍ଡିଆନ ନ୍ଯାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ ବା ଇଣ୍ଡିଆ ନାମରେ ମେଣ୍ଟକୁ ନାମିତ କରାଯାଇଥିଲା । ବିରୋଧୀ ମେଣ୍ଟର ନାମ ଘୋଷଣା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ- ବିଜେପିର ଆଦର୍ଶ ବିରୋଧରେ ଆସନ୍ତା ୨୦୨୪ରେ ବିରୋଧୀ ସଂଗ୍ରାମ କରିବେ ।

ବେଙ୍ଗାଲୁରୁରେ ଟେରର ଆଟାକ ପ୍ଲାନ୍, ୫ ସନ୍ଦିଗ୍ଧ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଟେରର ଆଟାକ ପ୍ଲାନ୍ । ୫ ସନ୍ଦିଗ୍ଧ ଗିରଫ । ସିଲ୍କ୍ ସିଟିରେ ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍ । ISI ସହ ସେମାନଙ୍କର ଲିଙ୍କ୍ ଥିବା ସନ୍ଦେହ କରୁଛି ସିସିବି ଟିମ୍ । ଧର୍ମାନ୍ତୀକରଣ ସହ କିଛି ଆତଙ୍କୀ ଗତିବିଧିରେ ସେମାନଙ୍କର ସମ୍ପୃକ୍ତି ଥିବା ସୂଚନା ପାଇଥିଲା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ୍ । ଗିରଫ ବେଳେ ସେମାନଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସେମାନଙ୍କ ସହ ଅନ୍ୟ ୫ ଜଣଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ କରୁଛି ଯାଞ୍ଚ ଏଜେନ୍ସି ।

ସମସ୍ତ ଅଭିଯୁକ୍ତ ୨୦୧୭ରେ ଏକ ମର୍ଡର କେସର ଅଭିଯୁକ୍ତ ଥିବା ବେଳେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ କଏଦୀ ଥିଲେ । ଏହି ସମୟରେ କେତେଜଣ ଆତଙ୍କବାଦୀଙ୍କ ସହ ସେମାନଙ୍କର ଯୋଗାଯୋଗ ହୋଇଥିଲା । ସେମାନେ ବିସ୍ଫୋରକ ରଖିବା ଓ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ନେଇଥିଲେ ବୋଲି ପୋଲିସ କହିଛି । ସହରରେ ବ୍ଲାଷ୍ଟିଂ ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସିସିବି ଟିମ୍ ୫ ଜଣଙ୍କୁ ଗିରଫ କରିଛି ।

ଫୁପି,ଫଳ କୋଡ୍ ୱାର୍ଡ୍ ନେଇ ସୀମାକୁ ଜେରା କରୁଛି ୟୁପି ଏଟିଏସ

ନୂଆଦିଲ୍ଲୀ: ନିଜ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ଉପରେ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗୁଛି । ବେଆଇନ ଅନୁପ୍ରବେଶ ସମ୍ପର୍କରେ ଅନୁସନ୍ଧାନକାରୀ ଏଜେନ୍ସି ଲଗାତର ତାଙ୍କୁ ପଚରାଉଚରା କରୁଛନ୍ତି । ୟୁପି ଏଟିଏସ୍ ମଧ୍ୟ ଏହି ପ୍ରସଙ୍ଗରେ ସୀମା ହାଇଦରଙ୍କୁ ପଚରାଉଚରା କରୁଛି । ମୋବାଇଲ ଫୋନରେ ମେସେଜ୍ କରିବା କିମ୍ବା ଇଣ୍ଟରନେଟରେ ଚାଟିଂ କରିବା ସମୟରେ ସତର୍କ ରହିବାକୁ କହୁଯାଇଥିଲା କି ନାହିଁ ଏନେଇ ସୀମାକୁ ପ୍ରଶ୍ନ କରିଛି ୟୁପି ଏଟିଏସ୍ ।

ପ୍ରାରମ୍ଭିକ ସୂଚନା ଅନୁସାରେ ୟୁପି ଏଟିଏସ୍ ସୀମା ହାଇଦରଙ୍କୁ ପଚାରିଥିଲେ କି ଆପଣ ଯୋଗାଯୋଗ କରିବାକୁ କିଛି କୋଡ୍ ଓ୍ୱାର୍ଡ ବ୍ୟବହାର କରିଛନ୍ତି କି ? କୋଡ୍ ଓ୍ୱାର୍ଡ ’ଫୁଫି’ ଓ ’ଫଳ’ କେବେ ବ୍ୟବହୃତ ହୋଇଛି କି? ସୂଚନା ଅନୁସାରେ ଯିଏ ISIକୁ ଦେଶ ସହିତ ଜଡ଼ିତ କିଛି ସୂଚନା ପଠାଇବା ପାଇଁ କାମ କରେ ତାଙ୍କୁ ’ଫୁଫି’ କୁହାଯାଏ । ସେହିପରି ଟଙ୍କା ପାଇଁ ’ଫଳ’ କୋଡ୍ ଓ୍ୱାର୍ଡ ବ୍ୟବହାର କରଯାଏ ।

ସୀମା ହାଇଦର କିପରି ଏତେ ଶୁଦ୍ଧ ହିନ୍ଦୀ କହୁଛନ୍ତି ତାହା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ତୁମେ ଏପରି ଶୁଦ୍ଧ ହିନ୍ଦୀ କିପରି କହିପାରୁଛ ବୋଲି ସୀମା ହାଇଦରକୁ ପ୍ରଶ୍ନ କରିଛି ୟୁପି ଏଟିଏସ୍ । ସେହିପରି ହିନ୍ଦୁ ରୀତିନୀତି ବିଷୟରେ ଆପଣ କିପରି ଜାଣିଲ ? ନୋଏଡାର ରାବପୁରା ଗ୍ରାମରେ ପହଞ୍ଚିବାରେ ତାଙ୍କୁ କିଏ ସାହାଯ୍ୟ କରିଛି ବୋଲି ପ୍ରଶ୍ନ କରିଥିଲା ଏଟିଏସ୍ । ତେବେ ଏହି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିଲା ସୀମା । ଏହା ସହ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି ୟୁପି ଏଟିଏସ୍ । ସୀମା କିଛି ସେନା ଅଧିକାରୀଙ୍କ ପାଖକୁ ମଧ୍ୟ ଫ୍ରେଣ୍ଡ ରିକ୍ୟୁଷ୍ଟେ ପଠାଇଥିବା ଜାଣିବାକୁ ପାଇଛି ଏଟିଏସ୍ ।

ୟୁପି ଏଟିଏସ୍ ମଙ୍ଗଳବାର ରାତି ୮.୩୦ ପର୍ଯ୍ୟନ୍ତ ଏଟିଏସ୍ କାର୍ଯ୍ୟାଳୟରେ ସୀମାଙ୍କୁ ପଚରାଉଚରା କରିଥିଲା । ଏହାପରେ ତାଙ୍କୁ ରାବପୁରା ପୋଲିସ ଷ୍ଟେସନକୁ ନିଆଯାଇଥିଲା । ରାତି ୯ଟା ପର୍ଯ୍ୟନ୍ତ ରାବପୁରା ପୋଲିସ ଷ୍ଟେସନରେ ସୁରକ୍ଷିତ ଭାବରେ ରହିବା ପରେ ସୀମା ହାଇଦରଙ୍କୁ ଏକ୍ ସୁରକ୍ଷିତ ଘରେ ରଖିଛି ୟୁପି ଏଟିଏସ୍ ।

 

ଅନନ୍ତନାଗରେ ଆତଙ୍କୀ ହମଲା, ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ ପ୍ରବାସୀ ଶ୍ରମିକ ଗୁରୁତର

ଶ୍ରୀନଗର: ପୁଣି ଉପସ୍ଥିତି ଜାହିର କଲେ ଆତଙ୍କୀ । ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦ ଆକ୍ରମଣ । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ ପ୍ରବାସୀ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ସେପଟେ ଫାୟାରିଂ ହୋଇଥିବା ଅଞ୍ଚଳକୁ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଗତକାଲି ପୁଞ୍ଚରେ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଯବାନ ।

ସରକାରଙ୍କ ଫୋକସରେ କେନ୍ଦୁପତ୍ର ହିତାଧିକାରୀ, ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟିର ବୋନସ୍ ଓ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ । ଏହି ବୋନସ୍‌ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ପାଇବେ ।

୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି, ଏହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ । ୨୦୨୨ ଶସ୍ୟବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଏବଂ ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ, ଏହିପରି ମୋଟ ୮୩.୩୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ସେହିପରି ୨୦୨୨ ଶସ୍ୟବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା, ପାଣି ବୋତଲ ପାଇଁ ୨୦୦ ଟଙ୍କା ଏବଂ ଚପଲ ପାଇଁ ୧୬୦ ଟଙ୍କା, ଏହିପରି ଭାବେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ୧୩୬୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ପର୍ଯ୍ୟାୟରେ ମଧ୍ୟ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ପ୍ରତ୍ୟେକ ୧୫୦୦ ଟଙ୍କାର ସହାୟତା ରାଶି, ଏହିପରି ମୋଟ ୧୧୧.୨୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।

ତୃତୀୟ ପର୍ଯ୍ୟାୟକୁ ମିଶାଇ ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ବୋନସ୍, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ବାବଦକୁ ଦିଆଯାଇଥିବା ମୋଟ ସହାୟତା ପରିମାଣ ୨୫୦.୭୮ କୋଟି ଟଙ୍କା ହେବ । ଯାହା କି ଗୋଟିଏ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ପାଇଁ ୨୦୨୨ ମସିହାରେ କେନ୍ଦୁପତ୍ର ତୋଳାଳିଙ୍କୁ ୧୧୮.୮୩ କୋଟି ଟଙ୍କାର ବୋନସ୍ ଓ ସହାୟତା ପ୍ରଦାନ କରାଯାଇଥିଲା । ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ୨୦୨୧ ମସିହାଠାରୁ ୧୧୧ ପ୍ରତିଶତ ଅଧିକ ସହାୟତା ରାଶି ପ୍ରଦାନ କରାଯାଉଛି । କେନ୍ଦୁପତ୍ର ହିତାଧିକାରୀମାନେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି । ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଆର୍ଥିକ ସହାୟତା ବିଶେଷ ସହାୟକ ହେବ ।

ନୀଳଗିରି ରୋଡରେ ମେମୁ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା, ନିଲମ୍ବିତ ହେଲେ ୨ ରେଳ କର୍ମଚାରୀ

ନୀଳଗିରି: ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ପସି ଆସିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ୨ ଜଣ ରେଳ କର୍ମଚାରୀ । ନୀଳଗିରି ରୋଡ୍ ଷ୍ଟେସନ୍‌ ମ୍ୟାନେଜର ସୁବାସ ସେଠୀ ଓ ପଏଣ୍ଟମ୍ୟାନ୍‌ ସେକ୍‌ ମହମ୍ମଦ ଖଲିପ ନିଲମ୍ବିତ ହୋଇଛନ୍ତି‌ । କାର୍ଯ୍ୟରେ ଅବହେଳା ଯୋଗୁ ରେଳ ବିଭାଗ ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା ଦେଇଛନ୍ତି ଲୋକସମ୍ପର୍କ ବିଭାଗର ବରିଷ୍ଠ ଡିଭିଜିନାଲ ମ୍ୟାନେଜର । ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ପଏଣ୍ଟ ନଲାଗିବା କାରଣରୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ।