ବିରୋଧୀ ମେଣ୍ଟ ଇଣ୍ଡିଆର ଟ୍ୟାଗ ଲାଇନ ରହିଲା ’ଜିତେଗା ଭାରତ’

1 min read

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରହିଥିବାବେଳେ ଏହାର ଟ୍ୟାଗ୍ ଲାଇନ୍ ରହିବ ’ଜିତେଗା ଭାରତ’ । ଏନେଇ ମିଳିତ ବିରୋଧୀ ଦଳ ପକ୍ଷରୁ ସହମତି ସୃଷ୍ଟି ହୋଇଛି । ଆସନ୍ତା ୨୦୨୪ ନିର୍ବାଚନ ଲାଗି ବିଜେପି ବିରୋଧରେ ୨୬ ଦଳର ମହାମେଣ୍ଟ ଗଠିତ ହେବା ପରେ ଏହାର ଟ୍ୟାଗ ଲାଇନ୍ ’ଜିତେଗା ଭାରତ’ ରଖାଯାଇଛି । ଗତକାଲି ରାତିରେ ବିଭିନ୍ନ ବିରୋଧୀ ଦଳ ପରସ୍ପର ସହ ଆଲୋଚନା କରିବା ପରେ ଟ୍ୟାଗଲାଇନ୍ ନେଇ ସହମତି ସୃଷ୍ଟି ହୋଇଥିଲା । ଏହି ଟ୍ୟାଗଲାଇନକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁଦିତ କରାଯିବ । ଗତ ଦୁଇ ଦିନ ଧରି ବେଙ୍ଗାଲୁରୁରେ ବସିଥିବା ୨୬ଟି ଦଳର ବୈଠକରେ ଇଣ୍ଡିଆନ ନ୍ଯାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ ବା ଇଣ୍ଡିଆ ନାମରେ ମେଣ୍ଟକୁ ନାମିତ କରାଯାଇଥିଲା । ବିରୋଧୀ ମେଣ୍ଟର ନାମ ଘୋଷଣା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ- ବିଜେପିର ଆଦର୍ଶ ବିରୋଧରେ ଆସନ୍ତା ୨୦୨୪ରେ ବିରୋଧୀ ସଂଗ୍ରାମ କରିବେ ।