ଉତ୍ତରାଖଣ୍ଡ ଚମୋଲିରେ ବିଦ୍ୟୁତ୍ ହରର, କରେଣ୍ଟ ଲାଗି ୪ ପୋଲିସ ସମେତ ୧୫ ମୃତ

ଚମୋଲି: ଉତ୍ତରାଖଣ୍ଡ ଚମୋଲିରେ ବିଦ୍ୟୁତ୍ ହରର । କରେଣ୍ଟ ଲାଗି ୧୫ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ନମାମି ଗଙ୍ଗେ ପ୍ରୋଜେକ୍ଟରେ ଅଳକାନନ୍ଦା ନଦୀରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବାବେଳେ ଟ୍ରାନ୍ସଫର୍ମର ଅକସ୍ମାତ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିଲା । ଆହତ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୋଲିସ ସବଇନ୍ସପେକ୍ଟର ଓ ୩ ଜଣ ହୋମଗାର୍ଡ । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି ପୋଲିସ ଡିଜି ଅଶୋକ କୁମାର । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଟ୍ରାନ୍ସଫର୍ମର ପାଣିରେ ବୁଡ଼ି ରହିଥିଲା । ଓଦା ଥିବାରୁ ଆଜି ସକାଳୁ ଟ୍ରାନ୍ସଫର୍ମର ଅନ୍ କରିବା ମାତ୍ରେ ଏହା ବ୍ଲାଷ୍ଟ କରିଥିଲା । ଘଟଣାସ୍ଥଳରେ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।