ଫୁପି,ଫଳ କୋଡ୍ ୱାର୍ଡ୍ ନେଇ ସୀମାକୁ ଜେରା କରୁଛି ୟୁପି ଏଟିଏସ

1 min read

ନୂଆଦିଲ୍ଲୀ: ନିଜ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ଉପରେ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗୁଛି । ବେଆଇନ ଅନୁପ୍ରବେଶ ସମ୍ପର୍କରେ ଅନୁସନ୍ଧାନକାରୀ ଏଜେନ୍ସି ଲଗାତର ତାଙ୍କୁ ପଚରାଉଚରା କରୁଛନ୍ତି । ୟୁପି ଏଟିଏସ୍ ମଧ୍ୟ ଏହି ପ୍ରସଙ୍ଗରେ ସୀମା ହାଇଦରଙ୍କୁ ପଚରାଉଚରା କରୁଛି । ମୋବାଇଲ ଫୋନରେ ମେସେଜ୍ କରିବା କିମ୍ବା ଇଣ୍ଟରନେଟରେ ଚାଟିଂ କରିବା ସମୟରେ ସତର୍କ ରହିବାକୁ କହୁଯାଇଥିଲା କି ନାହିଁ ଏନେଇ ସୀମାକୁ ପ୍ରଶ୍ନ କରିଛି ୟୁପି ଏଟିଏସ୍ ।

ପ୍ରାରମ୍ଭିକ ସୂଚନା ଅନୁସାରେ ୟୁପି ଏଟିଏସ୍ ସୀମା ହାଇଦରଙ୍କୁ ପଚାରିଥିଲେ କି ଆପଣ ଯୋଗାଯୋଗ କରିବାକୁ କିଛି କୋଡ୍ ଓ୍ୱାର୍ଡ ବ୍ୟବହାର କରିଛନ୍ତି କି ? କୋଡ୍ ଓ୍ୱାର୍ଡ ’ଫୁଫି’ ଓ ’ଫଳ’ କେବେ ବ୍ୟବହୃତ ହୋଇଛି କି? ସୂଚନା ଅନୁସାରେ ଯିଏ ISIକୁ ଦେଶ ସହିତ ଜଡ଼ିତ କିଛି ସୂଚନା ପଠାଇବା ପାଇଁ କାମ କରେ ତାଙ୍କୁ ’ଫୁଫି’ କୁହାଯାଏ । ସେହିପରି ଟଙ୍କା ପାଇଁ ’ଫଳ’ କୋଡ୍ ଓ୍ୱାର୍ଡ ବ୍ୟବହାର କରଯାଏ ।

ସୀମା ହାଇଦର କିପରି ଏତେ ଶୁଦ୍ଧ ହିନ୍ଦୀ କହୁଛନ୍ତି ତାହା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ତୁମେ ଏପରି ଶୁଦ୍ଧ ହିନ୍ଦୀ କିପରି କହିପାରୁଛ ବୋଲି ସୀମା ହାଇଦରକୁ ପ୍ରଶ୍ନ କରିଛି ୟୁପି ଏଟିଏସ୍ । ସେହିପରି ହିନ୍ଦୁ ରୀତିନୀତି ବିଷୟରେ ଆପଣ କିପରି ଜାଣିଲ ? ନୋଏଡାର ରାବପୁରା ଗ୍ରାମରେ ପହଞ୍ଚିବାରେ ତାଙ୍କୁ କିଏ ସାହାଯ୍ୟ କରିଛି ବୋଲି ପ୍ରଶ୍ନ କରିଥିଲା ଏଟିଏସ୍ । ତେବେ ଏହି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିଲା ସୀମା । ଏହା ସହ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି ୟୁପି ଏଟିଏସ୍ । ସୀମା କିଛି ସେନା ଅଧିକାରୀଙ୍କ ପାଖକୁ ମଧ୍ୟ ଫ୍ରେଣ୍ଡ ରିକ୍ୟୁଷ୍ଟେ ପଠାଇଥିବା ଜାଣିବାକୁ ପାଇଛି ଏଟିଏସ୍ ।

ୟୁପି ଏଟିଏସ୍ ମଙ୍ଗଳବାର ରାତି ୮.୩୦ ପର୍ଯ୍ୟନ୍ତ ଏଟିଏସ୍ କାର୍ଯ୍ୟାଳୟରେ ସୀମାଙ୍କୁ ପଚରାଉଚରା କରିଥିଲା । ଏହାପରେ ତାଙ୍କୁ ରାବପୁରା ପୋଲିସ ଷ୍ଟେସନକୁ ନିଆଯାଇଥିଲା । ରାତି ୯ଟା ପର୍ଯ୍ୟନ୍ତ ରାବପୁରା ପୋଲିସ ଷ୍ଟେସନରେ ସୁରକ୍ଷିତ ଭାବରେ ରହିବା ପରେ ସୀମା ହାଇଦରଙ୍କୁ ଏକ୍ ସୁରକ୍ଷିତ ଘରେ ରଖିଛି ୟୁପି ଏଟିଏସ୍ ।