ବେଙ୍ଗାଲୁରୁରେ ଟେରର ଆଟାକ ପ୍ଲାନ୍, ୫ ସନ୍ଦିଗ୍ଧ ଗିରଫ

1 min read

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଟେରର ଆଟାକ ପ୍ଲାନ୍ । ୫ ସନ୍ଦିଗ୍ଧ ଗିରଫ । ସିଲ୍କ୍ ସିଟିରେ ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍ । ISI ସହ ସେମାନଙ୍କର ଲିଙ୍କ୍ ଥିବା ସନ୍ଦେହ କରୁଛି ସିସିବି ଟିମ୍ । ଧର୍ମାନ୍ତୀକରଣ ସହ କିଛି ଆତଙ୍କୀ ଗତିବିଧିରେ ସେମାନଙ୍କର ସମ୍ପୃକ୍ତି ଥିବା ସୂଚନା ପାଇଥିଲା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ୍ । ଗିରଫ ବେଳେ ସେମାନଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସେମାନଙ୍କ ସହ ଅନ୍ୟ ୫ ଜଣଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ କରୁଛି ଯାଞ୍ଚ ଏଜେନ୍ସି ।

ସମସ୍ତ ଅଭିଯୁକ୍ତ ୨୦୧୭ରେ ଏକ ମର୍ଡର କେସର ଅଭିଯୁକ୍ତ ଥିବା ବେଳେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ କଏଦୀ ଥିଲେ । ଏହି ସମୟରେ କେତେଜଣ ଆତଙ୍କବାଦୀଙ୍କ ସହ ସେମାନଙ୍କର ଯୋଗାଯୋଗ ହୋଇଥିଲା । ସେମାନେ ବିସ୍ଫୋରକ ରଖିବା ଓ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ନେଇଥିଲେ ବୋଲି ପୋଲିସ କହିଛି । ସହରରେ ବ୍ଲାଷ୍ଟିଂ ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସିସିବି ଟିମ୍ ୫ ଜଣଙ୍କୁ ଗିରଫ କରିଛି ।