spot_img
Home Blog Page 2828

ଟ୍ରାଫିକ୍ ଜାମ୍, ଫୁଟ୍ ଓଭର ବ୍ରିଜ୍ ଦେଇ ଗଲା ଅଟୋ । ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ: ଟ୍ରାଫିକ୍ ଜାମରୁ ମୁକ୍ତି ପାଇବାର ସହଜ ଉପାୟ । ଫୁଟ ଓଭର ବ୍ରିଜ୍ ଦେଇ ଗଲା ଅଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ୟୁଜର୍ସମାନେ ଦେଉଛନ୍ତି ମଜାଳିଆ କମେଣ୍ଟ । ନୂଆଦିଲ୍ଲୀରୁ ଆସିଛି ଏଭଳି ଖବର । ଜି-୨୦ ଶିଖର ସମ୍ମିଳନୀ ହେବାକୁ ଥିବାବେଳେ ପ୍ରସ୍ତୁତି ଜୋରଦାର ଚାଲିଛି । ଯେଉଁ କାରଣରୁ ଟ୍ରାଫିକ୍ ଜାମ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ସମୟରେ ଅଟୋ ଚାଳକ ଦୀର୍ଘ ସମୟ ଅଟକି ରହିବା ପରେ ଶେଷରେ ଫୁଟ୍ ଓଭର ବ୍ରଜି୍ ଦେଇ ଯାଇଥିବାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ହମଦର୍ଦନଗର ରୋଡ୍ ଲାଇଟ୍ ସଙ୍ଗମ ବିହାର ଟ୍ରାଫିକ୍ ପୋଷ୍ଟର ଏହି ଭିଡିଓ ବୋଲି କୁହାଯାଉଛି ।

ପରଲୋକରେ ଜିମ୍ଵାୱେର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ୍‌, ୧୦ ଦିନ ପୂର୍ବରୁ ଦେହାନ୍ତକୁ ନେଇ ହୋଇଥିଲା ଗୁଜବ

ନୂଆଦିଲ୍ଲୀ: ଆଉନାହାନ୍ତି ଜିମ୍ବାଓ୍ୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ । ୪୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଷ୍ଟ୍ରିକ୍ । ଏହା ପୂର୍ବରୁ ତାଙ୍କ ଦେହାନ୍ତ ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା । ଯେଉଁଥି ପାଇଁ ହିଥ୍ ଷ୍ଟ୍ରିକ୍ ନିଜେ କ୍ରୋଧ ପ୍ରକାଶ କରିବା ସହ ସେ ସୁସ୍ଥ ଅଛନ୍ତି ବୋଲି କହିଥିଲେ । କିନ୍ତୁ ଏହି ଗୁଜବର ୧୦ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ରେ ମୃତ୍ୟୁବରଣ କରିଛନ୍ତି  ହିଥ୍ ଷ୍ଟ୍ରିକ୍ । ଏଥର କିନ୍ତୁ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନୁହେଁ ବରଂ ସମ୍ପୂର୍ଣ୍ଣ ସଠିକ୍ । ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

୧୯୯୩ ମସିହା ନଭେମ୍ବରରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ହାଥ୍ ଷ୍ଟ୍ରିକ୍ । ସେହି ବର୍ଷ ଡିସେମ୍ବର ମାସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଷ୍ଟ୍ରିକ୍ । ହିଥ୍ ତାଙ୍କ କ୍ୟାରିୟରରେ ସଚିନ୍ ତେନ୍ଦୁଲକରଙ୍କୁ ୩ ଥର ଏବଂ ସୌରଭ ଗାଙ୍ଗୁଲିଙ୍କୁ ଚାରିଥର ଆଉଟ କରିଥିଲେ ।

ହିଥ୍ ଷ୍ଟ୍ରିକ୍ ତାଙ୍କ କ୍ୟାରିୟରରେ ମୋଟ୍ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚରେ ଜିମ୍ବାଓ୍ୱେ ପକ୍ଷରୁ ଖେଳିଥିଲେ । ସେ ଟେଷ୍ଟରେ ୨୧୬ଟି ଓ୍ୱିକେଟ ନେଇଥିବାବେଳେ ଦିନିକିଆରେ ୨୩୯ ଓ୍ୱିକେଟ ଅକ୍ତିଆର କରିଥିଲେ । ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ପ୍ରଭୃତିଙ୍କର କୋଚ୍‌ ଭାବେ କାର୍ଯ୍ୟ କରି କ୍ରିକେଟ୍‌ ଖେଳ ସହିତ ଜଡ଼ିତ ଥିଲେ।

ଦିଗପହଣ୍ଡିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର

ଦିଗପହଣ୍ଡି: ଶେଷଯାତ୍ରାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଦିଗପହଣ୍ଡିରେ ପଥପ୍ରାନ୍ତ ନିକଟରୁ ବିଶାଳ ଶୋଭାଯାତ୍ରାରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଉଛି । ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଛନ୍ତି । କପାମଣ୍ଡି ନିକଟ ପଢ଼ିଆରେ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଛି । ଦିଗପହଣ୍ଡିସ୍ଥିତ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୈତୃକ ଜମି ପଡିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯିବ । ଗତକାଲି ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ।ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ପରେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚିବ ଭାରତ

ନନ୍ଦିଘୋଷ ବ୍ୟୁରୋ: ଏସିଆା କପରେ ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚିପାରିବ ରୋହିତ ବାହିନୀ । ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଭାରତ ଖେଳିଥିବାବେଳେ ବର୍ଷା କାରଣରୁ ମ୍ୟାଚର ଫଳାଫଳ ଆସିନାହିଁ । ଉଭୟ ଦଳ ପଏଣ୍ଟ ଭାଗ ବାଣ୍ଟିଥିବାବେଳେ ପାକିସ୍ତାନ ସୁପର-୪ ପାଇଁ କ୍ବାଲିଫାଇ କରିସାରିଛି । ସେପଟେ ଭାରତ ଶେଷ ଲିଗ ମ୍ୟାଚରେ ନେପାଳ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ପାଣିପାଗ ସୂଚନା ଅନୁଯାୟୀ ସେଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ମ୍ୟାଚର ଫଳାଫଳ ନଆସେ ତାହେଲେ ପଏଣ୍ଟ ଭାଗ ହେବ । ଭାରତ ୨ ପଏଣ୍ଟ ସହ ସୁପର-୪ ପାଇଁ ନିଜର ସ୍ଥାନ ପକ୍କା କରିପାରିବ । ଅନ୍ୟପଟେ ନେପାଳ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିଛି । ଏଣୁ ଭାରତ ମ୍ୟାଚ ନଖେଳିଲେ ମଧ୍ୟ ସୁପର-୪ରେ ସ୍ଥାନ ପକ୍କା କରିପାରିବ ।

‘କାଶ୍ମୀର ହେଉ କି ଅରୁଣାଚଳ, ଯେଉଁଠି ଇଛା ସେଇଠି କରିବୁ ଜି-୨୦ ସମ୍ମିଳନୀ’

ନୂଆଦିଲ୍ଲୀ: ଜି-୨୦ ବୈଠକକୁ ନେଇ ପାକିସ୍ତାନ ଓ ଚୀନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ । ଶ୍ରୀନଗର ଓ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଉପରେ ଆପତ୍ତି ଉଠାଉଥିବା ଏହି ଦୁଇ ଦେଶଙ୍କୁ ପ୍ରଧାନମନ୍ତ୍ରରଙ୍କ କଡ଼ା ଜବାବ । କହିଲେ, ‘କାଶ୍ମୀର ହେଉ କି ଅରୁଣାଚଳ ପ୍ରଦେଶ, ଯେଉଁଠି ଇଚ୍ଛା ସେଇଠି ଜି-୨୦ ବୈଠକ କରିବୁ ।’

ଜି-୨୦ ଅଧ୍ୟକ୍ଷତାକୁ ନେଇ କହିଛନ୍ତି, ‘ଏହାଦ୍ବାରା ବହୁତ ସକରାତ୍ମକ ପ୍ରଭାବ ପଡ଼ିଛି । ଏଥିରୁ କିଛି ମୋ ହୃଦୟକୁ ଜଣିପାରିଛି । ଜି-୨୦ରେ ଆମ ଦୃଷ୍ଟିକୋଣକୁ ଦୁନିଆ କେବଳ ବିଚାରରେ ନେଇନାହିଁ, ଏହାକୁ ଭବିଷ୍ୟର ରୋଡମ୍ୟାପ ଭାବେ ଦେଖୁଛି । ଦୁନିଆର ଜିଡିପି କେନ୍ଦ୍ରିତ ଦୃଷ୍ଟିକୋଣ ଏବେ ମାନବ କେନ୍ଦ୍ରିତ ହେବାରେ ଲାଗିଛି ଓ ଏଥିରେ ଭାରତ ପ୍ରମୁଖ ଭୂମିକା ଲିଭାଉଛି । ଦାୟିତ୍ବହୀନ ଆର୍ଥିକ ନୀତି ଓ ଲୋଭନୀୟ ପ୍ରତିଶ୍ରୁତି ସଙ୍ଗେ ସଙ୍ଗେ ରାଜେନୖତିକ ଲାଭ ଦେଇପାରେ । ହେଲେ, ଭବିଷ୍ୟତରେ ଏଥିପାଇଁ ଆର୍ଥିକ ଓ ସାମାଜିକ ମୂଲ୍ୟ ଦେବାକୁ ପଡିଥାଏ । ଏଥିରେ ଗରିବ ହିଁ ପୀଡ଼ିତ ହୋଇଥାଏ ।’

ଜି-୨୦ର ଗୁରୁତ୍ବ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ ଜି-୨୦ ଅଧ୍ୟକ୍ଷତା କରିବା ତୃତୀୟ ବିଶ୍ବର ଦେଶଙ୍କ ମଧ୍ୟରେ ବିଶ୍ବାସ ଭରିଛି । ଭାରତର ଜି-୨୦ ଥମ୍ ‘ବସୁଧୈବ କୁଟୁମ୍ବକମ’ କେବଳ ଏକ ସ୍ଲୋଗାନ ନୁହେଁ, ଆମ ବିଚାର ଓ ନୈତିକତାର ଏକ ଦର୍ଶନ ।’

ଆଗକୁ ସେ କହିଛନ୍ତି, ‘ଜି-୨୦ରେ ଆଫ୍ରିକା ଆମ ପାଇଁ ପ୍ରଥମ ପ୍ରାଥମିକତା ରହିଛି । ସମସ୍ତଙ୍କ ମତ ନ ଶୁଣି କୌଣସି ଭବିଷ୍ୟତ ଯୋଜନା କଲେ, ତାହା ସଫଳ ହେବ ନାହିଁ ।’

ସବକା ସାଥ, ସବକା ବିକାଶ ମଧ୍ୟ ବିଶ୍ବ କଲ୍ୟାଣ ପାଇଁ ମାର୍ଗଦର୍ଶକ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଛନ୍ତି, ବିଶ୍ବର ବିଭିନ୍ନ ସ୍ଥାନରେ ସଂଘର୍ଷ ଘଟୁଛି । ଏମିତି ସଂଘର୍ଷ ସମାଧାନର ଏକମାତ୍ର ବାଟ ହେଉଛି ଆଲୋଚନା । ଆଜି ଭାରତୀୟଙ୍କ ପାଖରେ ବିକାଶର ମଞ୍ଜି ପୋତିବାର ସୁଯୋଗ ଆସିଛି, ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦୁନିଆ ମନେ ରଖିବ ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶା ଉପର ବାୟୁମଣ୍ଡଳର ୪.୫ କିମିରୁ ୫.୮ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ରାଜ୍ୟରେ ବିସ୍ତୃତି ବର୍ଷା ହେବ । ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ବିଜୁଳି ଘଡଘଡି ଜନିତ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୭ ଜିଲ୍ଲାକୁ ସତର୍କତା ଜାରି ହୋଇଛି ।

କୋହଲିଙ୍କ ସୁନ୍ଦରୀ ପାକିସ୍ତାନୀ ପ୍ରଶଂସକ, ବାବରଙ୍କୁ ଦେଖାଇଲେ ନାଲି ଆଖି

କାଣ୍ଡି: ଶନିବାର ଶ୍ରୀଲଙ୍କାର କାଣ୍ଡିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପର ଗ୍ରୁପ୍ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ବର୍ଷା କାରଣରୁ ଏହି ମ୍ୟାଚ ଅଧାରୁ ବାତିଲ ହୋଇଥିଲା । ଏହି ହାଇଭୋଲଟେଜ୍ ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଇନିଂସରେ ୨୬୬ ରନ କରିଥିଲା । ତେବେ ପ୍ରଥମ ଇନିଂସ ପରେ ବର୍ଷା କାରଣରୁ ମ୍ୟାଚ୍ ଆଉ ଆରମ୍ଭ ହୋଇପାରିନଥିଲା । ତେବେ ମ୍ୟାଚ ବାତିଲ ହେବା କାରଣରୁ ଷ୍ଟାଡିୟମରେ ପହଞ୍ଚି ଥିବା ଫ୍ୟାନ୍ସମାନେ ନିରାଶ ହୋଇଥିଲେ । କାହିଁକି ସମସ୍ତେ ଚାହୁଁଥିଲେ ଏହି ଦୁଇ  ପାରମ୍ପାରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ।

https://twitter.com/SillyMessiKohli/status/1698027322740453796?s=20

ତେବେ ଏସବୁ ମଧ୍ୟରେ ଜଣେ ପାକିସ୍ତାନୀ ଫ୍ୟାନ୍ ଗାର୍ଲଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ ସେ କେବଳ ଭାରତର ବିରାଟ କୋହଲିଙ୍କୁ ଦେଖିବାକୁ ଷ୍ଟାଡିୟମକୁ ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ପ୍ରଶଂସକ ଜଣଙ୍କ କହିଛନ୍ତି, ‘ ବିରାଟ କୋହଲି ମୋର ପ୍ରିୟ ଖେଳାଳି ଏବଂ ମୁଁ ବିରାଟ କୋହଲିଙ୍କୁ ଦେଖିବାକୁ ବିଶେଷ ଭାବେ ଆସିଥିଲି। ମୁଁ ଆଶା କରୁଥିଲି ସେ ଏକ ଏଠାରେ ଶତକ ହାସଲ କରିବେ । କିନ୍ତୁ ତାହା ହୋଇପାରିଲାନି ମୋର ହୃଦୟ ଭାଙ୍ଗିଗଲା’ ।

ପାକିସ୍ତାନରୁ ଆସିଥିବା ଏହି ଫ୍ୟାନ୍ ଗାର୍ଲ ସମସ୍ତଙ୍କ ସାମ୍ନାରେ ବିରାଟ କୋହଲିଙ୍କୁ ସମର୍ଥନ କରୁଥିଲେ । ଏହି ସମୟରେ ଜଣେ ପାକିସ୍ତାନୀ ପ୍ରଶଂସକ କହିଥିଲେ କି ସେ ଭାରତକୁ ସମର୍ଥନ କରୁନାହାନ୍ତି ବରଂ ବିରାଟଙ୍କୁ ସମର୍ଥନ କରୁଛନ୍ତି । ତେବେ ଏହାର ଜବାବରେ ଫ୍ୟାନ୍ ଗାର୍ଲ ଜଣଙ୍କ କହିଥିଲେ କି ’ଚାଚା ପଡ଼ୋଶୀଙ୍କୁ ଭଲ ପାଇବା କିଛି ଖରାପ ଜିନିଷ ନୁହେଁ’ । ଏହା ପରେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ଯଦି ଆପଣ ବିରାଟ କୋହଲି ଏବଂ ବାବର ଆଜାମଙ୍କ ମଧ୍ୟରେ ବାଛିବାକୁ ପଡିବ, ତେବେ ଆପଣ କାହାକୁ ବାଛିବେ? ଏହି ପ୍ରଶ୍ନର ଉତ୍ତରରେ ସେ ବିରାଟ କୋହଲିଙ୍କୁ ବାଛିବେ ବୋଲି କହିଥିଲେ । ଏହି ଫ୍ୟାନ୍ ଗାର୍ଲଙ୍କ ଭିଡିଓ ଏବେ ସୋସିଆଲ ମିଡିଆର ଖୁବ୍ ଭାଇରାଲ ହେଉଛି ।

ଭାରତ-ପାକିସ୍ତାନ ଖେଳାଳିଙ୍କ ବନ୍ଧୁତାକୁ ନେଇ ଏମିତି କହିଲେ ଗୌତମ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଶନିବାର ଏସିଆ କପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବର୍ଷା ବାଧକ ସାଜିଥିବାବେଳେ ଉଭୟ ଦଳ ପଏଣ୍ଟ ଭାଗ ବାଣ୍ଟିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ୨୬୬ ରନ ସଂଗ୍ରହ କରିଥିଲା । ୨୬୭ ରନର ଟାର୍ଗେଟ ରହିଥିବାବେଳେ ବର୍ଷା କାରଣରୁ ପାକିସ୍ତାନ ଗୋଟିଏ ବି ବଲ ଖେଳିପାରିନାହିଁ । ସେପଟ ଖେଳ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ବନ୍ଧୁତାର କିଛି ଦୃଶ୍ୟ ନଜରକୁ ଆସିଥିଲା । ଯାହାକି ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି । ମାତ୍ର ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ।

ଗମ୍ଭୀର କହିଛନ୍ତି କି, ଯେତେବେଳେ ଆପଣ ପଡ଼ିଆରେ ଜାତୀୟ ଦଳ ପାଇଁ ଖେଳନ୍ତି, ସେତେବେଳେ ଆପଣଙ୍କୁ ବନ୍ଧୁତାକୁ ସୀମାଠାରୁ ଦୂରେଇ ରଖିବାକୁ ପଡିବ। ଏକ ଖେଳ ଚେହେରା ରହିବା ଜରୁରୀ | ବନ୍ଧୁତା ବାଉଣ୍ଡୁରୀ ବାହାରେ ରହିବା ଉଚିତ୍ | ସାତ ଘଣ୍ଟିଆ ମ୍ୟାଚ୍ ପରେ ଆପଣ ବନ୍ଧୁ ହୋଇପାରିବେ | ଖେଳ ସମୟ ବେଶ ଗୁରୁତ୍ବପୂର୍ଣ୍ଣ | କାରଣ ଆପଣ କୋଟି କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି |

କାମରନ୍ ଅକମଲଙ୍କ ଉଦାହରଣ ଦେଇ ଗମ୍ଭୀର କହିଛନ୍ତି, “ମୁଁ ଏବଂ କାମ୍ରାନ୍ ଆକମଲ ବହୁତ ଭଲ ବନ୍ଧୁ। କାମ୍ରାନ୍ ମୋତେ ଏକ ବ୍ୟାଟ୍ ଦେଇଥିଲେ। ମୁଁ ତାଙ୍କୁ ବ୍ୟାଟ୍ ମଧ୍ୟ ଦେଇଥିଲି | ମୁଁ ସିଜିନ୍ ପାଇଁ ତାଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଟ୍ ସହିତ ଖେଳିଛି | ଆମେ ମଧ୍ୟ ଅଧ ଘଣ୍ଟା ପାଇଁ କଥା ହୋଇଥିଲୁ | ଆପଣ ପଡ଼ିଆରେ ଜଣେ ଖେଳାଳିଙ୍କୁ ସ୍ଲେଡ୍ କରିଥିଲେ | ଆମେ ପଡ଼ିଆରେ ମୁହାଁମୁହିଁ ହୋଇଥିଲୁ । କିନ୍ତୁ ଉଭୟ ଆମେ ଭଲ ବନ୍ଧୁ । ମାତ୍ର ପଡ଼ିଆରେ ସବୁବେଳେ ଆକ୍ରମଣାତ୍ମକଭାବେ ଖେଳିବା ଆବଶ୍ୟବ ।

 

ହାତୀପଲଙ୍କ ଉତ୍ପାତ

କାମାକ୍ଷାନଗର: କାମାକ୍ଷାନଗର ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଜଟିଆ ଗାଁରେ ୨୫ ଟିକିଆ ହାତୀ ପଲଙ୍କ ଉତ୍ପାତ । ଯାହାକୁ ନେଇ ଚାଷୀ ଓ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ହାତୀ ଗୁଡିକ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି । ତେବେ ହାତୀ ଗୁଡିକ ନିକଟସ୍ଥ ପିତିରି ସଂରକ୍ଷିତ ଜଙ୍ଗଲରେ ରହି ଆସୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଗତ କିଛି ବର୍ଷ ହେବ ହାତୀଙ୍କ ଉତ୍ପାତକୁ ନେଇ ଜଟିଆ ଓ ଡମୋଳ ଗାଁର ଲୋକମାନେ ଚାଷ କାର୍ଯ୍ୟ ଛାଡି ଦେଇଛନ୍ତି ।

କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି ଆଦିତ୍ୟ ଏଲ 1

ନନ୍ଦିଘୋଷ ବ୍ୟୁରୋ: ବେଶ୍ କାର୍ଯ୍ୟଦକ୍ଷତା ଦେଖାଉଛି ଆଦିତ୍ୟ ଏଲ୧ । ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ସ୍ପେସକ୍ରାଫ୍ଟ । ବର୍ତ୍ତମାନ ନିଜ କକ୍ଷ ପଥରେ ଆଦିତ୍ୟ ଏଲ୧ ସମ୍ପୂର୍ଣ୍ଣ ସଫଳ ହେଉଛି ଏବଂ କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି । ବେଙ୍ଗାଳୁରୁସ୍ଥିତ ଆଇଏସଟିଆରଏସିରୁ ଆଦିତ୍ୟ ଏଲ୧ ସୁପରିଚାଳିତ ହେଉଛି । ପ୍ରଥମ ଆର୍ଥ ବାଉଣ୍ଡ ମାନୋଭର ବା ଇବିଏନର ବର୍ତ୍ତମାନ ୨୪୫ କିଲୋମିଟର ଗୁଣନ ୨୨ ହଜାର ୪୫୯ କିଲୋମିଟର କକ୍ଷପଥରେ ରହିଛି । ଆସନ୍ତା ୫ ତାରିଖ ଅପରାହ୍ଣ ୩ଟାରେ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ହେବ ବୋଲି ଇସ୍ରୋ କହିଛି । ୧୬ ଦିନ ଯାଏ ଆଦିତ୍ୟ ଏଲ୧ ପୃଥିବୀଭିତ୍ତିକ କକ୍ଷପଥରେ ରହିବ । ଏହି ସମୟ କାଳ ମଧ୍ୟରେ ୫ଟି କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ପରେ ନିଜର ଯାତ୍ରା ଲାଗି ଏହା ସମ୍ପୂର୍ଣ୍ଣ ଗତିକ୍ଷମତା ଲାଭ କରିବ । ପରେ ଆଦିତ୍ୟ ଏଲ୧ ‘ଟ୍ରାନସ ଲାଗରେଞ୍ଜିଆନ୧ରେ ପ୍ରବେଶ କରିବ । ଏହା ପରେ ୧୧୦ ଦିନ ଲାଗି ଆଦିତ୍ୟ ଏଲ୧ ଗତି କରିବା ସହ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ଏଲ୧ ପଏଣ୍ଟରେ ପ୍ରବେଶ କରିବା ପରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହିଥିବା ଭାରସାମ୍ୟମୂଳକ ପଏଣ୍ଟରେ ଏହା ଅବସ୍ଥାପିତ ହେବ । ପ୍ରାୟ ୪ ମାସ ପରେ ଏଲ୧ ଅବଜର୍ଭେସନ ପଏଣ୍ଟରେ ପହଞ୍ଚିବ ଯାହାକି ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ।