ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ କରିଥିଲେ ସେଇଠି କଲେ ୪୯ତମ ଶତକ

1 min read

ନନ୍ଦିଘୋଷ ବ୍ୟୁରୋ : ଜନ୍ମଦିନରେ ରେକର୍ଡ ମ୍ୟାଚ ଖେଳିଲେ ବିରାଟ କୋହଲି । ସାଉଥ ଆଫ୍ରିକା ବିପକ୍ଷରେ ଶତକ କରିବା ସହ ଦିନିକିଆରେ ଶତକ ସଂଖ୍ୟାରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ । ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିବା ବିରାଟ କୋହଲି ସେହି ଷ୍ଟାଡିୟମରେ ୪୯ତମ ଶତକ କରିଛନ୍ତି ବିରାଟ । ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଯାଇଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଏବେ ସଚିନ ଓ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି । ବିରାଟଙ୍କ ଶତକ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି  । ବିରାଟ ଆଉ ଗୋଟିଏ ଶତକ ହାସଲ କରିବା କ୍ଷଣି ସଚିନଙ୍କୁ ପଛରେ ପକାଇ ଦିନିକିଆ ଇତିହାସରେ ୫୦ତମ ଶତକ ହାସଲ କରିବାର ନୂଆ କୀର୍ତ୍ତିମାନର ଅଧିକାରୀ ହେବେ । Watch Eden Gardens erupt as Virat Kohli hits 49th ODI hundred. Goosebumps -  India Today

ଏହି ଅବସରରେ ସଚିନ ଟୁଇଟ କହିଛନ୍ତି ଯେ ୪୯ରୁ ୫୦ ଶତକ କରିବା ପାଇଁ ମୋତେ ୩୬୫ ଦିନ ସମୟ ଲାଗିଥିବା ବେଳେ ମୋର ଆଶା ବିରାଟ ଆଗାମୀ ଖୁବକମ ଦିନରେ ୫୦ ତମ ଶତକ କରି ରେକର୍ଡ କରିବେ । ବିରାଟ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ୪୯ତମ ଶତକ ହାସଲ କରିଛନ୍ତି । ସେ ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି । ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି । ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ଆଜି ୭୯ରେ ପହଞ୍ଚି ଯାଇଛି ।