ସପ୍ତାହକୁ ସୋମବାର ଓ ଶୁକ୍ରବାର ଭୁବନେଶ୍ବର-ଜୟପୁର ବିମାନ ସେବା ଯୋଗାଇବ ଇଣ୍ଡିଆ ଓ୍ବାନ୍

1 min read

କୋରାପୁଟ : ଆଜି ଉଡିବ ଭୁବନେଶ୍ବର-ଜୟପୁର ଦ୍ବିତୀୟ ବିମାନ । ସପ୍ତାହକୁ ସୋମବାର ଓ ଶୁକ୍ରବାର ସେବା ଯୋଗାଇବ ଇଣ୍ଡିଆ ଓ୍ବାନ୍ । ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏହି ବିମାନ ସେବା ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ସହ ଲୋକଙ୍କ ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ । ଗତ ବର୍ଷ ଭୁବନେଶ୍ବର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନଟି  ଭୁବନେଶ୍ବର ବିମାନବନ୍ଦରରୁ ସକାଳ ୭ଟା ୧୦ରେ ଉଡାଣ ଭରିବ । ଜୟପୁର ବିମାନବନ୍ଦରରେ ସକାଳ ୮ଟା ୪୫ରେ ଅବତରଣ କରିବ । ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ ।

ଏହି ଖବର ପଢନ୍ତୁ : ଦିଲ୍ଲୀର ବାୟୁ ୨୫-୩୦ଟି ସିଗାରେଟର ଧୂଆଁ ସହ ସମାନ

ଏହି ବିମାନରେ ୯ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଛି । ଜୟପୁରକୁ ଗୋଟିଏ ବିମାନ କମ୍ ପଡୁଥିବାର ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗ୍ରସ୍ତ ସମୟରେ ଆଉ ଏକ ବିମାନ ଚଳାଇବାକୁ ଅନୁରୋଧ କରିଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ଦାବି ଉପରେ ମୋହର ମାରିଥିବାରୁ ଜୟପୁରବାସୀ କୃତଜ୍ଞତା ଜଣାଇଛନ୍ତି ।