ମିଜୋରାମର ସମସ୍ତ ୪୦ ଆସନ ଲାଗି ହେବ ଆସନ୍ତା ୭ରେ ଭୋଟ

1 min read

ମିଜୋରାମ : ମିଜୋରାମର ସମସ୍ତ ୪୦ ଆସନ ଲାଗି ହେବ ଆସନ୍ତା ୭ରେ ଭୋଟ । ମିଜୋ ନ୍ୟାସନାଲ ଫ୍ରଣ୍ଟ ନେତା ତଥା ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଆଇଜଲ ଇଷ୍ଟ-୧ରୁ ଲଢୁଛନ୍ତି । ତୁଇଚାଙ୍ଗ ଆସନରୁ ଲଢୁଛନ୍ତି ଏମଏନଏଫ ନେତା ତାନଲୁଇଆ । ସେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଇଜଲ ଓ୍ବେଷ୍ଟ-୩ରୁ ଲଢୁଛନ୍ତି କଂଗ୍ରେସ ଭେଟେରାନ ଲାଲସାଓ୍ବା । ସର୍ଚ୍ଚିପ ଆସନରୁ ଲଢୁଛନ୍ତି ଜେଡପିଏମ ନେତା ଲାଲଦୁହୋମା । ଦାମ୍ପା ଆସନରୁ ଲଢୁଛନ୍ତି ବିଜେପି ହେଭିଓ୍ବେଟ ଭାନଲାଥମୁକା ।

ଡିସେମ୍ବର ୧୭ରେ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ୨୦୧୮ ନିର୍ବାଚନରେ ମିଜୋନ୍ୟାସନାଲ ଫ୍ରଣ୍ଟ ୨୭ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୫ ଆସନରେ ବିଜୟୀ ହୋଇଥିଲା । ବିଜେପି ମାତ୍ର ଗୋଟିଏ ଆସନ ପାଇଥିଲା । ଅନ୍ୟାନ୍ୟ ଦଳ ୭ ଆସନରେ ବିଜୟୀ ହୋଇଥିଲେ ।