ବିରାଟଙ୍କ ୮୩ ପ୍ରତିଶତ ଶତକରେ ଜିତିଛି ଭାରତ

କୋଲକାତା: ବିଶ୍ବକପରେ ଅପରାଜେୟ ଭାରତ। ଚଳିତ ବିଶ୍ବକପର ଅଷ୍ଟମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିବାବେଳେ ୨୪୩ ରନରେ ପରାସ୍ତ କରିଛି ଭାରତ। ଟସ୍ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିଥିବାବେଳେ କୋହଲି ଦମଦାର ଶତକ ହାସଲ କରିଛନ୍ତି । ଦିନିକିଆରେ ୪୯ ଶତକ ସହ ବିରାଟ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ସଚିନ ୪୯ ଶତକ ହାସଲ କରିଥିବାବେଳେ କମ ପାଳିରେ ସଚିନଙ୍କ ସମକକ୍ଷ ହୋଇଛନ୍ତି କୋହଲି । ଉଭୟ ସ୍ବଦେଶ ମାଟିରେ ଅଧିକ ଶତକ ହାସଲ କରିଛନ୍ତି । କୋହଲି ନିଜର ପ୍ରଥମ ଶତକ ହାସଲ କରିବା ପାଇଁ ୧୪ଟି ପାଳି ଲାଗିଥିଲା । ପ୍ରଥମେ ସେ ୭ ନମ୍ବର ଏବଂ ୪ ନମ୍ବରରେ ବ୍ୟାଟିଂ କରୁଥିଲେ ।

ପରେ ୩ ନମ୍ବରରେ ଖେଳିବାର ସୁଯୋଗ ପାଇଥିଲେ ।  ତେନ୍ଦୁଲକର ନିଜର ପ୍ରଥମ ଶତକ ହାସଲ କରିବା ପାଳି ୭୯ଟି ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିଥିଲା । ଘରୋଇ ମାଟିରେ କୋହଲି ୨୩ ଶତକ ହାସଲ କରିଥିବାବେଳେ ସଚିନ ୨୦ଟି ଶତକ ହାସଲ କରିଛନ୍ତି । ସଚିନ ଶ୍ରୀଲଙ୍କ ବିପକ୍ଷରେ ବଡ଼ ପାଳି ଖେଳିବାରେ ସବୁବେଳେ ସଫଳ ହୋଇଛନ୍ତି । ବିରାଟଙ୍କ ୪୮ ଶତକ ମଧ୍ୟରେ ଭାରତ ୪୦ଟି ମ୍ୟାଚ ଜିତିଛି । ଏହା ଅର୍ଥ କୋହଲିଙ୍କ ଶତକର ୮୩ ପ୍ରତିଶତ ମ୍ୟାଚରେ ଭାରତ ବିଜୟ ହୋଇଛି । ସେପଟେ ତେନ୍ଦୁଲକରଙ୍କ ୪୯ ଶତକ ମଧ୍ୟରେ ଭାରତ ୩୩ଟି ମ୍ୟାଚ ଜିତିଛି । ଯାହାକି ଭାରତ ବିଜୟର ୬୭ ପ୍ରତିଶତ ।