ବିଜୟ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ : ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଭୟଙ୍କର ରୂପ ନେବ ମଧ୍ୟପ୍ରାଚ୍ୟ ଯୁଦ୍ଧ । ହମାସ ନିକଟରେ ପଣବନ୍ଦୀ ଥିବା ୨୦୦ରୁ ଅଧିକ ଲୋକଙ୍କୁ ନଛାଡ଼ିବା ଯାଏ ଯୁଦ୍ଧ ଜାରି ରହିବ  । ଆମର ବିଜୟ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ  । ପାଲେଷ୍ଟାଇନରେ ହୋଇଥିବା କ୍ଷୟକ୍ଷତି ନେଇ ୟୁରୋପୀୟ ରାଷ୍ଟ୍ର ଚିନ୍ତା ପ୍ରକଟ କରୁଥିବା ବେଳେ ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରଦେବାକୁ ଅପିଲ କରିଛନ୍ତି  । କିନ୍ତୁ ଇସ୍ରାଏଲ ଏଭଳି ପରାମର୍ଶକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି  । ସେପଟେ ଗତକାଲି ଗାଜାରେ ପରମାଣୁ ବୋମା ବିସ୍ପୋରଣ କରିବାକୁ ଯୋଜନା ଚାଲିଛି ବୋଲି ଇସ୍ରାଏଲର ଜଣେ ମନ୍ତ୍ରୀ କହିବା ପରେ ଟେନସନ ଆହୁରି ବଢିଛି  । ଗାଜାରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲର ରକେଟ ମାଡ଼ ଯୋଗୁଁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି  । ଇସ୍ରାଏଲର ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଘନିଷ୍ଠ ଆମିଚାୟୀ ଏଲିୟାହୁ ପରମାଣୁ ଆକ୍ରମଣ ପାଇଁ ଏକ ବିକଳ୍ପ ରହିଛି ବୋଲି କହିଥିଲେ । ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଗାଜାକୁ ଧ୍ବଂଶ କରାଯିବ ।Israel-Hamas war: List of key events, day 21 | Israel-Palestine conflict  News | Al Jazeera

ଏଥିପାଇଁ ବିଚାର ବିମର୍ଷ ଜାରି ରହିଛି  । ଇସ୍ରାଏଲର ମନ୍ତ୍ରୀଙ୍କ ଏଭଳି ବୟାନ ପରେ ନିଜେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  । ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି  । ମନ୍ତ୍ରୀ ଯାହା କହିଛନ୍ତି ସେଥିରେ କିଛି ସତ୍ୟତା ନାହିଁ ବୋଲି କହିଛନ୍ତି ବେଞ୍ଜାମିନ । ଏହାଏକ ଦାୟିତ୍ବହୀନ ମନ୍ତବ୍ୟ ବୋଲି କହିଛନ୍ତି ବେଞ୍ଜାମିନ । ହମାସ ବିରୋଧରେ ଲଢେଇ ଜାରି ରହିବ । ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ନକରି ହମାସ ବିରୋଧ ଏହି ସଂଘର୍ଷ ଜାରି ରହିବ ବୋଲି ବେଞ୍ଜାମିନ କହିଛନ୍ତି  ।