ପୁରୀ : ଆଉନାହାନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର । ୮୭ବର୍ଷ ବୟସରେ ଗବେଷକ ରବୀନ୍ଦ୍ର ନାରାୟଣଙ୍କ ପରଲୋକ ହୋଇଛି । ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଉପରେ ସେ ୭ଟି ପୁସ୍ତକ ଲେଖିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର । ଆକାଶ ଦୀପ ପୁସ୍ତକ ରଚନା କରିଥିଲେ ରବୀନ୍ଦ୍ର ନାରାୟଣ । ତାଙ୍କର ପୁସ୍ତକଗୁଡିକ ହେଉଛି-କଥାନୁଭୂତିରେ ଶ୍ରୀଜଗନ୍ନାଥ, କଥା ଅମୃତରେ ଶ୍ରୀଜଗନ୍ନାଥ, କଥା କୈବଲ୍ୟରେ ଶ୍ରୀଜଗନ୍ନାଥ, ବେଦର ମହିମା ଓ ଜଗନ୍ନାଥ’ ଇତ୍ୟାଦି । ‘କଥାଟିଏ କହୁ’ର ସ୍ତମ୍ଭକାର ଥିଲେ ରବୀନ୍ଦ୍ର ନାରାୟଣ । ସେ ରାଜ୍ୟର ଜଣେ ଶ୍ରେଷ୍ଠ ପ୍ରାବନ୍ଧିକ ଥିବା ସହ ରାଜ୍ୟ ଓ ରାଜ୍ୟ ବାହାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗ ରାଜ୍ୟର ପ୍ରତ୍ୟେକ ଜଗନ୍ନାଥ ଭକ୍ତଙ୍କ ଲାଗି ଅପୂରଣୀୟ କ୍ଷତି । ଜଗନ୍ନାଥ ସମ୍ପର୍କରେ ଅନେକ ରଚନା ଅମୂଲ୍ୟ ସାରସ୍ବତ କୃତି ।
ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କେମିତି ରହିବ ସୁରକ୍ଷା ବ୍ୟବସ୍ଥା ଜାଣନ୍ତୁ ?
ଦିଲ୍ଲୀ : ଗୁରୁବାର ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-20 ଶିଖର ସମ୍ମିଳନୀରେ ଯୋଗଦେବେ ବାଇଡେନ୍। ତାଙ୍କର ଭାରତ ଗସ୍ତକୁ ନଜରରେ ରଖି କରାଯାଇଛି ହାଇପ୍ରୋଫାଇଲ ସିକ୍ୟୁରିଟି ବ୍ୟବସ୍ଥା। ଏହି ୩ ଦିନିଆ ଗସ୍ତ ପାଇଁ ଅନେକ ଦିନରୁ ପ୍ରସ୍ତୁତି ଚାଲିଛି । ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ୱାଇଟ୍ ହାଉସର ଗାର୍ଡଙ୍କ ହାତରେ ହିଁ ରହିବ । ଖାଲି ଏତିକି ନୁହେଁ ରାଷ୍ଟ୍ରପତି ବାଇଡେନ ତାଙ୍କ କାରରେ ହିଁ ଯାତୟାତ କରିବେ । ତେବେ ଆସନ୍ତୁ ନଜର ପକାଇବା କେମିତି ରହିବ ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ।
ଆମେରିକା ରାଷ୍ଟ୍ରପତି ଯୁଆଡେ ବି ଯାଆନ୍ତି ତାଙ୍କ ସହ ହ୍ୱାଇଟ୍ ହାଉସର ସୁରକ୍ଷା ବଳ ରହିଥାନ୍ତି । ନୂଆଦିଲ୍ଲୀରେ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ହୋଇଛି । ଯେଉଁଠୁ ବାଇଡେନଙ୍କ ଯାତାୟାତ ରୁଟ୍ ଉପରେ ନଜର ରଖାଯିବ । ସୂଚନା ଅନୁଯାୟୀ, ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ନିଜ ଗାଡ଼ି ‘ଦ ବିଷ୍ଟ’ରେ ଯିବା ଆସିବା କରିବେ । ଏହି କାରର ମୂଲ୍ୟ ରହିଛି ପାଖାପାଖି ୧୦ କୋଟି ଟଙ୍କା । ଯେଉଁ ଗାଡ଼ି ବୁଲେଟ୍ ଠାରୁ ଆରମ୍ଭ କରି ବୋମା ଆକ୍ରମଣରୁ ମଧ୍ୟ ରକ୍ଷା କରିପାରିବ । ଦ ବିଷ୍ଟ ଗାଡି ସମ୍ପୂର୍ଣ୍ଣ ଭାବେ ବୁଲେଟପ୍ରୁଫ୍ । ୧୮ ଫୁଟ ଲମ୍ବା, ସାଢେ ସାତ ଟନ୍ ବିଶିଷ୍ଟ ବିଷ୍ଟର ବଡି ଆଠ ଇଞ୍ଚ ଓ ବୁଲେଟପ୍ରୁଫ୍ କାଚ ୫ ଇଞ୍ଚ ମୋଟେଇରେ ନିର୍ମିତ ହୋଇଛି । ଏହାର ଚକ ପଞ୍ଚର୍ ହେବା ସତ୍ୱେ ୫୦ କିମି. ଯାଏଁ ଯାଇପାରିବ । ତେବେ ଜରୁରୀକାଳୀନ ସ୍ଥିତିରେ ଏହି କାରର ପଛରୁ ଧୂଆଁ ବାହାରିବାର ବ୍ୟବସ୍ଥା ରହିଛି । ଯାହାଫଳରେ ଶତ୍ରୁଙ୍କୁ ଚକମା ଦେଇ ଖସିଯାଇପାରିବ ।
ଆମେରିକା ରାଷ୍ଟ୍ରପତିଙ୍କ ପାଇଁ କାଡିଲେକ କମ୍ପାନି ଲିମୋଜିନ ମଡେଲର ଏହି କାର ନିର୍ମାଣ କରିଛି। କୌଣସି ଆକ୍ରମଣକୁ ଘଉଡାଇବା ପାଇଁ ଏହି କାର ଚାଲୁଥିବା ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ। ସାମ୍ନାରେ ପଡୁଥିବା ଯେକୌଣସି ପ୍ରତିବନ୍ଧକକୁ ଏହା ଗୋଟେ ସେକେଣ୍ଡରେ ଉଡାଇଦେବାର କ୍ଷମତା ରଖିଛି । ଏପରିକି ଯଦି କେହି ସୁରକ୍ଷା କବଚ ଭେଦି କାର୍ ନିକଟକୁ ଆସିଯାଆନ୍ତି, ତେବେ କାରର ହ୍ୟାଣ୍ଡେଲ୍ ଧରିବା ମାତ୍ରେ ୧୨୦ ଭୋଲ୍ଟର କରେଣ୍ଟ ମାରିବ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ହଜାର ହଜାର ରାଉଣ୍ଡ ବୁଲେଟ, ହ୍ୟାଣ୍ଡକଫ୍, ବ୍ୟାଟନ, ଚାରି ପାଦିଆ ବମ୍ବ ଡିଟେକ୍ଟର, ଏକ କଣ୍ଟ୍ରୋଲ ରୁମ ଓ ଏକ ପାରାଲାଲ କମ୍ୟୁନିକେସନ ସିଷ୍ଟମ । ବାଇଡେନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବାବେଳେ ତାଙ୍କର ପାଖେ ପାଖେ ରହି ସୁରକ୍ଷା ଦେବେ ସବୁଠାରୁ ଅଧିକ ପ୍ରଶିକ୍ଷିତ ଓ ସର୍ବାଧିକ ଫିଟ ଅଫିସର ଯାହାଙ୍କ ବୟସ ୨୧ରୁ ୨୮ ବର୍ଷ ମଧ୍ୟରେ ହୋଇଥିବ । ସେହି ଅଫିସରମାନଙ୍କ ନିକଟରେ ଏମ୪, ଗ୍ଲକ ପରି ପିସ୍ତଲ, ଲଙ୍ଗରେଞ୍ଜ ଓ ସର୍ଟରେଞ୍ଜ ଅସ୍ତ୍ରଶସ୍ତ୍ର ରହିବ । ସେହିପରି ସେମାନଙ୍କ ନିକଟରେ ରହିବ ବୁଲେଟ ପ୍ରୁଫ ବ୍ୟବସ୍ଥା।
ନକଲି ଆରଟିଓ ସାଜି ବଟି ଆଦାୟ କରୁଥିଲେ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ସହଯୋଗୀ
ସୁନ୍ଦରଗଡ଼ : ନକଲି ଆରଟିଓ ସାଜି ବଟି ଆଦାୟ କରୁଥିଲେ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ସହଯୋଗୀ । ଓଡ଼ିଶା-ଛତିଶଗଡ଼ ସୀମାରେ ଟ୍ରକ ଗୁଡ଼ିକରୁ ବଟି ଆଦାୟ କରୁଥିବା ବେଳେ ଜୁଏଲଙ୍କ ସହଯୋଗୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ଝାଡ଼ଖଣ୍ଡ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ର ଜୟପ୍ରକାଶ ଗୁପ୍ତା ଏବଂ ଅନୁଗୁଳର ଟୁଟୁ ଦେହୁରୀ ଓ ପ୍ରବୀଣ ପ୍ରଧାନ । ଜୟପ୍ରକାଶ ଗୁପ୍ତା ହେଉଛନ୍ତି ବିଜେପି ସାଂସଦ ଜୁଏଲ ଓରାମଙ୍କ ସହଯୋଗୀ । କୁନାଲ ଟ୍ରାନ୍ସପୋର୍ଟ ନାଁରେ ଜୟପ୍ରକାଶର ଗୋଟିଏ ଟ୍ରାନ୍ସପୋର୍ଟ ସଂସ୍ଥା ରହିଛି । ଓଡିଶା-ଝାଡଖଣ୍ଡ ସୀମା ସିମଡେଗା-କୁତ୍ରା ରାସ୍ତାରେ ଏମାନେ ବଟି ଆଦାୟ କରୁଥିଲେ । ବିଭିନ୍ନ ଗାଡିକୁ ଅଟାକାଇ ଯାଞ୍ଚ ବାହାନାରେ ବଟି ଆଦାୟ କରୁଥିଲେ । ଅଭିଯୁକ୍ତ ବ୍ୟବହାର କରୁଥିବା ଇନୋଭାକୁ ମଧ୍ୟ ପୋଲିସ ଜବତ କରିଛି । ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ପୋଲିସ ତଦନ୍ତ ଜାରି ରଖିଛି । ରାକେଟରେ ଆଉ କେଉଁମାନେ ସଂପୃକ୍ତ ସେନେଇ ଛାନବିନ କରାଯାଉଛି । ଜୟପ୍ରକାଶ ପଛରେ ବିଜେପି ସାଂସଦଙ୍କର ଅଭୟହାତ ଥିବା ଚର୍ଚ୍ଚା ହେଉଛି ।
ନିଖୋଜ ପୁଅକୁ ଝୁରିଝୁରି ମାଆ ଆଖିରୁ ଲୁହ ଶୁଖୁନି
ବଲାଙ୍ଗିର : ଜନ୍ମାଷ୍ଟମୀରେ ପୁଅକୁ ଖୋଜୁଛି ମାଆ । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବାର । ୪ ଦିନ ହେଲା ନିଖୋଜ ପୁଅକୁ ଝୁରିଝୁରି ମାଆ ଆଖିରୁ ଲୁହ ଶୁଖୁନି । ବଲାଙ୍ଗୀର ଜିଲ୍ଲା ରଣ୍ଢା ଗାଁର ଝରଣୀ ନନ୍ଦ । ଗତ ରବିବାର ଠାରୁ ତାଙ୍କ ୧୫ ବର୍ଷର ପୁଅ ମିଲନ ନିଖୋଜ ଅଛନ୍ତି । ରଣ୍ଢା ହାଇସ୍କୁଲରେ ଦଶମ ଶ୍ରେଣୀ ପାଠ ପଢନ୍ତି ମିଲନ । ରବିବାର ଭୋରରୁ ପୋଖରୀକୁ ଗାଧୋଇବାକୁ ଯାଇ ଫେରିବା ପରେ ଭଉଣୀ ସହ ମିଶି ଜଳଖିଆ ଖାଇଥିଲେ । ହେଲେ ଦିନ ୧୧ଟାପରେ ଘରୁ କୁଆଡେ ଚାଲିଗଲେ ଯେ ଆଉ ଫେରି ନାହାନ୍ତି । ଭାଇର ନିଖୋଜ ପରେ ଦୁଇ ଭଉଣୀବି କାନ୍ଦି କାନ୍ଦି ଝୁରି ହେଉଛନ୍ତି । ମିଲନଙ୍କ ବାପା ତାମିଲନାଡୁରେ କାମ କରନ୍ତି ।
ପରିବାର ଲୋକଙ୍କ ଅଭିଯୋଗ, ମିଲନ କିଛିଦିନ ହେବ କୁସଙ୍ଗରେ ପଡ଼ିଯାଇଥିଲେ । ନାବାଳକ ନିଖୋଜ ନେଇ ପରିବାର ଲୋକ ପୁଇଁତଳା ଥାନାରେ ଅଭିଯୋଗ କରିଛନ୍ତି । କେସ ନମ୍ବର ୪୧/୨୦୨୩ରେ ମାମଲା ରୁଜୁ କରିଛି ପୋଲିସ । ନାବାଳକ ହୋଇଥିବାରୁ ମିସିଂ ସହ ଅପହରଣ ମାମଲା ବି ରୁଜୁ ହୋଇଛି । ରେଳଷ୍ଟେସନ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଥିବା ବେଳେ ଅନେକ ସ୍ଥାନକୁ ନାବଳକର ଫଟୋ ପଠାଯାଇଛି । ଘଟଣାକୁ ଗୁରୁତ୍ର ସହ ନେଇ ତଦନ୍ତ ଚଳାଇଛି ପୁଇଁତଳା ଥାନା ପୋଲିସ । ଜନ୍ମଷ୍ଟମୀରେ ମାଆମାନେ ନିଜ ପୁଅ ଝିଅଙ୍କ ଶୁଭମନାସୀ କେତେ ଖୁସି ହୁଅନ୍ତି । ହେଲେ ଝରଣୀ କିନ୍ତୁ ନିଜ ପୁଅକୁ ହରାଇ ଆଜି ହତୋତ୍ସାହିତ । ଫେରି ଆ ମିଲନ କହି କାନ୍ଦି କାନ୍ଦି ବେହୋସ ହେଉଛି ମାଆ ।
ଟେଣ୍ଡର ସମସ୍ୟା ଯୋଗୁଁ ମା ତାରିଣୀଙ୍କ ପାଖକୁ ଆସୁଥିବା ମାନସିକ ନଡିଆ ଗଦା ହେଉଛି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ । ମାଙ୍କ ନିକଟକୁ ନଡିଆ ଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମାଙ୍କ ପୀଠକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ। ଆସୁଥିବା ମାନସିକ ନଡିଆ ମା’ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ ବିକ୍ରି କରାଯାଇଥାଏ। ଏହି ମାନସିକ ନଡିଆକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ। ଜିତେନ୍ଦ୍ର ନାରାୟଣ ଜେନା ନାମକ ବ୍ୟକ୍ତି ନଡିଆ ଗୋଟା ପ୍ରତି ୪ଟଙ୍କା ୬୫ ପଇସାରେ ନଡିଆ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିଲେ। ହେଲେ କିଛି ମାସ ପରେ କୌଣସି ସମସ୍ୟା ଯୋଗୁ ଟେଣ୍ଡରୁ ଓହରି ଯାଇଥିଲେ ଉକ୍ତ ଟେଣ୍ଡରଧାରୀ । ବ୍ୟକ୍ତି ଜଣକ ଟେଣ୍ଡରରୁ ଓହରି ଯିବା ପରେ ମାନସିକ ନଡ଼ିଆ ନେବା ପାଇଁ ୪ଥର ଟେଣ୍ଡର ଡକାଗଲାଣି। ହେଲେ ଏଥିରେ କେହି ଅଂଶ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ଏବେ ନଡ଼ିଆ ଗୋଦାମ ଗୃହରେ ନଡ଼ିଆ ସଂଖ୍ୟା ବଢି ୧୧ଲକ୍ଷ ପାର ହୋଇଛି।![Maa Ghatagaon Tarini Temple in Kendujhar Odisha - Famous Temple In Odisha [2022]](https://madinformer.com/wp-content/uploads/2022/04/Ghatagaon-tarini-maa-6.png)
ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l କିଛି ଦିନ ପୂର୍ବେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ବିକ୍ରି କରିବାକୁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ। ପୁଣି ନଡ଼ିଆ ଗୋଟାଏ ପ୍ରତି ୪ଟଙ୍କା ୬୦ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି। ୩ଟଙ୍କା ୭୦ପଇସାରେ କିଣିବାକୁ କେହି ରାଜି ହୋଇନଥିବା ବେଳେ ଲୋକେ କିପରି ୪ଟଙ୍କା ୬୦ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅନ୍ୟପଟେ ମାନସିକ ନଡ଼ିଆ ତୁରନ୍ତ ବିନିଯୋଗ ହେବାର ଆବଶ୍ୟକତା ରହିଛି। ମନ୍ଦିର ପ୍ରଶାସନର ଏପରି ନୀତିଯୋଗୁ ଦିନପରେ ଦିନ ଗଡି ଚାଲିଥିଲେ ମଧ୍ୟ ନଡିଆ ନିଲାମ ହୋଇପାରୁନାହିଁ । ଏ ସମ୍ପର୍କରେ ମନ୍ଦିର କାଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ନିଲାମକୁ କେହି ଆସୁନଥିବାରୁ ଏପରିହେଉଛି, ଓ ଆମେ ଦେବୋତ୍ତର କମିଶନରଙ୍କୁ ଜଣାଇଦେଇଛୁ କହି ନିଜ ଉପରୁ ଦୋଷ ଛଡାଇଦେଇଛନ୍ତି l
ପାକିସ୍ତାନୀ ଗାଁ ଉପରେ ତାଲିବାନର କବଜା, ପାକ୍- ଆଫଗାନିସ୍ତାନ ସୀମା ସିଲ୍
ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ଉପରେ ଟିଟିପି ଦ୍ୱାରା ଏକ ଭୟଙ୍କର ଆକ୍ରମଣ ହୋଇଛି। ତେହେରିକ-ଇ-ତାଲିବାନ ପାକିସ୍ତାନ କିମ୍ବା ଟିଟିପି ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ପାକିସ୍ତାନର କିଛି ଅଞ୍ଚଳରେ ପ୍ରବେଶ କରି ଚିତ୍ରାଲ ଜିଲ୍ଲାର ଅନେକ ଅଞ୍ଚଳ ଦଖଲ କରିଛନ୍ତି।ସେପଟେ ପାକିସ୍ତାନୀ ସେନା ଦାବି କରିଛି ଯେ ଟିଟିପିର ଦାବି ମିଥ୍ୟା। ଉଭୟ ପକ୍ଷର ଦାବି ମଧ୍ୟରେ ପାକିସ୍ତାନ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ତୋରଖମ୍ ସୀମାରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ତୋରଖମ୍ ବର୍ଡର ସିଲ୍ କରାଯାଇଛି ।
ତାଲିବାନ ଏବଂ ପାକିସ୍ତାନ ସେନା ମଧ୍ୟରେ ଯୁଦ୍ଧ!
ସେପଟେ ପାକିସ୍ତାନୀ ସେନା ଦାବି କରିଛି ଯେ ଆଫଗାନିସ୍ତାନରୁ ଗୁଳି ବିନିମୟ ହେଉଛି ଏବଂ ଚିତ୍ରାଲ ସୀମାରେ ଟିଟିପି ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ତାଲିବାନଙ୍କ ଗୁଳି ବିନିମୟରେ ଏକ ସେନା ପୋଷ୍ଟ ମଧ୍ୟ ଆସିଥିଲା କିନ୍ତୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟି ନଥିଲା। ସେ କହିଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦିଆଯାଉଛି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ସଫଳହେଲା ବ୍ୟୟବହୁଳ ଅପରେସନ
କୋରାପୁଟ : ପୁଣି ବରଦାନ ସାଜିଲା ବିଏସକେଓ୍ବାଇ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହେଲା ବ୍ୟୟବହୁଳ ଅପରେସନ । କୋରାପୁଟ ଜିଲ୍ଲା ଅନକାଡେଲି ସଦର ପଞ୍ଚାୟତର ଜଗନ୍ନାଥ ବେହେରାଙ୍କ ପୁଅ କାହ୍ନା ଛାତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରୁନଥିଲା । ବିଏସକେଓ୍ବାଇ ସମ୍ପର୍କରେ ଜାଣିବା ପରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସପିଟାଲ ନେଇଥିଲେ ପରିବାର ଲୋକେ । ସେଠାରେ କାର୍ଡ ମାଧ୍ୟମରେ ମାଗଣାରେ କାହ୍ନାର ଅପରେସନ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି ।
ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ ଛାଡ଼ିଥିବା ଶତାଧିକ କର୍ମୀ
ନବରଙ୍ଗପୁର : ନବରଙ୍ଗପୁର ନଗର ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ କରିବାକୁ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ବିଜେଡି ନେତା ଓ କର୍ମୀ ଶପଥ ନେଇଛନ୍ତି । ବିଜେପି ଓ କଂଗ୍ରେସ ଛାଡ଼ିବାପରେ ଦଳ ଉପରେ ବର୍ଷିଛନ୍ତି । ତଳସ୍ତରର କର୍ମୀଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ରାଜ୍ୟ ସରକାର ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବିଜେପି ଓ କଂଗ୍ରେସ ଛାଡ଼ିଥିବା ଶତାଧିକ କର୍ମୀ । ଏହି ମିଶ୍ରଣପର୍ବରେ ନଗର ବିଜେଡି କମିଟିର ଅନେକ ପଦବୀ ପାଇଁ ସଦସ୍ୟଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଟିପ ଚିହ୍ନନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ
ଅନୁଗୁଳ : ଟିପ ଚିହ୍ନନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । କେନ୍ଦ୍ରାପଡା ଅଞ୍ଚଳର ମମତା ସ୍ବାଇଁ କିଛି ବର୍ଷ ହେଲା ଅନୁଗୁଳରେ ବିଭିନ୍ନ ମହିଳା ସଂଘର ସଦସ୍ୟ ହେବାପରେ ସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ । ମମତା ନିଜ ଝିଅର ଉଚ୍ଚ ଶିକ୍ଷା ପାଇଁ ଟଙ୍କାର ଆବଶ୍ୟକତା ଥିବା କହି ମୋଟା ଅଙ୍କର ଧାରକରଜ ନେଇଥିଲେ । ପରେ ଟଙ୍କା ମାଗିବାରୁ ସେ ଫେରାର ହୋଇଯାଇଥିଲେ । କେବଳ ଏତିକି ରେ ସିମିତ ନଥିଲା ଘଟଣାକୁ ନେଇ ପରେ ଯେତେବେଳେ ଖୋଳତାଡ଼ କରିଗଲା ଜଣାପଡ଼ିଥିଲା ମମତା ମହିଳା ସଂଘ ଆକାଉଣ୍ଟରୁ ମଧ୍ୟ ମୋଟା ଅଙ୍କର ଟଙ୍କା ହଡ଼ପ କରିନେଇଥିଲେ । ମହିଳା ଜଣକ ମିଛ ସତ କହିକି ନୁହେଁ ବରଂ ଅନ୍ୟ ମହିଳାଙ୍କର ଟିପ ଚିହ୍ନ ଦେଇ ଟଙ୍କା ଉଠାଇନେଇଥିବା ଜଣାପଡ଼ିଛି । ମମତା ପ୍ରାୟ ୩କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି ।
ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର
କୋଣାର୍କ : ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର । କାରଣ ପୁରୀ ଚନ୍ଦନପୁର ପୋଷ୍ଟ ଅଫିସରରୁ ଅସ୍ତରଙ୍ଗ ଯିବାକୁ ଲାଗିଗଲା ୫ବର୍ଷ ସମୟ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ୨୦୧୮ ମସିହା ଅଗଷ୍ଟ ୨୪ତାରିଖରେ ପୁରୀ ଜିଲ୍ଲା ବିରନରସିଂହପୁରର ପ୍ରକାଶ ରଥ ଝିଅ ଘରକୁ ବାଲିତୃତୀୟ ଭାର ବାଦଦକୁ ହଜାରେ ଟଙ୍କା ପଠାଇଥିଲେ । ଚନ୍ଦନପୁର ପୋଷ୍ଟ ଅଫିସରୁ ମନିଅର୍ଡର ମାଧ୍ୟମରେ ଏକ ହଜାର ଟଙ୍କା ପୁରୀ ଜିଲ୍ଲା ଅସ୍ତରଙ୍ଗପୁର ବ୍ଲକ ଆଦିକନ୍ଦପୁର ଶାସନ ଠିକଣାରେ ପଠାଇଥିଲେ । ହେଲେ ବାଲିତୃତୀୟ ଚାଲିଯିବା ପରେ ବି ଝିଅଘରେ ଟଙ୍କା ପହଞ୍ଚିନଥିଲା । ଡାକ ଘରେ ଯୋଗାଯୋଗ କରିବା ପରେ ବି ଟଙ୍କା ଆସିନଥିବା ଡାକ ବିଭାଗର ଅଧିକାରୀ କହିଥିଲେ । ପରେ ଘଟଣାକୁ ବିତିଯାଇଥିଲା ୫ ବର୍ଷ ।
ମନିଅର୍ଡର କଥା ସମସ୍ତେ ଭୁଲିଯାଇଥିବାବେଳେ ଗତ ୪ତାରିଖରେ ଜ୍ବାଇଁ ସୁଧୀରଙ୍କ ନାଁରେ ମନିଅର୍ଡରଟି ଆସି ପହଞ୍ଚିଥିଲା । ୫ବର୍ଷ ତଳେ ଶ୍ବଶୁର ପଠାଇଥିବା ମନିଅର୍ଡର ଏବେ ଆସି ପହଞ୍ଚିବା ଘଟଣା ସମସ୍ତଙ୍କୁ ଚକିତ କରୁଛି । ଏହାଛଡ଼ା ଡାକ ବିଭାଗର ଏଭଳି ଅବହେଳା ବାବଦରେ ପ୍ରଶ୍ନ ଉଠୁଛି । ଗୋଟିଏ ଜିଲ୍ଲା ଭିତରେ ମନିଅର୍ଡର ପହଞ୍ଚିବାକୁ ୫ ବର୍ଷ ଲାଗିଗଲା । ଏଥିପାଇଁ ଡାକ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଜ୍ବାଇଁ ସୁଧୀର । ଡାକ ବିଭାଗର କମ୍ପ୍ୟୁଟର ଯନ୍ତ୍ରୀଙ୍କର ତ୍ରୁଟି କାରଣରୁ ଏଭଳି ବିଳମ୍ବ ଘଟିଥିବା କୁହାଯାଉଛି ।

