ତାମିଲନାଡୁରେ ବର୍ଷା ବିତ୍ପାତ , ଭୂସ୍ଖଳନ ପରେ ୫ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା

1 min read

ଚେନ୍ନାଇ :  ତାମିଲନାଡୁରେ ପ୍ରବଳ ବର୍ଷା । ଭୂସ୍ଖଳନ ପରେ କୋଏମ୍ବାଟୁର ରାସ୍ତା ଅବରୋଧ , ୫ଜିଲ୍ଲାରେ ସ୍କୁଲ ବନ୍ଦ । ତାମିଲନାଡୁରେ ଭୀଷଣ ବର୍ଷାରେ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ । ଗୁରୁବାର କୁନଜପା ପଣାଇରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଛି । ତିରୁପୁର,ମଦୁରାଇ,ଥେନି,ଡିନିଡୁଗୁଲ ଏବଂ କିଛି ତାଲୁକରେ ସ୍କୁଲ ଦିନକ ପାଇଁ ବନ୍ଦ ରଖିଛନ୍ତି ସରକାର ।

ଭାରତୀୟ ପାଣିପାଗ ବିଭାଗ-ଆଇଏମଡିଙ୍କ ଆକଳନ ଅନୁସାରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାମିଲନାଡୁ ଓ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି ।ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଭୀଷଣ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି ।
କ୍ଷେତ୍ରୀୟ ମୌସୁମୀ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨ଦିନ ପର୍ଯ୍ୟନ୍ତ ତାମିଲନାଡୁରେ ପୂର୍ବତଟ ମୌସୁମୀ ବାୟୁ ପବାହ ତୀବ୍ର ହେବା କାରଣରୁ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ।