MP, MLAଙ୍କ ବିରୋଧରେ ରହିଥିବା ମାମଲାର ତୁରନ୍ତ ଫଏସଲା କର : ସୁପ୍ରିମକୋର୍ଟ

ଦିଲ୍ଲୀ : ନିର୍ବାଚିତ ଏମପି, ଏମଏଲଏଙ୍କ ବିରୋଧରେ ଦାୟର ଅପରାଧିକ ମାମଲାଗୁଡିକର ତୁରନ୍ତ ଫଏସଲା ଲାଗି ହାଇକୋର୍ଟଗୁଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଯେଉଁ ସବୁ ରାଜ୍ୟରେ ଏମପି, ଏମଏଲଏମାନଙ୍କ ବିରୋଧରେ ପଡିରହିଛି ମାମଲା ତାହାର ତୁରନ୍ତ ଫଏସଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଏହି ଧରଣର ମାମଲାଗୁଡିକୁ ନିଜ ଆଡୁ ପଞ୍ଜୀକରଣ କରିବା ସହ ମାମଲାର ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ହାଇକୋର୍ଟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାଗୁଡିକର ସମାଧାନଦିଗରେ ମନିଟରିଂ କରିବା ଲାଗି ହାଇକୋର୍ଟର ମୁଖ୍ୟବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସରକାରୀ କର୍ମଚାରୀ ଓ ବିଚାର ବିଭାଗୀୟ ସଦସ୍ୟ ସମ୍ପର୍କିତ ଅପରାଧିକ ମାମଲାଗୁଡିକର ବିଚାର ଲାଗି ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି ଦୋଷୀସାବ୍ୟସ୍ତ ଅଧିକାରୀଙ୍କୁ ନିଜ ପଦବିରୁ ବାହାର କରିବା ଲାଗି ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ କୋର୍ଟ । ବିଭିନ୍ନ ହାଇକୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ବିଭିନ୍ନ ସାଂସଦ ଓ ବିଧାୟକଙ୍କ ବିରୋଧରେ ୫ ହଜାର ୧୭୫ଟି ମାମଲା ପଡିରହିଛି ।

ଏହି ଖବର ଉପରେ ନଜର ପକାନ୍ତୁ : ବୀମା ଟଙ୍କା ପାଇଁ ଭିକାରୀକୁ ହତ୍ୟା, ୧୭ ବର୍ଷ ପରେ ଖୋଲିଲା ରାଜ୍

Supreme Court refuses to cancel classes 10, 12 offline board exams | India  News - Times of India

ସେଥିରୁ ୪୦ ପ୍ରତିଶତ ମାମଲା ଅର୍ଥାତ ୨ ହଜାର ୧୧୬ଟି ମାମଲା ଗତ ୫ ବର୍ଷ ଧରି ଚାଲି ରହିଛି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିଷ୍ପତ୍ତି ନେବା ଲାଗି ହାଇକୋର୍ଟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁକ୍ଷେତ୍ରରେ ଏକକ ଗାଇଡଲାଇନ ଗଠନ କରିବା କଷ୍ଟସାଧ୍ୟ ବୋଲି ବିଚାର କରିଛନ୍ତି କୋର୍ଟ । ଉତ୍ତରପ୍ରଦେଶରେ ସର୍ବାଧିକ ମାମଲା ପଡିରହିଛି । ୨୦୧୮ରେ ୯୯୨ଟି ମାମଲା ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୧୩୭୭ । ସେଥିରୁ ୭୧୯ଟି ମାମଲାର ସମାଧାନ କରାଯାଇଛି ।