ଜମ୍ମୁ କାଶ୍ମୀର ସୋପିଆନ ଅଞ୍ଚଳରେ ଗୁଳି ବିନିମୟ : ଜଣେ ଆତଙ୍କବାଦୀ ନିପାତ

1 min read

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର । ଯବାନଙ୍କ ସହ ଗୁଳିବିନିମୟରେ ଜଣେ ଆତଙ୍କଦାବୀ ନିପାତ ହୋଇଛି । ସୋପିଆନରେ ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଥିଲା ଆତଙ୍କୀ ମାଇସର ଅହମ୍ମଦ ଦାର । ମୃତ ଆତଙ୍କୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ।

କାଠୋହଲିନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିଲା ଏହି ଲଢେଇ । ଆତଙ୍କବାଦୀ ନିପାତ ନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏବେବି ଅନେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।  ଏନକାଉଣ୍ଟର ପରେ ଅଂଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।

ସେପଟେ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରେ ପାକିସ୍ତାନ ରେଞ୍ଜର୍ସ ଗୁଳିମାଡ କରିଛନ୍ତି । ଭାରତୀୟ ସେନାର ଯବାନଙ୍କ ପୋଷ୍ଟ ଉପରକୁ ଟାର୍ଗେଟ କରି ଗୁଳିମାଡ଼ କରିଛି ପାକିସ୍ତାନ ରେଞ୍ଜର୍ସ । ଏଥିରେ ବିଏସଏଫର ଜଣେ ଯବାନ ଆହତ ହୋଇଛନ୍ତି ।

୨୪ ଦିନ ମଧ୍ୟରେ ପାକିସ୍ତାନୀ ସେନା ପୁଣି ସୀମାରେ ଅସ୍ତ୍ରବିରତି ନିୟମର ଉଲ୍ଲଂଘନ କରିଛି । ଏସବୁ ମଧ୍ୟରେ ଜମ୍ମୁ କାଶ୍ମୀରରେ ପୋଲିସ ଆତଙ୍କବାଦୀ ଲିଙ୍କରେ ଥିବା ବ୍ୟକ୍ତିଙ୍କୁ ଚଢାଉ ଜାରି ରହିଛି  । ଅନନ୍ତନାଗ ଜିଲ୍ଲାରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଲିଙ୍କରେ ଉମର ଅମିନ ନାମକ ବ୍ୟକ୍ତିଙ୍କ ଦୋକାନରେ ଚଢାଉ କରିଛି କାଶ୍ମୀର ପୋଲିସ । ଗତ ମେ ମାସରେ ଉମର ଅମିନ ଜଣେ ସର୍କସ କର୍ମଚାରୀଙ୍କୁ ହତ୍ୟା କରିଥିବା ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।