ବୀମା ଟଙ୍କା ପାଇଁ ଭିକାରୀକୁ ହତ୍ୟା, ୧୭ ବର୍ଷ ପରେ ଖୋଲିଲା ରାଜ୍

ଅହମ୍ମଦାବାଦ :  ବୀମା ଟଙ୍କା ହଡପ କରିବା ପାଇଁ ଜଘନ୍ୟ କାଣ୍ଡ । ୧୭ ବର୍ଷପରେ ଖୋଲିଲା ଷଡ଼ଯନ୍ତ୍ରର ରହସ୍ୟ  । ଗୁଜୁରାଟର ନୋଏଡାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯେଉଁଥିରେ ଜଣେ ବ୍ୟକ୍ତି ୮୦ ଲକ୍ଷର  ବୀମା ଟଙ୍କା ହାତେଇବା ପାଇଁ ନିଜେ ରଚିଥିଲେ ନିଜର ମିଛ ମୃତ୍ୟୁର ନାଟକ । ନିଜ ମୃତ୍ୟୁ ନାଟକକୁ ସତ ଦେଖାଇବା ପାଇଁ ସେ ଏକ ଭିକାରୀର ହତ୍ୟା ମଧ୍ୟ କରିବାକୁ ପଛାଇ ନଥିଲେ  ।

ଦୀର୍ଘ ୧୭ ବର୍ଷ ପରେ ଏହି ବୀମା ପାଇଁ ରଚାଯାଇଥିବା ମିଛ ମୃତ୍ୟୁ ନାଟକର ପର୍ଦ୍ଦାଫାସ କରିଛି ପୋଲିସ ଏବଂ ଅସଲି ଅଭିଯୁକ୍ତକୁ ଗିରଫ କରିଛି  । ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅଭିଯୁକ୍ତର ଏପରି କାରାନାମା ପଛର କାରଣ ତାଙ୍କ ସ୍ତ୍ରୀ ମଧ୍ୟ ଜାଣି ନଥିଲେ, ବରଂ ଦୀର୍ଘ  ୧୭ ବର୍ଷ ଧରି ସ୍ୱାମୀଙ୍କ ମୃତ୍ୟୁ ଘଟିଛି ଭାବି ନିଜକୁ ବିଧବା ବୋଲି ମାନି ଆସିଥିଲେ ।

ଉତ୍ତରପ୍ରଦେଶର ବୁଦ୍ଧନଗରର ରହୁଥିବା ଅଭିଯୁକ୍ତ ଅନିଲ ସିଂ ମାଲେକ ନିଜ ନାଁ ଏବଂ ପରିଚୟ ବଦଳାଇ ଗୁଜୁରାଟର ଅହମ୍ମଦାବାଦରେ ରହୁଥିଲା । ଶେଷରେ ଏକ ଗୁପ୍ତ ସୂଚନା ଅନୁଯାୟୀ ତାକୁ ଗିରଫ କରିଛି ପୋଲିସ  ଏବଂ ଏପରି ଷଡଯନ୍ତ୍ର ଉପରୁ ପରଦା ହଟିଛି । ପୋଲିସର କହିବା ଅନୁଯାୟୀ, ଏହି ବ୍ୟକ୍ତି ୮୦ ଲକ୍ଷର ବୀମା ଟଙ୍କା ପାଇବା ଲୋଭରେ ନିଜ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲା । ୨୦୦୪ ମସିହାରେ ବାପା ଏବଂ ଭାଇଙ୍କ ସହ ମିଶି ଏହି ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ  ।