spot_img
Home Blog Page 2809

ମାଓ ଦମନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାକୁ ଭୂରୀ ଭୂରୀ ପ୍ରଶଂସା

ଭୁବନେଶ୍ବର: ଓଡ଼ିଶାର ମାଓଦମନ ନୀତି ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଢେର ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛନ୍ତି । ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଘଟଣା ୩୦% ହ୍ରାସ ପାଇଛି, ଗୁଳିବିନିମୟ ତଥା ଆକ୍ରମଣ ଘଟଣାରେ ୩୨ ପ୍ରତିଶତ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁରେ ୫୬ ପ୍ରତିଶତ ହ୍ରାସ ପାଇଛି । ନକ୍ସଲ ଆନ୍ଦୋଳନକୁ ହ୍ରାସ କରିଥିବାରୁ ଓଡ଼ିଶା ସରକାରଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି ଶାହ ।

ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ରୋଲ ମଡେଲ ପାଲଟିଛି ବୋଲି କହିଛନ୍ତି ଶାହ । ଉନ୍ନତ କୌଶଳ ଆପଣାଇ ବିପର୍ଯ୍ୟୟକୁ ଜିରୋ କାଜୁଆଲିଟି କାର୍ଯ୍ୟକାରୀ କରିବାରେ ସଫଳ ହୋଇଛି ଓଡ଼ିଶା । ପୂର୍ବରୁ ବାତ୍ୟା ଆସୁଥିଲା ହଜାର ହଜାର ଲୋକଙ୍କୁ ମୃତ୍ୟୁମୁଖରେ ପକାଉଥିଲା  । ଏବେ ସମୟ ବଦଳିଛି  । ନୂଆ ନୂଆ ପଦକ୍ଷେପ ଯୋଗୁଁ ବାତ୍ୟାର ମୁକାବିଲା କରି ଧନଜୀବନ ସୁରକ୍ଷିତ କରିବାରେ ସଫଳ ହୋଇଛି ନବୀନ ସରକାର । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର କାମ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

 

 

ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ୫ ବର୍ଷ ଲଢ଼ିପାରିବେନି ନିର୍ବାଚନ

ଇସଲାମାବାଦ: ବହୁଚର୍ଚ୍ଚିତ ତୋଷଖାନା ମାମଲା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଲେ କୋର୍ଟ । ମାମଲାର ଶୁଣାଣି କରି 3 ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏହା ସହ ୧ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଏହା ସହ 5 ବର୍ଷ ଯାଏ ନିର୍ବାଚନ ଲଢ଼ି ପାରିବେନି ପାକିସ୍ତାନ ତେହରିକ ଇ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ । ଏନେଇ ଇମ୍ରାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛି ଇସଲାମାବାଦ ପୋଲିସ । ବିଦେଶୀ ଅତିଥିଙ୍କ ଠାରୁ ପ୍ରାପ୍ତ ଉପହାରଗୁଡିକୁ ବିକ୍ରି କରିଥିବା ଅଭିଯୋଗକୁ ନେଇ ଅଡୁଆରେ ପଡିଛନ୍ତି କ୍ରିକେଟ ଲିଜେଣ୍ଡ ଇମ୍ରାନ ।

୨୦୧୮ରେ ରାଷ୍ଟ୍ରମୁଖ୍ୟ ଭାବେ ଇମ୍ରାନଙ୍କୁ ବହୁ ରାଷ୍ଟ୍ର ଓ ବୈଦେଶିକ ପଦାଧିକାରୀମାନେ ଅନେକ ଉପହାର ଦେଇଥିଲେ । ୨୦୧୮ରେ ଇମ୍ରାନଙ୍କୁ ପ୍ରାୟ ୧୫୪ ନିୟୁତ ଟଙ୍କାର ରତ୍ନଖଚିତ ଘଣ୍ଚା ଉପହାର ମିଳିଥିଲା । ତେବେ ସେଥିରୁ ୩ଟି ଦାମୀ ଘଣ୍ଟାକୁ ୩୬ ନିୟୁତ ଟଙ୍କାରେ ବିକ୍ରି କରିଦେଇଥିଲେ ଇମ୍ରାନ ।

ଏହା ସହ ଉପହାର ସମ୍ପର୍କରେ ଦେଇଥିଲେ ମିଥ୍ୟା ତଥ୍ୟ । ସେ ପାଇଥିବା ଉପହାର ମଧ୍ୟରେ ରହିଛି ଗ୍ରାଫ୍ଟ ରିଷ୍ଟଓ୍ବାଚ, ଦୁଇଟି କଫଲିଙ୍କ, ଏକ ଦାମୀ ପେନ, ୪ଟି ରୋଲେକ୍ସ ଘଡ଼ି ଇତ୍ୟାଦି । ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଉପହାର ମିଳେ ତାହାକୁ ସରକାରୀ ମାଲିକାନାଧୀନ ତୋଷଖାନାରେ ରଖାଯିବା କଥା ।

ବିକାଶ କାମରେ ସହଯୋଗ କରୁଥିବାରୁ କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିକାଶ କାମରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି । ନବୀନ ଓଡ଼ିଶା ରୂପାନ୍ତରିତ ଓଡ଼ିଶା । ନବୀନ ସରକାର ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରିଆସିଛି । କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ଆଗକୁ ମାଡିଚାଲିଛି । ସବୁ ପାରାମିଟରରେ ଓଡିଶା ଅନେକ ଆଗକୁ ଯାଇଛି ।

ନୂଆ ଓଡିଶା ଗଠନ ଦିଗରେ ଆଗେଇ ଚାଲିଛି ରାଜ୍ୟ । ବିକାଶରେ ଯୋଗାଯୋଗ ଯଥେଷ୍ଟ ଗୁରୁତ୍ୱ ବହନ କରେ । ଗୁରୁପ୍ରିୟା ସେତୁ, ପଶ୍ଚିମ ଓଡିଶା ସହ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ ୱେର ଯୋଗାଯୋଗ ବିରାଟ ପରିବର୍ତ୍ତନ ଆଣିଛି । ପୂର୍ତ୍ତ ବିଭାଗରେ ରାଜ୍ୟ ସରକାରଙ୍କ ବଜେଟ 98 ପ୍ରତିଶତ ବଢିଛି । ୨୦୦୦ ମସିହାରେ ୨୮୦ କୋଟି ବଜେଟ ଥିବା ବେଳେ ଏଥର ଏହା ୫୦ ହଜାର କୋଟିରେ ପହଞ୍ଚିଛି । ଏହି ବର୍ଷ ସରକାର ୬୫୦୦ କିଲୋମିଟର ରାସ୍ତାର ମରାମତି ଓ ୩୦୦ ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିଛି ବର୍ଷ ଭିତରେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର କାମ ଶେଷ ହୋଇଛି  । ମାଲକାନଗିରିରେ ଗ୍ରୀନ ଫିଲଡ ବିମାନବନ୍ଦର କାମ ଚାଲିଛି ।କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଖଣିମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।

 

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା, ଶାଶୁଙ୍କୁ ନିସ୍ତୁକ ମାଡ଼ ମାରିଲେ ଉତ୍ତ୍ୟକ୍ତ ଲୋକେ

ବାଲେଶ୍ୱର: ଘର ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉତ୍ତ୍ଯକ୍ତ ମହିଳା ପୋଲିସକୁ ମାଡ ମାରିବା ସହିତ ଘର କବାଟ ଭାଙ୍ଗି ମୃତ ମହିଳାଙ୍କ ଶାଶୁଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଜୟନଗର ଗାଁର ଭଗୀରଥ ପରିଡାଙ୍କ ସ୍ତ୍ରୀ ମିଲି ପରିଡାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ଘରର ଛାତ ଉପରୁ ଠାବ ହୋଇଛି ।

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଉ ନାହିଁ ବନ୍ୟା ସ୍ଥିତି । ହୀରାକୁଦକୁ ଜଳ ପ୍ରବାହ କମିଛି । ୫ଲକ୍ଷ କ୍ୟୁସେକ୍ ଥିଲା, ତାହା କମିଛି । ହୀରାକୁଦ ଜଳଭଣ୍ଡାରର ଆଉ ୫ ଗେଟ୍ ଖୋଲିଛି । ଜଳସ୍ତର ଏବେ ୬୨୦.୫୮ ଫୁଟ ରହିଛି । ୧୭ ଗେଟ ଖୋଲା ଅଛି ।

ବାମପଟୁ ୧୧, ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ତଳମୁଣ୍ଡରେ ବହୁତ ମାତ୍ରାରେ ପାଣି କମି ଯାଇଛି । ମୁଣ୍ଡୁଳିରେ ବି ପାଣି କମି ଯାଇଛି । ଖଇରମାଳ ଠାରେ ବି ପାଣି କମି ୩.୨୦ ଲକ୍ଷ କ୍ୟୁସେକରେ ପାଣି ପ୍ରବାହିତ ହେଉଛି । ବିଶେଷକରି କଣାସ ବ୍ଲକର ଦୟା ଓ ରାଜୁଆ ନଦୀ, ମାଛଗାଁ ଦେବୀ ନଦୀ, କେନ୍ଦ୍ରାପଡ଼ାର ଲୁଣା ଓ କେରାଣ୍ଡିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି । ପାଣି ଖସିଲେ ଦିନେ ଦୁଇ ଦିନ ଭିତରେ ମରାମତି କାମ ସରିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ।

 

ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଦେଶର ଆର୍ଥିକ ବିକାଶ ରାଜପଥ ବିକାଶ ସହ ଯୋଡ଼ିହୋଇଛି । ଗତ ବର୍ଷମାନଙ୍କରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇଛି । କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ବିକାଶ କରିଚାଲିଛିନ୍ତି । ଆଜି ଲୋକସେବା ଭବନରେ ୨ଟି ଏନଏଚ ପ୍ରକଳ୍ପର ଉଦଘାଟନ କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

କାମାକ୍ଷାନଗର ଡୁବୁରି ଏନଏଚ-୫୩ରେ ୪ଥାକିଆ ରାସ୍ତାର ଲୋକାର୍ପଣ ସହ କଳାହାଣ୍ଡି ଜିଲ୍ଲା ମୋଟେରୁରୁ ବାନେରେ ଭାୟା ଲଡୁଗାଁ ରାସ୍ତା ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅମିତ ଶାହ । କାମାକ୍ଷାନଗର ଡୁବୁରି ଏନଏଚ-୫୩ରେ ୫୧ କିଲୋମିଟର ୪ଥାକିଆ ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୭୬୧ କୋଟି ।

ସେହିପରି ମୋଟେରୁରୁ ବାନେରେ ଭାୟା ଲଡୁଗାଁ ୧୫ କିଲୋମିଟର ରାସ୍ତା ପ୍ରଶସ୍ତିକରଣ କାମ ପାଇଁ ୩୪ କୋଟି ଖର୍ଚ୍ଚ ହେବ । ଏହା ଖଣିଜ ସମ୍ପଦ ଭରା ଅନୁଗୁଳ ଓ ଢେଙ୍କାନାଳକୁ ଦେଶ ସହ ଯୋଡିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଉଦବୋଧନ ଦେଇ କହିଛନ୍ତି, କେନ୍ଦ୍ରକୁ ସର୍ବଦା ଓଡ଼ିଶା ସହଯୋଗ କରିଆସିମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି ବୋଲି କହିଛନ୍ତି ।

 

ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ, ମାରିଲେ ନିର୍ଘାତ ମାଡ଼

ମୟୂରଭଞ୍ଜ: ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ତଦନ୍ତ ପାଇଁ ଯାଇଥିବା ବେଳେ ନିର୍ଘାତ ମାଡ଼ ମାରିଲେ ମାଫିଆ । ଆରଆଇଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ।

ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ଜୁଲାଇ ୧୭ ତାରିଖରେ ୧୪୪ ଧାରା ଜାରି ହୋଇଥିଲା । ହେଲେ ୧୪୪ ଧାରା ଅଂଚଳରେ ବେଆଇନ ଭାବେ ପୁଣି ପଥର ଖାଦାନ ଚାଲିଥିବାରୁ ବଡପଥରା ଆରଆଇ ଦୟାନିଧି ରାଉତ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ସେଠାରେ ଆରଆଇଙ୍କୁ ମାଫିଆମାନେ ମାଡ଼ ମାରିବା ସହିତ ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଆରଆଇ ଡୁକୁରା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଏବେ ଖୁଣ୍ଟା ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।

ପ୍ରସବ ପାଇଁ ଆସିଥିବା ୮୦ ଗର୍ଭବତୀ HIV ପଜିଟିଭ ଚିହ୍ନଟ

ମିରଟ: ଉତ୍ତରପ୍ରଦେଶ ମିରଟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ମେଡିକାଲକୁ ଆସିଥିବା ପ୍ରାୟ ୮୦ ଗର୍ଭବତୀ HIV ପଜିଟିଭ ଥିବା ଜଣାପଡ଼ିଛି । ଏବେ ସବୁ ମହିଳାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି ।

ଉତ୍ତରପ୍ରଦେଶ ମିରଟରେ ଥିବା ଲାଲା ଲଜପତ ରାୟ ମେଡିକାଲ କଲେଜରେ ଗତ ୧୬ ମାସରେ ପ୍ରସବ ପାଇଁ ଆସିଥିବା ୬୦ରୁ ୮୦ ମହିଳା HIVରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏହି ସ୍ଥିତି ଉପରେ ଜିଲ୍ଲା  ସ୍ବାସ୍ଥ୍ୟ ବିଭାଗ ଲଗାତାର ନଜର ରଖିଛି ।

ମେଡିକାଲର ଅଧିକାରୀ କହିଛନ୍ତି ଯେ, ସବୁ ଗର୍ଭବତୀଙ୍କ ଚିକିତ୍ସା ଚାଲିଥିଲା । ତାଙ୍କ ମେଡିସିନ ଦିଆ ଯାଉଥିଲା । ପ୍ରାୟ ୩୫ ମହିଳାଙ୍କ ପ୍ରସବ ମଧ୍ୟ ସଠିକ୍ ହୋଇଛି । ବିଗତ ୧୬ ମାସରେ ମେଡିକାଲକୁ ଆସିଥିବା ପ୍ରାୟ ୮୧ ଜଣ ମହିଳା HIVରେ ଆକ୍ରାନ୍ତ ଥିଲେ । ୩୫ ଜଣ ମହିଳା ପୂର୍ବରୁ ହିଁ ଏଥିରେ ଆକ୍ରାନ୍ତ ଥିଲେ । ୨୦୨୨-୨୩ ମସିହାରେ ପ୍ରସବ ସମୟରେ ଚେକଅପ କରିବାରୁ ୩୩ ନୂଆ କେସ୍ ଜଣାପଡ଼ିଥିଲା । ଚଳିତ ବର୍ଷ ଜୁଲାଇ ସୁଦ୍ଧା ୧୩ ଜଣ ମହିଳା HIVରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

 

 

ବଢୁଛି ହୀରାକୁଦ ଜଳସ୍ତର, ୬୨୦.୪୧ ଫୁଟରେ ପହଞ୍ଚିଲା ହୀରାକୁଦ ଜଳ

ସମ୍ବଲପୁର: ବଢୁଛି ହୀରାକୁଦ ଜଳସ୍ତର । ୬୨୦.୪୧ଫୁଟରେ ପହଞ୍ଚିଲା ହୀରାକୁଦ ଜଳ । ବର୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୮୪ ହଜାର ଘନଫୁଟ ବନ୍ୟାଜଳ । ଲକ୍ଷେ ୭୦ ହଜାର ୨୮୦ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରରୁ ନିସ୍କାସିତ ହେଉଛି । ୧୨ ଟି ଦେଇ ନିଷ୍କାସିତ ହେଉଛି । ବାମପଟୁ ୭ଟି ଡାହାଣ ପଟୁ ୫ଟି ଗେଟ୍ ଖୋଲାଅଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।

ଆଜି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ଆଜି ସନ୍ଧ୍ୟାରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବାବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ।

ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରୁଥିବାରୁ ଆଜି ଚନ୍ଦ୍ରଯାନ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ । ଆଜି ସନ୍ଧ୍ୟା ୭ଟାରେ ଲୁନାର ଅରବିଟ ଇଞ୍ଜେକସନ ବା ଏଲଓଆଇ ସଂଗଠିତ ହେବ ଏବଂ ଚନ୍ଦ୍ରର ଅତି ନିକଟତର ପଏଣ୍ଟରେ ଏହା ଘଟିବ ବୋଲି କହିଛି ଇସ୍ରୋ । ଇସ୍ରୋ ପକ୍ଷରୁ କୁହାଯାଇଛି- ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ସାଧାରଣ ରହିଛି ଏବଂ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି ।

ଆସନ୍ତା ୧୭ଦିନ ଚନ୍ଦ୍ରୟାନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଗତ ୧ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଚେଷ୍ଟା ବି କରାଯାଇଥିଲା । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବାବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ନାଭିଗେସନ ସେନସର, ପ୍ରପଲସନ ସିଷ୍ଟମ, ଗାଇଡାନ୍ସ ବ୍ୟବସ୍ଥା ବି ଏଥିରେ ରହିଛି ।