ଆଜି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

1 min read

ଶ୍ରୀହରିକୋଟା: ଆଜି ସନ୍ଧ୍ୟାରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବାବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ।

ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରୁଥିବାରୁ ଆଜି ଚନ୍ଦ୍ରଯାନ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ । ଆଜି ସନ୍ଧ୍ୟା ୭ଟାରେ ଲୁନାର ଅରବିଟ ଇଞ୍ଜେକସନ ବା ଏଲଓଆଇ ସଂଗଠିତ ହେବ ଏବଂ ଚନ୍ଦ୍ରର ଅତି ନିକଟତର ପଏଣ୍ଟରେ ଏହା ଘଟିବ ବୋଲି କହିଛି ଇସ୍ରୋ । ଇସ୍ରୋ ପକ୍ଷରୁ କୁହାଯାଇଛି- ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ସାଧାରଣ ରହିଛି ଏବଂ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି ।

ଆସନ୍ତା ୧୭ଦିନ ଚନ୍ଦ୍ରୟାନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଗତ ୧ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଚେଷ୍ଟା ବି କରାଯାଇଥିଲା । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବାବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ନାଭିଗେସନ ସେନସର, ପ୍ରପଲସନ ସିଷ୍ଟମ, ଗାଇଡାନ୍ସ ବ୍ୟବସ୍ଥା ବି ଏଥିରେ ରହିଛି ।