ମୁମ୍ବାଇ: ପରଦାକୁ ଫିଲ୍ମ ଆସିବା ପରେ ଦର୍ଶକେ ହିଟ୍, ଫ୍ଲପର ସାର୍ଟିଫିକେଟ ସାଙ୍ଗେ ସାଙ୍ଗେ ଦେଇ ଦିଅନ୍ତି । କିନ୍ତୁ ଗୋଟିଏ ଫିଲ୍ମର ନିର୍ମାଣରେ ଅଭିନେତା ଅଭିନେତ୍ରୀମାନେ କେତେ କଷ୍ଟ କରନ୍ତି ତାହା ସମସ୍ତଙ୍କୁ ଜଣାନଥାଏ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅଧିକାଂଶ ସମୟରେ ଅଭିନେତାମାନେ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଇଥାନ୍ତି । ଯେମିତିକି ଅର୍ଜୁନ ପଣ୍ଡିତର ସୁଟିଂ ସମୟରେ ଜୁହି ଚାଓ୍ବାଲାଙ୍କ ଜୀବନ ଯାଉ ଯାଉ ରହିଥିଲା । ତାଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ରେଳ ଧାରଣା ତଳେ ତାଙ୍କ କ୍ଲାଇମାକ୍ସ ସିନର ସୁଟିଂ ହୋଇଥିଲା । ସେ ଲୁଚି ରହିଥିବାର ଏକ ସିନ ରହିଥିଲା । ମାତ୍ର ଉପରେ ଟ୍ରେନ ଯାଉଥିବା ସମ୍ପର୍କରେ ତାଙ୍କୁ ଜଣାନଥିଲା । ଯଦି ସେ ଟିକେ ଭୁଲ କରିଥାନ୍ତେ ବେକ କଟିଯିବାର ସମ୍ଭାବନା ରହିଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି ।
ମୋବାଇଲ ଦେଖୁଥିବାବେଳେ ବ୍ରିଜ୍ ତଳକୁ ଖସି ପଡ଼ିଲେ ଯୁବକ
ଯାଜପୁର: ପୋଲ ଉପରେ ବସି ମୋବାଇଲ ଦେଖୁଥିବା ସମୟରେ ନଦୀକୁ ଖସିପଡ଼ି ଯୁବକ ନିଖୋଜ l ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ହଳଦିବସନ୍ତ ନିକଟ ବ୍ରାହ୍ମଣୀ ନଦୀର ତିନିମୁହାଣୀ ପୋଲ ନିକଟରେ ଅଘଟଣ ଘଟିଛି । ନିଖୋଜ ଯୁବକ ହେଲେ କାକୁଡିକୁଦ ଅଞ୍ଚଳର ଯୁବକ ସୌମ୍ୟରଂଜନ ଦାସ। ବ୍ରିଜ ଉପରେ ବସି ସାଙ୍ଗମାନଙ୍କ ସହ ମୋବାଇଲ ଦେଖିବାବେଳେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି ।
ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ, କଲିକତାର ଦୁଇଟି ଆକାଉଣ୍ଟ ପ୍ରିଜ ପାଇଁ କମିଶନରେଟ ପୋଲିସର ଚିଠି
କଟକ: ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ । ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ । ପଦକ୍ଷେପ ଗ୍ରହଣ କଲା କମିଶନରେଟ ପୋଲିସ । କଲିକତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ପ୍ରିଜ ପାଇଁ ଲେଖିଲା ଚିଠି । ଗତକାଲି ସୌରୀନଙ୍କ ବିରୁଦ୍ଧରେ ଜାରି ହୋଇଥିଲା ଲୁକ୍ ଆଉଟ୍ ସର୍କୁଲାର୍। କୋଲକାତା ଯାଇଥିଲା ପୋଲିସ ଟିମ୍ ସୌରିନଙ୍କୁ ନପାଇ ଖାଲି ହାତରେ ଫେରିଥିଲା । କୋଲକାତାର ୩ଟି ସ୍ଥାନରେ ସୌରିନଙ୍କୁ ଖୋଜିବାକୁ ପ୍ରୟାସ କରିଥିଲା ପୋଲିସ ।
ଯଦି ସୌରିନ ଭଟ୍ଟ ହାଜର ନହୁଅନ୍ତି, ତେବେ କୋର୍ଟଙ୍କ ଜରିଆରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଥିଲେ । ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ସେହିପରି ସୌରିନ ଭଟ୍ଟ କରିଥିବା ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ ।
ଜୁନୈଦ-ନାସିର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନୁ ମାନେସର ଗିରଫ
ଚଣ୍ଡିଗଡ଼: ମୋନୁ ମାନେସରକୁ ଗିରଫ କଲା ହରିୟାଣା ପୋଲିସ । ଭିବାନୀରେ ଜୁନୈଦ-ନାସିର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲା ମୋନୁ ମାନେସର । ହରିୟାଣା ପୋଲିସ ତାକୁ ତାର ନିଜ ଗାଁରୁ ଗିରଫ କରିଛି । ଏବେ ତାକୁ ରାଜସ୍ଥାନ ପୋଲସକୁ ହସ୍ତାନ୍ତର କରାଯିବ । ଗତ ୮ ମାସ ହେବ ସେ ଫେରାର ଥିଲା । ହରିୟାଣାର ନୁହ ହିଂସାରେ ପଛରେ ମଧ୍ୟ ତାର ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ୧୬ ଫେବ୍ରୁଆରୀ ୨୦୨୩ରେ ହରିୟାଣାର ଭିବାନୀରେ ବୋଲେରୋ ଗାଡ଼ିରେ ଦୁଇଟି ଜଳିଯାଇଥିବା ଶବ ମିଳିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ଶବ ରାଜସ୍ଥାନର ଭରତପୁର ଜିଲ୍ଲାର ଘାଟମିକା ଗାଁର ଜୁନୈଦ ଏବଂ ନାସିରଙ୍କର ଥିଲା । ଏହାପରେ ରାଜସ୍ଥାନ ଏବଂ ହରିୟାଣାରେ ମାମଲା ରୁଜୁ ହୋଇଥିଲା । ହରିୟାଣାର ଅନେକ ଗୋ-ରକ୍ଷକ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଥିଲେ । ଏମାନଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ନାଁ ଥିଲା ମୋନୁ ମାନେସର ଓରଫ ମୋହିତ ଯାଦବ । ଦୀର୍ଘଦିନର ଲୁଚକାଳି ପରେ ଆଜି ତାକୁ ହରିୟାଣା ପୋଲିସ ଗିରଫ କରିଛି ।
ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ
ଖଣ୍ଡପଡ଼ା: ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ 27ତମ ଶ୍ରାଦ୍ଧ ଦିବସରେ ଖଣ୍ଡପଡ଼ା ବିକାଶ ସମାବେଶ । ୧୨ ସେପ୍ଟେମ୍ବରକୁ ଖଣ୍ଡପଡ଼ା ଜାଗ୍ରତ ଦିବସ ଭାବେ ପାଳନ କରାଯାଉଛି । ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ସ୍ବର୍ଗତ ଅରୁଣ ପଟ୍ଟନାୟକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଖଣ୍ଡପଡା ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ । ଖଣ୍ଡପଡ଼ାର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ ଅରୁଣ ପଟ୍ଟନାୟକ । ଅରୁଣ ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଦୁଇ ଥର ଏଠାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ପୁଅ ଅନୁଭବ ପଟ୍ଟନାୟକ ମଧ୍ୟ ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭାପୁର ବ୍ଲକ ବନମାଳିପୁରରେ ଅନୁଷ୍ଠିତ ଖଣ୍ଡପଡା ଜାଗ୍ରତ ଦିବସରେ ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ ।

