ଟିମ ଇଣ୍ଡିଆକୁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଅବସରରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା  । ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ୧୫ ଫୁଟ ଦୀର୍ଘ ଏକ ବ୍ୟାଟ ସହ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମକୁ ନେଇ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ  । ସେଥିରେ ସେ ରୋହିତ ବାହିନୀଙ୍କୁ ଗୁଡଲକ୍ ଟିମ୍ ଭାରତ ଫର୍ ସେମିଫାଇନାଲ ବୋଲି ଲେଖିଛନ୍ତି । ସେମିଫାଇନାଲ ମ୍ୟାଚରେ ଭାରତର ବିଜୟ ନେଇ ଶୁଭେଛ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଅନ୍ୟପଟେ ବିଶ୍ବକପର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ପାଇଁ ଚାଲିଛି ପୂଜାର୍ଚ୍ଚନା । ମ୍ୟାଚ ଦିନ ୨ଟାରେ ଆରମ୍ଭ ହେବାକୁ ଥିବାବେଳେ ସକାଳୁ ବିଭିନ୍ନ ସ୍ଥାନରେ ପୂଜାପାଠ ଚାଲିଛି ।ସେମିଫାଇନାଲରେ ଭାରତର ବାଜିମାତ ପାଇଁ ଗଙ୍ଗା ଆଳତୀ କରୁଛନ୍ତି ପ୍ରଶଂସକ ଓ ଶ୍ରଦ୍ଧାଳୁ  । ବାରାଣସୀ, କାନପୁର ପ୍ରୟାଗରାଜରେ ବିଭିନ୍ନ ଘାଟରେ ପୂଜାର୍ଚ୍ଚନା କରାଯାଇଛି ।ସେମି ଫାଇନାଲକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି ।

ବାରଣାସୀରେ ସକାଳୁ ପୂଜା ପାଠ ଚାଲିଛି  ।  ବିଜୟ ଲକ୍ଷ୍ୟରେ ଭାରତ ଟିମ କ୍ରିକେଟ ମଇଦାନକୁ ଓହ୍ଲାଇଛି ଯେଉଁଥିପାଇଁ ଫ୍ୟାନ୍ସ ମାନଙ୍କ ଭିତରେ ଉତ୍ସାହ ଭରିରହିଛି ।ଏଥି ସହିତ ମହାମୃତ୍ୟୁଞ୍ଜୟ ମନ୍ଦିରରେ ଫ୍ୟାନ୍ସ ଟିମ ଇଣ୍ଡିଆର ଫଟୋ ନେଇ ଯଜ୍ଞ କରୁଥିବାର ନଜର ଆସୁଛି ।ଏଥି ସହିତ ଛାତ୍ରଛାତ୍ରୀ ହାତରେ ଭାରତ ପୋଷ୍ଟର ଧରି ପୂଜା କରୁଛନ୍ତି ।ଭାରତ ଲଗାତର ଭାବରେ ୯ଟି ମ୍ୟାଚ ଜିତିଥିବା ବେଳେ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ଅଧିକ ରହିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି  ।