୭୨ ଘଣ୍ଟାର ନନଷ୍ଟପ ଅପରେସନ ପରେ ବି ଶ୍ରମିକ ହୋଇ ପାରୁନାହାନ୍ତି ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ଉତ୍ତରକାଶୀ ଟନେଲ ଟ୍ରାଜେଡିର କେତେବେଳେ ହେବ ଅନ୍ତ ? ସେହି ସମୟକୁ ସାରା ଦେଶବାସୀଙ୍କ ଅପେକ୍ଷା । ୭୨ ଘଣ୍ଟାର ନନଷ୍ଟପ ଅପରେସନ ପରେ ବି ଶ୍ରମିକ ହୋଇପାରୁନାହାନ୍ତି ଉଦ୍ଧାର । ଟ୍ରେଞ୍ଚଲେସ୍ ଟେକନିକ ପଦ୍ଧତିରେ ଷ୍ଟିଲ ପାଇପ ହିଁ ଶେଷ ଭରସା । ଶ୍ରମିକ ଫସିଥିବା ସ୍ଥଳକୁ ଏକ ଷ୍ଟିଲ ପାଇପ ପଠାଗଲେ ହିଁ  ସେମାନେ ଉଦ୍ଧାର ହେବା ଆଶା ରହିଛି । ସେପଟେ ଉଦ୍ଧାର କାର୍ଯ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରେଳ ବିକାଶ ନିଗମ, ଜାତୀୟ ଗୃହ ନିର୍ମାଣ ଲିମିଟେ଼ଡ, ତେହରି ଜଳ ବିକାଶ ନିଗମ, ସୀମା ସଡ଼କ ସଂଗଠନ, ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମର ବିଶେଷଜ୍ଞ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଥିଲେ ବି ସ୍ଥିତି ରହିଛି ଅସ୍ପଷ୍ଟ । ଗତକାଲି ଜଣେ ଶ୍ରମିକ ତାଙ୍କ ପୁଅଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଅକ୍ସିଜେନ ଯୋଗାଯାଉଥିବା ପାଇପ ଜରିଆରେ ସେ କଥା ହୋଇଥିଲେ । ଫସିଥିବା ଶ୍ରମିକଙ୍କ ସହ ଯୋଗାଯୋଗ ଠିକଠାକ୍ ଚାଲିଛି ।Tunnel tragedy strikes Uttarkashi: Collapse entraps dozens of workers,  emergency rescue operation underway - BusinessToday

କିଛି ଶ୍ରମିକ ବାନ୍ତି କରିଥିବାବେଳେ କେତେକ ଶ୍ରମିକଙ୍କ ମୁଣ୍ଡବ୍ୟଥା ହେଉଥିବା ସୂଚନା ମିଳିଛି । ସେମାନଙ୍କୁ ଓଆରଏସ   ଓ ଅନ୍ୟାନ୍ୟ ଔଷଧ ଯୋଗାଇଦିଆଯାଇଛି । ଖାଦ୍ୟ, ପଦାର୍ଥ, ପାନୀୟ ଜଳ ଯୋଗାଯାଉଛି । ଟନେଲ ଭିତରକୁ ୯୦୦ ମିଲିମିଟରର ଏକ ପାଇପ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁଖିଲା ଖାଦ୍ୟ ସେମାନଙ୍କ ଲାଗି ସହାୟକ ହୋଇଛି ।  ସିଲ୍କୟାରାରୁ ଗଙ୍ଗୋତ୍ରୀ –ଯମୁନେତ୍ରୀକୁ ସଂଯୋଗ କରୁଥିବା ସାଢେ ଚାରି କିଲୋମିଟରର ଟନେଲର ଆରମ୍ଭରୁ ପ୍ରାୟ ୪୦୦ ମିଟର ବଫର ଜୋନରେ ଫସିଛନ୍ତି।