ଆଜି ଅପରାହ୍ଣ 5ଟା ସୁଦ୍ଧା କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ଜଉମୁଦ ଲଫାଫାରେ ଦାଖଲ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ । ଆଜି ଅପରାହ୍ଣ 5ଟା ସୁଦ୍ଧା ମିଳିଥିବା ସବିଶେଷ ଅନୁଦାନର ତଥ୍ଯ ଜଉମୁଦ ଲଫାଫାରେ ଦାଖଲ କରିବା ଲାଗି ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର 30 ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ତାର ବିବରଣୀ ଦାଖଲ ଲାଗି କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । 15 ତାରିଖ ସୁଦ୍ଧା ତଥ୍ଯ ଦାଖଲ ଲାଗି ସମସ୍ତ ରାଜନୈତିକ ଦଳକୁ ଗତ ନଭେମ୍ବର 3 ତାରିଖରେ ନିର୍ଦ୍ଦେଶ ଦେଇଥିଲେ କମିଶନ । ଏହା ସହ କେଉଁ ଉତ୍ସରୁ ବଣ୍ଡ ଉପଲବ୍ଧ ହୋଇଛି ବା ବଣ୍ଡର ଦାତା କିଏ ତାହା ମଧ୍ଯ ଉଲ୍ଲେଖ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ରିପୋର୍ଟ ଦାଖଲ ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟଙ୍କ ଏକ 5 ଜଣିଆ ଖଣ୍ଡପୀଠ । ମାମଲାର 3ଦିନିଆ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଖଣ୍ଡପୀଠ । ବିଗତ 2019 ଏପ୍ରିଲରେ ମଧ୍ଯ ନିର୍ବାଚନ କମିଶନଙ୍କୁ ସମଧରଣର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।