ତାମିଲନାଡୁର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ବ୍ୟାହତ

ଚେନ୍ନାଇ : ପ୍ରବଳ ବର୍ଷାରେ  ବେହାଲ ତାମିଲନାଡୁ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ହୋଇଛି ବ୍ୟାହତ । ଚେନ୍ନାଇର ଅବସ୍ଥା ଗମ୍ଭୀର ହେବାରୁ ଆଜି ଦିନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଭିଲୁପୁରମ, ଆରିୟୁଲର, କଡଲୋର, ନାଗପଟ୍ଟିନମ, ପୁଦୁଚେରୀ, କରାଇକାଲ ଆଦି ଅଞ୍ଚଳରେ ପାଣି ଲହଡ଼ି ମାରୁଥିବାରୁ ଯାନବାହନ ଚଳାଚଳ ହୋଇଛି ବାଧାପ୍ରାପ୍ତ ।

ଏହି ଖବର ଉପରେ ନଜର ପକାନ୍ତୁ : ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ

ଅନେକ ସ୍ଥାନରେ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ବର୍ଷା ସହ ପବନ ଯୋଗୁ ଜନଜୀବନ ହୋଇଛି ପ୍ରଭାବିତ । ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁଦୁଚେରୀରେ ପାଣି ନିଷ୍କାସନ ଲାଗି ପମ୍ପ ବ୍ୟବସ୍ଥା କରାଯାଇଛି ।