ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ

1 min read

ନନ୍ଦିଘୋଷ ବ୍ୟୁରୋ : ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇରେ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ । ୨୦୦୨ରେ ବିଜିନେସମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ୨୦୦୨ ମସିହାରେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର, ୨୦୧୦ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଧନ୍ଦାମୂଳକ ଉତ୍କର୍ଷ ପୁରସ୍କାର, କର୍ମବୀର ସମ୍ମାନ, ଉଦ୍ୟମ ଶ୍ରୀ, ବାବା-ଇ-ରୋଜଗାର ପୁରସ୍କାର ଏବଂ ୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ସୁବ୍ରତ ରାୟ ।Sahara chief Subrata Roy must pay Rs 62,600 crore to stay out of jail: Sebi  - India Today

୨୦୧୨ରେସୁବ୍ରତ ରାୟ ଭାରତର ଶ୍ରେଷ୍ଠ ୧୦ ପ୍ରଭାବଶାଳୀ ବ୍ୟବସାୟୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଭାରତୀୟ ବ୍ୟବସାୟ କ୍ଷେତ୍ରରେ ସୁବ୍ରତ ରାୟ ଜଣେ ଜଣାଶୁଣା ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ସୁବ୍ରତ ରାୟଙ୍କ ନେତୃତ୍ବରେ ସାହାରା ଗ୍ରୁପ୍ ଅର୍ଥ, ରିଅଲ ଇଷ୍ଟେଟ୍, ମିଡିଆ କ୍ଷେତ୍ରରେ ଦବଦବା ଜାହିର କରିଥିଲା । ନିବେଶକଙ୍କ ଅର୍ଥ ଫେରସ୍ତ ମାମଲାରେ ବିବାଦରେ ଥିଲେ ସୁବ୍ରତ ରାୟ । ଏପରିକି ଏହି ମାମଲାରେ ସୁବ୍ରତ ରାୟଙ୍କ ଜେଲ୍ ଯିବାକୁ ପଡ଼ିଥିଲା ।