ଆଜି ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ : ଆଜି ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ । ସାନଫ୍ରାନ୍ସିକୋରେ ଆୟୋଜିତ ଭେଟଘାଟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୁଇ ନେତାଙ୍କ ମଧ୍ୟରେ ତାଇଓ୍ବାନ, ବାଣିଜ୍ୟ, ଦ୍ବିପାକ୍ଷିକ ସମ୍ପର୍କ ନେଇ ହେବ ଆଲୋଚନା । ସାନଫ୍ରାନ୍ସିକୋରେ ଅନୁଷ୍ଠିତ ହେବାକୁ ଥିବା ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି ।   ଆସନ୍ତା ୧୭ ତାରିଖ ଯାଏ ଆପେକ ସମ୍ମିଳନୀ ଚାଲିବ ଏବଂ ସେହି ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ ।Xi-Biden reunion productive but Taiwan gridlock remains: Experts - CNA

ତାଇଓ୍ବାନ ପ୍ରସଙ୍ଗ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଥିବାବେଳେ ଏହି ଭେଟଘାଟର ଗୁରୁତ୍ବ ଅଧିକ ରହିଛି । ଏହି ସମ୍ମିଳନୀରେ ସାମିଲ ହେବେ ଫୋରମର ୨୧ ସଦସ୍ୟ ରାଷ୍ଟ୍ରର ନେତା । ତାଇଓ୍ବାନ ଓ ସ୍ପାଏ ବେଲୁନ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ତିକ୍ତତା ଜାରି ରହିଥିବାବେଳେ ଏହି ଭେଟଘାଟକୁ ନେଇ ବିଶ୍ବର ଦୃଷ୍ଟି ରହିଛି ।