spot_img
Home Blog Page 2766

ଶେଷ ପର୍ଯ୍ୟାୟରେ ଚନ୍ଦ୍ରଯାନ-୩, ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ

ନୂଆଦିଲ୍ଲୀ: ପାଖଉଛି ଚନ୍ଦ୍ର, ବଢୁଛି ଉତ୍କଣ୍ଠା। କଠିନ ପର୍ଯ୍ୟାୟରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସୋପାନରେ ଚନ୍ଦ୍ରଯାନ-୩ ରହିଛି। ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ। ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରଯାନରୁ ଅଲଗା ହେବ। ଏହା ମଧ୍ୟରେ ରହିଛି ପ୍ରଜ୍ଞାନ।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ। ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବାର କିଛି ଘଣ୍ଟା ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ। ଗତକାଲି  ପଞ୍ଚମ ତଥା ଶେଷ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ କରିଥିଲା ଚନ୍ଦ୍ରଯାନ-୩ । କାଲି ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ। ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।

ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ।

ପୋଲିସ ସ୍କାନରରେ ବୃଦ୍ଧାଙ୍କ ବୋହୂ, ମେଡିକାଲରେ ବୟାନ ରେକର୍ଡ

ଭୁବନେଶ୍ୱର : ଖଣ୍ଡଗିରି ବାରି ଅଞ୍ଚଳରେ ବୃଦ୍ଧାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣା । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସର ଛାନଭିନ ଜାରି ରହିଛି । ଯାଞ୍ଚ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ସ୍ୱତନ୍ତ୍ର ଟିମ । ତେବେ ବୃଦ୍ଧାଙ୍କୁ କାହିଁକି ତଣ୍ଟି କାଟି ବିଭତ୍ସ ହତ୍ୟା କରାଗଲା ତାର କାରଣ ଖୋଜୁଛି ପୋଲିସ । ଏବେ ପୋଲିସ ସ୍କାନରରେ ବୃଦ୍ଧାଙ୍କ ବୋହୂ  ପୋଲିସ ମେଡିକାଲରେ ପହଁଚି ତାଙ୍କର ବୟାନ ରେକର୍ଡ କରିଛି। ପରକୀୟା ପ୍ରୀତିରୁ ଏଭଳି ଘଟଣା ବୋହୁ ଘଟାଇଥିବା ସନ୍ଦେହ କରାଯାଉଛି । ଶବ ଵ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ । ଗତକାଲି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା ଘର ଭିତରୁ ବୃଦ୍ଧାଙ୍କ ମୃତଶରୀର ଉଦ୍ଧାର କରିଥିଲା ପୋଲିସ। ମୃତ ମହିଳାଙ୍କ ନାଁ ମଦା ପଲେଇ ଓ ଘର ଗଞ୍ଜାମ  ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଗତକାଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ନିଜେ ଛାନଭିନ କରିଛନ୍ତି। ଫରେନସିକ ଟିମ ପକ୍ଷରୁ ଗତକାଲି ମଧ୍ୟ ତଦନ୍ତକୁ ବ୍ୟାପକ କରାଯାଇଛି।

ପାର୍କରେ ଯୁବତୀଙ୍କୁ ପିଛା କରି ମାଗୁଥିଲା ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ଫୋନ ନମ୍ବର

ଭୁବନେଶ୍ୱର : ସାଇନ୍ସପାର୍କରେ ରୋଡ଼ ରୋମିଓଙ୍କ ଉତ୍ପାତ । ପାର୍କରେ ଯୁବତୀଙ୍କୁ ପିଛା କରିବା ସହ ମାଗୁଥିଲା ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ଫୋନ ନମ୍ବର । ନମ୍ବର ନ ଦେବାରୁ ପିଛା କରି ଭଡା ଅଟୋ ଆଗରେ କାର ରଖି ଦେଉଥିଲେ ଧମକ  । ଏନେଇ ଅଭିଯୋଗପରେ ରୋଡ଼ ରୋମିଓ ମାନସ ନାୟକଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ଯୁବତୀ ଜଣକ ଭୁବନେଶ୍ବରର  ଏକ ନାମୀ ବିଶ୍ବବିଦ୍ୟାଳୟରେ ଫିଲ୍ମ ଆଣ୍ଡ ମିଡିଆ ବିଭାଗରେ ପାଠ ପଢନ୍ତି । ଗତ କାଲି  ଯୁବତୀ ଜଣକ ଦୁଇ ଜଣ ସାଙ୍ଗଙ୍କ  ସହିତ ମିଶି ଆଚାର୍ଯ୍ୟ ବିହାର ଠାରେ ଥିବା ସାଇନ୍ସପାର୍କ ବୁଲିବାକୁ ଯାଇଥିଲେ।Science Park, Bhubaneswar, Odisha – odishadairy

ଏହି ସମୟରେ ଅଭିଯୁକ୍ତ ଜଣକ ସେମାନଙ୍କର ପିଛା କରିବା ସହ ସେମାନଙ୍କୁ ସୋସିଆଲ ମିଡ଼ିଆ ଆଇଡି ଏବଂ ଠିକଣା ଦେବା ନିମନ୍ତେ ଚାପ ପକାଇଥିଲେ । 3 ଜଣ ଯୁବତୀ ଅଭିଯୁକ୍ତଙ୍କ କଥାକୁ ଅଣଦେଖା କରି ଭିତରେ ବୁଲାବୁଲି କରୁଥିବା ବେଳେ ପିଛା କରୁଥିଲେ । ପାର୍କରୁ ବାହାରି ଅଟୋରେ ରୁମକୁ ଯିବା ବେଳେ  ଅଭିଯୁକ୍ତ ମାନସ ଏକ କାର ଯୋଗେ ସେମାନଙ୍କର ପିଛା କରି ଅଟୋକୁ ଜୋର ଜବରଦସ୍ତ ଅଟକାଇଥିଲେ। ଅଭିଯୋଗକାରିଣୀ ଜଣକ ଭୟଭୀତ ହୋଇ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପିସିଆର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି  ଅଭିଯୁକ୍ତଙ୍କ କବଳରୁ ଅଭିଯୋଗକାରିଣୀ ଏବଂ ତାଙ୍କର ଦୁଇ ସାଙ୍ଗକୁ ଉଦ୍ଧାର କରିଥିଲେ ।  ପରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିଥିଲେ ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଆମ୍ବସାହିରେ ବିଭତ୍ସ ହତ୍ୟାକାଣ୍ଡ

କନ୍ଧମାଳ : ପୂର୍ବଶତ୍ରୁତାକୁ ନେଇ ଟାଙ୍ଗିଆରେ ଆକ୍ରମଣ  ଅଭିଯୋଗ । ଘଟଣା ସ୍ଥଳରେ ବୃଦ୍ଧାଙ୍କ  ମୃତ୍ୟୁ  । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା  ଆମ୍ବସାହିରେ ଘଟିଛି ଏହି ହତ୍ୟାକାଣ୍ଡ ।  ମୃତକ ହେଲେ ଦେବରାଜ ବାଗ  ।  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ଥାନା ପୋଲିସ୍  । ଦେବରାଜଙ୍କ ସହ କୌଣଶି କାରଣରୁ ନେଇ ମାଧବ ବେହେରାଙ୍କ କଳହ ଲାଗି ରହିଥିଲା  । ଆଜି ଅପରାହ୍ନରେ ଦେବରାଜ ନିଜ ଘର ନିକଟରେ ଥିବା ବେଳେ ମାଧବ ଅଚାନକ ଆସି ଦେବରାଜଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଦେବରାଜଙ୍କୁ ପରିବାର ଲୋକେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ହେଲେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର  । ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଧବ ବେହେରାକୁ ନିଜ ହେପାଜତକୁ ନେଇଛି ପୋଲିସ  ।

ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ୨୦୨୪ ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା  ।  ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩  ତାରିଖ ଯାଏଁ ପରୀକ୍ଷା ଚାଲିବ  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି  । ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ  । ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ସିଏଚଏସଇ ପକ୍ଷରୁ ଚଳିତ ବର୍ଷ ଆଗୁଆ ପରୀକ୍ଷା କରାଯାଉଛି ।Odisha Plus II Exams-2023 Begins At 1145 Centres - odishabytes

ଏକ୍ସରେଗୁଲାର ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରିବେ। କିନ୍ତୁ ନିୟମିତ ପିଲାମାନେ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମଫିଲପ କରିବେ ବୋଲି କୁହାଯାଇଛି  । ଡିସେମ୍ବର ୨୫ ତାରିଖ ସୁଦ୍ଧା ପିଲାମାନେ ଅନଲାଇନରେ ଆଡମିଟ୍ କାର୍ଡ ପାଇପାରିବେ। ବୋର୍ଡ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ ।

ପରଦାକୁ ଆସିବ ଚଳଚିତ୍ର ‘କସ୍ତୁରୀ’ ବାପା ଝିଅର କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ

କଟକ : ଓଡ଼ିଆ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ଗଣେଶ ପୂଜାରେ ବଡ଼ ପରଦାକୁ ଆସିବ ଚଳଚିତ୍ର ‘କସ୍ତୁରୀ  । ଆଜି କଟକ ଗ୍ରାଣ୍ଡ ପ୍ରେସିଡେନ୍ସିରେ ଚଳଚ୍ଚିତ୍ର କସ୍ତୁରୀର ପୋଷ୍ଟର ଓ ଅଡିଓ ଉନ୍ମୋଚିତ ହୋଇଛି ।  ବାପା ଝିଅର କାହାଣୀକୁ ନେଇ ଆଧାରିତ ହୋଇଛି ଫିଲ୍ମ କସ୍ତୁରୀ  । ପ୍ରେମଲତା ସିନେ ପ୍ରଡକସନ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହୋଇଛି  । ଦୀର୍ଘ ଦିନ ପରେ ଅଭିନେତା ଦୁଷ୍ମନ୍ତ ‘କସ୍ତୁରୀ ଫିଲ୍ମ ମାଧ୍ୟମରେ ପୁଣି ଓଲିଉଡକୁ ଏଣ୍ଟ୍ରି ମାରିଛନ୍ତି। ମନଲୋଭା ବାର୍ତ୍ତାଳାପ ସାଙ୍ଗକୁ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ମୁଗ୍ଧ କରିଦେବ ବୋଲି ଆଶା ରଖିଛନ୍ତି ଦୁଷ୍ମନ୍ତ ଆଉ ଅଭିନେତ୍ରୀ କୁକିଜ୍ । ପ୍ରେମଲତା ସିନେ ପ୍ରଡକ୍ସନରେ ନିର୍ମିତ କସ୍ତୁରୀର ସମସ୍ତ ଗୀତ ମନକୁ ଛୁଇଁଲା ଭଳି ହେଇଛି  । ସମସ୍ତ ଗୀତ ଓଡିଶାରେ ହିଁ ସୁଟିଂ ହୋଇଛି   । ସୌରଭ ନାୟକ, ସୋହିନୀ ମିଶ୍ର, ଅସୀମା ପଣ୍ଡାଙ୍କ ପରି ପ୍ରତିଷ୍ଠିତ ଗାୟକଗାୟିକା ଗୀତଗୁଡିକୁ ଗାଇଛନ୍ତି । ସଞ୍ଜୟ କୁମାର ପାତ୍ରଙ୍କ ପ୍ରଜୋଯନାରେ ନିର୍ମାଣ ହୋଇଛି ଚଲଚ୍ଚିତ୍ର ।

୮୨ ହଜାର ଟଙ୍କା ଫେରିପାଇବା ପରେ ପୋଲିସକୁ ଧନ୍ୟବାଦ ଦେଲେ ବ୍ୟକ୍ତି

ଗଞ୍ଜାମ : ଅଚଳ ସିମ୍ ନମ୍ବର ଯୋଗୁଁ  ନିଜ ଏକାଉଣ୍ଟ୍ ରୁ ୮୨ ହଜାର ଟଙ୍କା ଠକେଇ ର ଶିକାର ହେଲେ  ଋଣ ଗ୍ରହୀତା । ପରେ ଥାନାରେ ଅଭିଯୋଗ ପରେ  ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ । ସମସ୍ତ ଟଙ୍କାକୁ ଜବତ କରିବା ସହ ଠକାମିର ଶିକାର  ହୋଇଥିବା ବ୍ୟକ୍ତିଙ୍କୁ  ଟଙ୍କା ଫେରସ୍ତ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଭଂଜନଗର ସହରରେ ଥିବା IDFC ବ୍ୟାଙ୍କରେ । ନିକଟସ୍ଥ ଗାଙ୍ଗପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗାଁ ର ପ୍ରଦୀପ କୁମାର ପାତ୍ର ଘର ତିଆରି ପାଇଁ ବ୍ୟାଙ୍କ୍ ରୁ ଦୁଇ ଲକ୍ଷ ଟଙ୍କା ଋଣ ଆବେଦନ କରିଥିଲେ । ବ୍ୟାଙ୍କରୁ ଋଣଟଙ୍କା ମଞ୍ଜୁର ହେବାପରେ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଚନ୍ଦନ କୁମାର ଦାସଙ୍କ ମୋବାଇଲ୍ କୁ ମେସେଜ୍ ଯାଇଥିଲା ।

ଯାହାକି ଉକ୍ତ ମୋବାଇଲ ନମ୍ବରଟି ପ୍ରଦୀପ ପାତ୍ର ଙ୍କର ଥିଲା । କିନ୍ତୁ  ସେହି ମୋବାଇଲ  ସିମକୁ ପ୍ରାୟ  ଦେଢ଼ ବର୍ଷ ହେଲା ପ୍ରଦୀପ ବ୍ୟବହାର  କରୁନଥିଲେ ।  ଫଳରେ ସଂପୃକ୍ତ ମୋବାଇଲ କମ୍ପାନୀ , ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଚନ୍ଦନ ଦାସଙ୍କ ନାମରେ ଉକ୍ତ ସିମ୍ ନମ୍ବର ମଞ୍ଜୁର କରିଥିଲା । ଯାହାର ସୁଯୋଗ  ନେଇ ବ୍ୟାଙ୍କିଙ୍ଗ ଆପ୍ଲିକେସନ ଜରିଆରେ ପ୍ରଦୀପ ପାତ୍ରଙ୍କ ମଞ୍ଜୁର ଋଣଟଙ୍କା ରୁ ୮୨ ହଜାର ଟଙ୍କା ହଡ଼ପ କରିଥିଲା ଚନ୍ଦନ । ଏ ନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଚନ୍ଦନକୁ ଭୁବନେଶ୍ୱରରୁ ଗିରଫ କରିଥିଲା ଭଂଜନଗର ପୋଲିସ । ଉଧାର ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇଥିଲା ପୋଲିସ ।

ଚିକିତ୍ସା ପାଇଁ ଆସିଥିବା ୫ବର୍ଷର ଶିଶୁକୁ ଘରୋଇ ହସପିଟାଲ ପଠାଇଥିବା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ମେଡିକାଲ କଲେଜରେ ଡାକ୍ତରଙ୍କ କାରସାଦି ଅଭିଯୋଗ । ଚିକିତ୍ସା ପାଇଁ ଆସିଥିବା ୫ବର୍ଷର ଶିଶୁକୁ ଘରୋଇ ହସପିଟାଲ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ଗତ ୧୪ ତାରିଖରେ ୫ବର୍ଷର ନାତିର ହାଇଡ୍ରୋସିଲ ଅପରେସନ ପାଇଁ ବେଲପଡ଼ାର ଗଣ୍ଡାରାମ ସୁନାନି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଆସିଥିଲେ । ସରକାରୀ ସୁବିଧାରେ ସମସ୍ତ ପ୍ରକାରର ପରୀକ୍ଷା କରାଗଲା । ଯାହାର ସବୁ ଦସ୍ତାବିଜ ଆପଣଙ୍କ ସାମ୍ନାରେ । ହେଲେ ପରବର୍ତ୍ତୀ ସମୟରେ ଚିକିତ୍ସା କରିଥିବା ଡାକ୍ତର ସେମାନଙ୍କୁ ଏକ ଘରୋଇ ହେଲଥ କେୟାର ସେଣ୍ଟରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ସଂପୃକ୍ତ ହେଲଥ କେୟାରରେ ବିଏସକେଓ୍ବାଇରେ ଚିକିତ୍ସା ସୁବିଧା ନଯୋଗାଇ ଟଙ୍କା ଦାବି କରାଯାଇଥିଲା । ରୋଗୀ ସରକାରୀ ଡାକ୍ତରଖାନାକୁ ଯିବାକୁ ଚାହୁଁଥିଲେ ବି ଘରୋଇ ମେଡିକାଲ ମୁଖ୍ୟ ଚାହିଁଲେ ହିଁ ସେ ଯାଇପାରିବେ ବୋଲି ସେଠାକାର ନର୍ସ କହିଥିବା ଷ୍ଟ୍ରିଙ୍ଗ ଅପରେସନରେ ଜଣାପଡ଼ିଛି । ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଏବେ ପୁଣି ଭୀମେଭାଇ ମେଡିକାଲ କଲେଜରେ ଶିଶୁଟିର ଅପରେସନ କରିବାକୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଡାକ୍ତର ।

 

ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ନେଲା ଉଗ୍ରରୂପ

ଭୁବନେଶ୍ବର : ମାର୍କେଟ ବିଲ୍ଡିଂରେ ପୁଣି ସୃଷ୍ଟି ହୋଇଥିଲା ଉତ୍ତେଜନା । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଆଜି ଉଗ୍ରରୂପ ନେଇଥିଲା । ବିଏମସି ନିଷ୍ପତ୍ତିକୁ ଉଲଘଂନ କରି  ମାର୍କେଟ ବିଲ୍ଡିଂ ଭିତରେ 5 ରୁ 6 ଜଣ ଉଠା ଦୋକାନୀ ଆଜି ଦୋକାନ ପକାଇ ଥିଲେ । ସିଏମଏ ସ୍ପେଶାଲ ଟିମ ଯାଞ୍ଚ ବେଳେ ଉଠା ଦୋକାନୀ ଦୋକାନ ପକାଇଥିବା ଦେଖି ଥିଲେ । ସେମାନଙ୍କୁ ବାହାରକୁ ଯିବା ପାଇଁ କହିବାରୁ କୋର୍ଟର ଅର୍ଡର ଦେଖାଇ ଯୁକ୍ତିତର୍କ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ସେଣ୍ଟ୍ରାଲ ମାର୍କେର୍ଟ ଆସୋସିଏସନ ଓ ଉଠା ଦୋକାନୀ ମୁହଁମୁହିଁ ହୋଇଥିଲେ  ।Market Building, Bhubaneswar - Times of India Travel

ଶେଷରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ହସ୍ତକ୍ଷେପ କରିଥିଲା । ବୁଝା ସୁଝା କରିବା ପରେ ବିଏମସିର ନିୟମକୁ ପାଳନ କରିବାକୁ କହିଥିଲା  ।  5 ବର୍ଷ ପଯ୍ୟନ୍ତ ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ମାର୍କେର୍ଟ ଆସୋସିଏସନ ଦାଇତ୍ବରେ ରହିବ । ନିଜସ୍ବ ଖର୍ଚ୍ଚରେ ସୌନ୍ଦର୍ଯ୍ୟକରଣ  କରିବେ । ଉଠା ଦୋକାନୀଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ବିଏମସି କହିଛି ।

ଚନ୍ଦ୍ରଠାରୁ ମାତ୍ର ୧୬୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩

ଭୁବନେଶ୍ବର : ସଫଳତାର ପାହାଚ ଚଢୁଛି ଇସ୍ରୋ । ଆଜି ପଞ୍ଚମ ତଥା ଶେଷ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଠାରୁ ମାତ୍ର ୧୬୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩ । ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦିନକୁ ଦିନ ଚନ୍ଦ୍ରର ଖୁବ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ-୩ ।  କାଲି ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ  । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।Explained: Why Chandrayaan-3 Needs Over 40 Days To Reach The Moon When  NASA's Apollo 11

ଗତି ସମୟରେ ଚନ୍ଦ୍ରଯାନର ହରିଜଣ୍ଟାଲ ସ୍ପିଡ ହାରାହାରି ୧ ଦଶମିକ ୬୮ କିଲୋମିଟର ପ୍ରତି ସେକଣ୍ଡ ଅର୍ଥାତ ଘଣ୍ଟାପ୍ରତି ୬ ହଜାର ୪୮ କିଲୋମିଟରକୁ ହ୍ରାସ କରାଯାଇଛି । ସଫ୍ଟ ଲ୍ୟାଣ୍ଡିଂ ସମୟରେ ଏହାର ଗତି ଶୂନକୁ ହ୍ରାସ କରିବା ଲାଗି ବ୍ୟବସ୍ଥା କରାଯାଉଛି ।  ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ ।