ପୋଲିସ ସ୍କାନରରେ ବୃଦ୍ଧାଙ୍କ ବୋହୂ, ମେଡିକାଲରେ ବୟାନ ରେକର୍ଡ

ଭୁବନେଶ୍ୱର : ଖଣ୍ଡଗିରି ବାରି ଅଞ୍ଚଳରେ ବୃଦ୍ଧାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣା । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସର ଛାନଭିନ ଜାରି ରହିଛି । ଯାଞ୍ଚ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ସ୍ୱତନ୍ତ୍ର ଟିମ । ତେବେ ବୃଦ୍ଧାଙ୍କୁ କାହିଁକି ତଣ୍ଟି କାଟି ବିଭତ୍ସ ହତ୍ୟା କରାଗଲା ତାର କାରଣ ଖୋଜୁଛି ପୋଲିସ । ଏବେ ପୋଲିସ ସ୍କାନରରେ ବୃଦ୍ଧାଙ୍କ ବୋହୂ  ପୋଲିସ ମେଡିକାଲରେ ପହଁଚି ତାଙ୍କର ବୟାନ ରେକର୍ଡ କରିଛି। ପରକୀୟା ପ୍ରୀତିରୁ ଏଭଳି ଘଟଣା ବୋହୁ ଘଟାଇଥିବା ସନ୍ଦେହ କରାଯାଉଛି । ଶବ ଵ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ । ଗତକାଲି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା ଘର ଭିତରୁ ବୃଦ୍ଧାଙ୍କ ମୃତଶରୀର ଉଦ୍ଧାର କରିଥିଲା ପୋଲିସ। ମୃତ ମହିଳାଙ୍କ ନାଁ ମଦା ପଲେଇ ଓ ଘର ଗଞ୍ଜାମ  ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଗତକାଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ନିଜେ ଛାନଭିନ କରିଛନ୍ତି। ଫରେନସିକ ଟିମ ପକ୍ଷରୁ ଗତକାଲି ମଧ୍ୟ ତଦନ୍ତକୁ ବ୍ୟାପକ କରାଯାଇଛି।