ପରଦାକୁ ଆସିବ ଚଳଚିତ୍ର ‘କସ୍ତୁରୀ’ ବାପା ଝିଅର କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ

କଟକ : ଓଡ଼ିଆ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ଗଣେଶ ପୂଜାରେ ବଡ଼ ପରଦାକୁ ଆସିବ ଚଳଚିତ୍ର ‘କସ୍ତୁରୀ  । ଆଜି କଟକ ଗ୍ରାଣ୍ଡ ପ୍ରେସିଡେନ୍ସିରେ ଚଳଚ୍ଚିତ୍ର କସ୍ତୁରୀର ପୋଷ୍ଟର ଓ ଅଡିଓ ଉନ୍ମୋଚିତ ହୋଇଛି ।  ବାପା ଝିଅର କାହାଣୀକୁ ନେଇ ଆଧାରିତ ହୋଇଛି ଫିଲ୍ମ କସ୍ତୁରୀ  । ପ୍ରେମଲତା ସିନେ ପ୍ରଡକସନ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହୋଇଛି  । ଦୀର୍ଘ ଦିନ ପରେ ଅଭିନେତା ଦୁଷ୍ମନ୍ତ ‘କସ୍ତୁରୀ ଫିଲ୍ମ ମାଧ୍ୟମରେ ପୁଣି ଓଲିଉଡକୁ ଏଣ୍ଟ୍ରି ମାରିଛନ୍ତି। ମନଲୋଭା ବାର୍ତ୍ତାଳାପ ସାଙ୍ଗକୁ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ମୁଗ୍ଧ କରିଦେବ ବୋଲି ଆଶା ରଖିଛନ୍ତି ଦୁଷ୍ମନ୍ତ ଆଉ ଅଭିନେତ୍ରୀ କୁକିଜ୍ । ପ୍ରେମଲତା ସିନେ ପ୍ରଡକ୍ସନରେ ନିର୍ମିତ କସ୍ତୁରୀର ସମସ୍ତ ଗୀତ ମନକୁ ଛୁଇଁଲା ଭଳି ହେଇଛି  । ସମସ୍ତ ଗୀତ ଓଡିଶାରେ ହିଁ ସୁଟିଂ ହୋଇଛି   । ସୌରଭ ନାୟକ, ସୋହିନୀ ମିଶ୍ର, ଅସୀମା ପଣ୍ଡାଙ୍କ ପରି ପ୍ରତିଷ୍ଠିତ ଗାୟକଗାୟିକା ଗୀତଗୁଡିକୁ ଗାଇଛନ୍ତି । ସଞ୍ଜୟ କୁମାର ପାତ୍ରଙ୍କ ପ୍ରଜୋଯନାରେ ନିର୍ମାଣ ହୋଇଛି ଚଲଚ୍ଚିତ୍ର ।