ଭୁବନେଶ୍ୱର : ୨୦୨୪ ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା  ।  ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩  ତାରିଖ ଯାଏଁ ପରୀକ୍ଷା ଚାଲିବ  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି  । ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ  । ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ସିଏଚଏସଇ ପକ୍ଷରୁ ଚଳିତ ବର୍ଷ ଆଗୁଆ ପରୀକ୍ଷା କରାଯାଉଛି ।Odisha Plus II Exams-2023 Begins At 1145 Centres - odishabytes

ଏକ୍ସରେଗୁଲାର ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରିବେ। କିନ୍ତୁ ନିୟମିତ ପିଲାମାନେ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମଫିଲପ କରିବେ ବୋଲି କୁହାଯାଇଛି  । ଡିସେମ୍ବର ୨୫ ତାରିଖ ସୁଦ୍ଧା ପିଲାମାନେ ଅନଲାଇନରେ ଆଡମିଟ୍ କାର୍ଡ ପାଇପାରିବେ। ବୋର୍ଡ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ ।