ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଡଙ୍ଗା। ୩୦ ମିନିଟି ଧରି ଫସି ରହିଛି ଯାତ୍ରୀବାହୀ ଡଙ୍ଗା। ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଡଙ୍ଗାରେ ୩୫ରୁ ଅଧିକ ବାଇକ ସମେତ ୬୦ରୁ ଅଧିକ ଯାତ୍ରୀଥିବା ସୁଚନା ରହିଛି ।
ନଭେମ୍ବରରେ ଇଂଲଣ୍ଡରୁ ଭାରତ ଫେରିବ ଶିବାଜୀଙ୍କ ବାଘନଖ
ନୂଆଦିଲ୍ଲୀ: ନଭେମ୍ବରରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ପ୍ରସିଦ୍ଧ ବାଘନଖ । ବିଜାପୁର ସୁଲତାନ ଆଫଜଲ ଖାଁଙ୍କୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିବା ଏହି ବାଘ ନଖକୁ ଆସନ୍ତା ନଭେମ୍ବରରେ ଲଣ୍ଡନରୁ ଭାରତ ଅଣାଯିବ ।
୧୬୫୯ ମସିହାରେ ଆଫଜଲଙ୍କୁ ଏହି ବାଘନଖ ଜରିଆରେ ହତ୍ୟା କରିଥିଲେ ଶିବାଜୀ । ଛତ୍ରପତି ଶିବାଜୀଙ୍କ ସିଂହାସନ ଆରୋହଣର ୩୫୦ତମ ବାର୍ଷିକୀ ଅବସରରେ ବାଘନଖକୁ ଅଣାଯିବ । ବର୍ତ୍ତମାନ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମରେ ଏହି ଅସ୍ତ୍ର ରହିଛି । ଏହି ଅସ୍ତ୍ର ଆଣିବା ସମ୍ପର୍କରେ ଚୂଡାନ୍ତ ଆଲୋଚନା ଲାଗି ମଙ୍ଗଳବାର ଲଣ୍ଡନ ଯିବେ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିଓ୍ବାର । ଏନେଇ ସେ ଏକ ଚୁକ୍ତି ସ୍ବାକ୍ଷର କରିବେ । ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ଛତ୍ରପତି ଶିବାଜୀ ମହାରାଜ ମ୍ୟୁଜିୟମରେ ଏହାକୁ ରଖାଯିବ ବୋଲି ସୂଚନା ମିଳିଛି । ସତାରା ଜିଲ୍ଲା ଅନ୍ତର୍ଗତ ପ୍ରତାପଗଡ ଦୁର୍ଗରେ ଆଫଜଲ ଖାଁଙ୍କୁ ହତ୍ୟା କରିଥିଲେ ଶିବାଜୀ । ଏହାକୁ ଶିବାଜୀଙ୍କ ବୀରତ୍ବର ଏକ ଅଧ୍ୟାୟ ବୋଲି କୁହାଯାଏ ।
ବଲୁଚିସ୍ତାନ ବିସ୍ଫୋରଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ
ଇସଲାମାବାଦ: ଭାରତ-କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଅଧିକ ତିକ୍ତ ହେବାରେ ଲାଗିଥିବାବେଳେ ଏବେ ପାକିସ୍ତାନ ସହ ସୃଷ୍ଟି ହୋଇଛି ନୂଆ ବିବାଦ । ବଲୁଚିସ୍ତାନର ଘଟିଥିବା ଭୟାବହ ବିସ୍ଫୋରଣ ଘଟଣା ଲାଗି ଭାରତକୁ ଦାୟୀ କରିଛି ପାକିସ୍ତାନ । ଏହି ବିସ୍ଫୋରଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ରହିଛି ବୋଲି ପାକିସ୍ତାନ କହିଛି ।
ଗତ ଶୁକ୍ରବାର ମହମ୍ମଦ ଜୟନ୍ତୀ ପାଳନ ବେଳେ ବଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ ମଦିନା ମସଜିଦରେ ବିସ୍ଫୋରଣ ଘଟି ୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାର କିଛି ଘଣ୍ଟା ପରେ ଖାଇବର ପଖିତୁନଖାଓ୍ବାର ହାଙ୍ଗୁ ସହରରେ ଆଉ ଏକ ବିସ୍ଫୋରଣ ଘଟି ୫ ଜଣ ପ୍ରାଣ ହରାଇଥିଲେ । ପାକିସ୍ତାନର ସ୍ବରାଷ୍ଟ୍ର ମନ୍ତ୍ରୀ ସରଫରାଜ ବୁଗତି କହିଛନ୍ତି- ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗର ହାତ ରହିଛି । ମାସ୍ତୁଙ୍ଗ ଆତ୍ମଘାତୀ ବିସ୍ଫୋରଣରେ ଜଡିତ ଶକ୍ତିଙ୍କ ବିରୋଧରେ ବେସାମରିକ, ସାମରିକ ଓ ଅନ୍ଯାନ୍ୟ ପ୍ରତିଷ୍ଠାନ ଏକ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହି ଦୁଇଟି ବିସ୍ଫୋରଣ ଘଟଣାର ବର୍ତ୍ତମାନ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ବିସ୍ଫୋରଣ ଲାଗି କେହି ନିଜକୁ ଦାୟୀ କରିନାହାନ୍ତି ।
ତୁର୍କୀ ସଂସଦ ନିକଟରେ ବିସ୍ଫୋରଣରେ ନିଜକୁ ଉଡ଼ାଇଲା ଆତ୍ମଘାତୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଅନ୍ୟ ଜଣେ ମୃତ
ଆଙ୍କାରା: ତୁର୍କୀର ଆଙ୍କାରା ସ୍ଥିତ ସଂସଦ ଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ନିଜକୁ ଉଡାଇ ଦେଲା ଜଣେ ଆତ୍ମଘାତୀ । ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ଓ ଆତ୍ମଘାତୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କୁ ଗୁଳିରେ ଜଣେ ଆତ୍ମଘାତୀ ମୃତ ।
ଦୁର୍କୀ ଗୃହମନ୍ତ୍ରୀ କହିଛନ୍ତି, ‘ସଂସଦ ଭବନ ନିକଟରେ ଦୁଇଜଣ ଆତ୍ମଘାତୀଙ୍କ ଜରିଆରେ ଏହି ବିସ୍ଫୋରଣ ଘଟିଛି । ସଂସଦର ମନ୍ତ୍ରାଳୟ ବିଲଡିଂ ସମ୍ମୁଖରେ ଏହି ବିସ୍ଫୋରଣ ଘଟିଛି । ଜଣେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିବାବେଳେ ଜଣେ ପୋଲିସ ଗୁଳିରେ ପ୍ରାଣ ହରାଇଛି । ସେମାନେ ଏକ ବ୍ୟାବସାୟିକ ଯାନରେ ଆସି ବିସ୍ଫୋରଣ ଘଟାଇ ଥିଲେ । ଘଚଣାସ୍ଥଳରେ ନିରାପତ୍ତା ବ୍ୟବସ୍ଥା କଡାକଡି କରାଯାଇଛି ।’
ଗ୍ରୀଷ୍ମକାଳୀନ ଅବକାଶ ପରେ ଆଜି ସଂସଦ ଆରମ୍ଭ ହେବାର ଥିଲା । ଆଇଏସଆଇଏସ ଅଧୀନ ଆଇଏସଆଇଏଲ ସଦସ୍ୟଙ୍କ ବିରୋଧରେ ତୁର୍କୀ କାର୍ଯ୍ୟାନୁଷ୍ଠାନ ନେବା ପରେ ପରେ ଏହି ବିସ୍ଫୋରଣ ଘଟିଛି । ଘଟଣାରେ ୨ ଜଣ ପୋଲିସ ଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି ।
ଚାଷ ଜମିରେ ଧ୍ରୁବ ହେଲିକପ୍ଟରର ଜରୁରୀ ଅବତରଣ
ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର । ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ଯାଇ ତଦନ୍ତ କରୁଛନ୍ତି । ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟର ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ହେଲିକପ୍ଟରରେ ୬ ଜଣ ସେନା କର୍ମଚାରୀ ଥିଲେ । ସମସ୍ତେ ନିରାପଦ ଥିବା ଜଣାପଡ଼ିଛି । ହେଲିକପ୍ଟରରେ ତ୍ରୁଟି ଦେଖାଦେବା ପରେ ଏହା ଅବତରଣ କରିବା ଲାଗି ନିକଟସ୍ଥ ଡୁଙ୍ଗରିଆ ଡ୍ୟାମ ଚାରି ପଟେ ଘୂରିଥିଲା । ପରେ ଏକ ବିଲରେ ଏହା ଅବତରଣ କରିଥିଲା ।
ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଭୋପାଲରୁ ଚକେରୀ ପର୍ଯ୍ୟନ୍ତ ରୁଟିନ୍ ଟ୍ରେନିଂ ସମୟରେ ଧ୍ରୁବ ହେଲିକପ୍ଟରର ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି । ଭୋପାଲ ଏୟାରପୋର୍ଟଠାରୁ ୫୦ କିମି ଦୂରରେ ହେଲିକପ୍ଟରଟି ଲ୍ୟାଣ୍ଡ କରିଛି । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ବାୟୁସେନାର ଆପାଚି ହେଲିକପ୍ଟର ଜରୁରୀ ଅବତରଣ କରିଥିଲା ।
ନିଶା ମାଫିଆ ସଦାମ ଓ ଚିତ୍ତ ଗିରଫ
ଭୁବନେଶ୍ବର: ନିଶା ମାଫିଆଙ୍କ ବିରୋଧରେ ଏସଟିଏଫର ଜିରୋ ଟଲରାନ୍ସ । ନିଶା ମାଫିଆ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରା ଗିରଫ । ପିପିଲି ଦାନଗୋହିରୀର ସଦାମ ବିରୋଧରେ ରହିଛି NDPS ଓ ARMS actରେ ମାମଲା ।
୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଚଢ଼ାଉ ବେଳେ ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା STF । ସେହିପରି ୩ଟି ୭ ଏମ.ଏମ ପିସ୍ତଲ ଚଢ଼ାଉ ବେଳେ ଜବତ ହୋଇଥିଲା । ସେହିଦିନ ଠାରୁ ଫେରାର ଥିଲା ସଦାମ ।
ସେହିପରି ନୟାଗଡ଼ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରା ବିରୋଧରେ ଥିଲା ସଙ୍ଗୀନ ମାମଲା । ୨୦୨୧ ଡିସେମ୍ବର ୨୦ରେ ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିଲା । ହେଲେ ମାଷ୍ଟରମାଇଣ୍ଡ ଚିତ୍ତ ଫେରାର ହୋଇ ଯାଇଥିଲା । ପୂର୍ବରୁ ଅଭିଯୁକ୍ତ ନାଁରେ ନନ୍ଦନକାନନ ଥାନାରେ ମଧ୍ୟ ମାମଲା ରହିଛି ।

