spot_img
Home Blog Page 2721

ବିପୁଳ ପରିମାଣର କଫ ସିରଫ ଜବତ, ୩ ଗିରଫ

ବରଗଡ଼: ବରଗଡ଼ ପୋଲିସକୁ ବଡ଼ ସଫଳତା । ୮ ହଜାର ୩୮୦ ବୋତଲ କୋରେକ୍ସ ଜବତ ସହ ୩ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ । ଗତ ୨୨ ତାରିଖ ଦିନ ଟାଉନ ଥାନା ପକ୍ଷରୁ ସହରର ଗଣପତି ହୋଟେଲ ସମ୍ମୁଖରେ ବିରାଟ ଧରଣର କଫସିରପ ଜବତ କରାଯାଇଥିବା ବେଳେ ଏହାର ତଦନ୍ତ ପରେ କଟକର ଏକ ଗୋଦାମରୁ ୭୦ ପେଟି କୋରେକ୍ସ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହେବ । ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଟାଉନ ପୋଲିସ | ସେମାନେ ହେଲେ କଟକର ଦୁଇଜଣ ସିଦ୍ଧାର୍ଥ କୁମାର ନାୟକ, ପୁର୍ଣଚନ୍ଦ୍ର ବେହେରା ଏବଂ ଅନ୍ୟ ଜଣେ ବରଗଡ଼ ଗଙ୍ଗାଧର ନଗରର ଲଷ୍ମୀଧର ମେହେର । ଏହି କଫ ସିରଫ ତିଆରି କରୁଥିବା ଦିଲ୍ଲୀ ସ୍ଥିତ ମେକ୍ସ ଫାର୍ମାଚୁଟିକାଲ କମ୍ପାନୀର ଏକାଉଣ୍ଟରେ ଥିବା ୩୧ ଲକ୍ଷ ୯୨ ହଜାର ୫୮୨ ଟଙ୍କାଙ୍କୁ ଫ୍ରିଜ କରାଯାଇ ଅଭିଯୁକ୍ତଙ୍କ ସବୁ ଆକାଉଣ୍ଟଙ୍କୁ ଯାଞ୍ଚ କରାଯାଉଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି ।

ସିରାଜଙ୍କ ପାଇଁ ସୁଯୋଗ, ହୋଇପାରନ୍ତି ବିଶ୍ବର ନମ୍ବର ଓ୍ବାନ୍ ବୋଲର

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ନମ୍ବର ଓ୍ବାନ ବୋଲର ବନି ପାରନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସିରାଜ । ଏସିଆ କପରେ ଭଲ ପ୍ରଦର୍ଶନ କଲେ ନମ୍ବର ବନିବାର ସୁଯୋଗ ରହିଛି । ଆଇସିସିର ବୋଲିଂ ରାଙ୍କରେ ପଞ୍ଚମ ସ୍ଥାନରେ ରହିଛନ୍ତି ସିରାଜ । ସେ ୬୦୫ ପଏଣ୍ଟ ପାଇଥିବାବେଳେ ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଜୋସ ହାଜେଲଉଡ୍ । ସେ ୭୦୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି । ତେବେ ଏସିଆ କପରେ ଯଦି ଭାରତ ଫାଇନାଲକୁ ଯାଏ ତାହେଲେ ୭ଟି ମ୍ୟାଚ ଖେଳିବାର ସୁଯୋଗ ପାଇପାରନ୍ତି ସିରାଜ । ନେପାଳ ଭଳି ଦଳ ସହ ଖେଳିବାର ସୁଯୋଗ ପାଇବାକୁ ଥିବାବେଳେ ଯଦି ଅଧିକ ଓ୍ବିକେଟ ନିଅନ୍ତି ତାହେଲେ ଭଲ ପଏଣ୍ଟ ସହ ନମ୍ବର ଓ୍ବାନ ବନିବାର ସୁଯୋଗ ରହିଛି ।

 

 

ମୋ ସ୍କୁଲ ଅଭିଯାନ ଫେକ୍ ୱେବସାଇଟ୍ ଖୋଲି ଠକେଇ ଘଟଣା, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନ ଫେକ୍ ଓ୍ବେବସାଇଟ୍ ଖୋଲି ଚାକିରି କରିବାକୁ କହି ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ଦୁଇଲକ୍ଷ ନଗଦ ଟଙ୍କା, ଲାପଟପ୍, କମ୍ପ୍ୟୁଟର, ୧୩ ଟି ଫୋନ୍, ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, ନକଲି ଷ୍ଟାମ୍ପ ଜବତ ହୋଇଛି । ମୋ ସ୍କୁଲ ଅଭିଯାନ ନାଁ ରେ ଏକ ଫେକ ଓ୍ବେବସାଇଟ୍ ଖୋଲି ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପିଅନ ସମେତ ବହୁ ପୋଷ୍ଟ ପାଇଁ ଆବେଦନକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା ।

ଜୁଲାଇ ମାସରେ ଏମାନେ ମୋ ସ୍କୁଲ ଅଭିଯାନର ଫେକ ଓ୍ବେବସାଇଟ୍ ଖୋଲିଥିଲେ । ଟିଚିଙ୍ଗ ଓ ନନ ଟିଚିଙ୍ଗରେ ଚାକିରି କରାଇ ଦେବାକୁ କହି ଯୁବକ ଓ ଯୁବତୀଙ୍କ ଠାରୁ ନେଇଥିଲେ ମୋଟା ଅଙ୍କର ଟଙ୍କା । ୩ ଅଭିଯୁକ୍ତଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି ସାଇବର ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ଅମର ସାମଲ, ମଦନ ନାଗ, ରାୟଗୁଲୁ ପାତ୍ର ଗିରଫ କରାଯାଇଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ବୋଲି ଏସିପି କହିଛନ୍ତି ।

ଚନ୍ଦ୍ରରେ ଶିବଶକ୍ତି ପଏଣ୍ଟ ଆଖପାଖରେ ବୁଲୁଛି ରୋଭର ପ୍ରଜ୍ଞାନ, ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରୋଭର ପ୍ରଜ୍ଞାନ ମୁନ୍ ୱାକ୍ କରୁଥିବାର ଆଉ ଏକ ଭିଡିଓ ଜାରି କରିଛି । ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପ୍ରଜ୍ଞାନ ବୁଲୁଥିବାର ଦେଖାଯାଇଛି । ଗୋଟେ ଦିନ ପୂର୍ବେ ହିଁ ଇସ୍ରୋ କହିଥିଲା ଯେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ପ୍ରାୟ ୮ ମିଟର ଦୂରତା ସଫଳତାର ସହ ନିର୍ଦ୍ଧାରିତ କରିଥିଲା । ଏବଂ ଏହାର ଉପକରଣ ଚାଲୁ ହୋଇଯାଇଛି । ଏବେ ତାଜା ଭିଡିଓରେ ଏହି ରୋଭର ଶିବଶକ୍ତି ପଏଣ୍ଟର ଆଖପାଖରେ ବୁଲୁଥିବାର ଦେଖାଯାଇଛି ।

ଇସ୍ରୋ ୪୦ ସେକେଣ୍ଡର ଭିଡିଓ ସେୟାର କରି କହିଛି ଯେ, ପ୍ରଜ୍ଞାନ ରୋଭର ଦକ୍ଷିଣ ଧ୍ରୁବରେ ଚନ୍ଦ୍ର ରହସ୍ୟର ଅନୁସନ୍ଧାନରେ ଶିବ ଶକ୍ତି ପଏଣ୍ଟ ଆଖପାଖରେ ବୁଲୁଛି । ଉଲ୍ଲେଖଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଛି ତାର ନାଁ ଶିବ-ଶକ୍ତି ପଏଣ୍ଟ ରଖାଯିବ । ତେବେ ଆଜି ଇସ୍ରୋ ଜାରି କରିଥିବା ଭିଡିଓରେ ଦେଖାଯାଇଛି ଯେ ରୋଭର ପ୍ରଜ୍ଞାନ ନିଜ ଚକାର ଚିହ୍ନ ପଛରେ ଛାଡ଼ି ଆଗକୁ ଯାଉଛି । ଏହି ସମୟରେ ସେ ଏକ ଗାତ ମଧ୍ୟ ପାର କରିଛି । ଗାତଠୁ ଆଗକୁ ଯାଇ ରୋଭର ପୁଣିଥରେ ପଛକୁ ବୁଲି ଚାହୁଁଥିବାର ଦେଖାଯାଇଛି । ଦେଖନ୍ତୁ ଇସ୍ରୋ ଜାରି କରିଥିବା ଭିଡିଓ…..

ମହାକାଳଙ୍କ ମନ୍ଦିରରେ ନଜର ଆସିଲେ ପରିଣୀତି ଏବଂ ରାଘବ

ନନ୍ଦିଘୋଷ ବ୍ୟୁରୋ: ଉଜ୍ଜେନରେ ମହାକାଳଙ୍କ ଶରଣରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଭାବି ସ୍ବାମୀ ରାଘବ ଚଢ଼ା । କିଛିଦିନ ପୂର୍ବେ ଉଭୟଙ୍କ ନିର୍ବନ୍ଧ ହୋଇଥିବାବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପରିଣୀତିଙ୍କର ଫିଲ୍ମ କ୍ୟାରିୟର ମଧ୍ୟରେ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ ହେଉଥିବାବେଳେ ରାଘବଙ୍କ ରାଜନୈତିକ କ୍ୟାରିୟର ଉତଥାନ ପତନ ମଧ୍ୟରେ ଗତି କରୁଛି । ଉଭୟ ମହାକାଳେଶ୍ବରଙ୍କ ଶରଣରେ ନଜର ଆସିଛନ୍ତି । ଉଭୟ ଗୋଲାପି ରଙ୍ଗର ଡ୍ରେସରେ ନଜର ଆସିଥିବା ପୂଜା କରିଛନ୍ତି ।

 

ବନ୍ଦ ହୋଇପାରେ ଏସିଆ କପ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୪ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ବନ୍ଦ ହେବ କି, ଏସିଆ କପ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ୪ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ । ଶ୍ରୀଲଙ୍କାର ୪ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଶ୍ରୀଲଙ୍କାର ଦ୍ରୃତ ବୋଲର ଚାମିରା, ସ୍ପିନର ହସରଙ୍ଗାଙ୍କ ମଧ୍ୟ କରୋନା ପଜିଟିଭ୍ ଚିହ୍ନ ହୋଇଛନ୍ତି । ହସରଙ୍ଗା ପ୍ରଥମ ଦୁଇଟି ମ୍ୟାଚ ଖେଳିପାରିବେ ନାହିଁ । ଯାହାକି ଦଳର ଚିନ୍ତାର ବିଷୟ ପାଲଟିଛି ।

 

 

କଂଗ୍ରେସରେ ଆଉ ମନ ଲାଗୁନି, ବିଜେପି ପାଇଁ ହାଇପାଇଁ ହେଉଛନ୍ତି ସନ୍ତୋଷ ସିଂହ ସାଲୁଜା

ନନ୍ଦିଘୋଷ ଟିଭି: ଦେହ କଂଗ୍ରେସ, ମନ ବିଜେପି । ବାଉଳି ହୋଇ ହାଉଳି ଖାଉଛନ୍ତି । କଂଗ୍ରେସରେ ଆଉ ମନ ଲାଗୁନି, ବିଜେପି ପାଇଁ ହାଇପାଇଁ । ଏଭଳି ଅବସ୍ଥା ଏବେ ରାଜ୍ୟ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କର । ଋତୁ ଅନୁସାରେ ରଙ୍ଗ ବଦଳାଉଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସମସ୍ୟା ଶୁଣୁନାହାନ୍ତି କି ବିଷୟବସ୍ତୁ ଜାଣୁନାହାଁନ୍ତି । କାରଣ ହେଲା ସାଲୁଜା ଏବେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ । ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଯୋଗୁ ଧୀରେ ଧୀରେ ସେ ଜନତାଙ୍କ ଭରସା ହରାଇଲେଣି । ବିଭିନ୍ନ ସମୟରେ ବିବାଦୀୟ ବୟାନ ସାଙ୍ଗକୁ ସରକାରୀ ଅଧିକାରୀଙ୍କ ପ୍ରତି ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବାରୁ ତାଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଲାଣି । ବିକାଶ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ସେ ଭୋଟରଙ୍କ ଆସ୍ଥା ହରେଇସାରିଲେଣି ।

ଯେତେବେଳେ ଯାହା ମନକୁ ଆସିଲା ତାହା କହୁଛନ୍ତି ବିଧାୟକ । କଣ୍ଟାବାଞ୍ଜିବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧାୟକ ହୋଇଛନ୍ତି ସାଲୁଜା । ସାଲୁଜା ଅତୀତରେ ଜଣେ କାଠ ମାଫିଆ ଓ ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି ବୋଲି ମଧ୍ୟ ଅଭିଯୋଗ ହେଉଛି । କିଛି ମାସ ପୂର୍ବେ ସାନପୁଅ ସେଜି ବନ୍ଧୁକ ଦେଖାଇ ସିନେମା ହଲର ମାଲିକ ଓ ଭାଇଙ୍କୁ ଭୟଭୀତ କରିବା ସହ ମାଡ ମାରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ସମସ୍ତେ ଜାଣିଛନ୍ତି । ଲୋକଙ୍କ ଦୁଃଖ କମ ବରଂ ନିଜର ଖୁସି ଅଧିକ ଖୋଜନ୍ତି ବିଧାୟକ । ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର କରି ବେଆଇନ କାମ କରିବା ହେଉଛି ସନ୍ତୋଷଙ୍କ ଚିରାଚରିତ ଅଭ୍ୟାସ ।

ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ

ଗଞ୍ଜାମ: ଗଞ୍ଜାମ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କରିଛନ୍ତି ବିକାଶମୂଳକ କାର୍ଯ୍ୟର ସମୀକ୍ଷା । ଆସ୍କା ବିଜ୍ଞାନ କଲେଜରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ 5T ସଚିବ କହିଛନ୍ତି- ସ୍କୁଲ ଓ କଲେଜଗୁଡିକ ସାମିଲ ଫାଇଭ-ଟିରେ ସାମିଲ କରାଯାଇଛି । କଲେଜ ଓ ସ୍କୁଲ ରେ ସ୍ମାର୍ଟକ୍ଲାସ ରୁମ, ସାଇନ୍ସ ଲ୍ୟାବ ଆଦି ରହିବ । ଲୋକଙ୍କ ସୁଖଦୁଃଖ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ପଠାଇଛନ୍ତି । ବିକାଶ ଲାଗି ଭଲ କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ଭଲ କାମ କଲେ ଦ୍ବିତୀୟ ପର୍ଯ୍ୟାୟ ଅନୁଦାନ ମିଳିବ । ଛାତ୍ରଛାତ୍ରୀଙ୍କ ପ୍ରତି ଧ୍ୟାନ ଦେବାକୁ ସେ ଅଧ୍ୟାପକମାନଙ୍କୁ ଆହ୍ବାନ ଦେଇଥିଲେ ।

ଘର ଭିତରୁ ମା ମାନଙ୍କୁ ବାହାରକୁ ଆଣି ସବୁ ପ୍ରକାର ସୁବିଧା ମୁଖ୍ୟମନ୍ତ୍ରୀ ଯୋଗାଇଛନ୍ତି । ମିଶନ ଶକ୍ତି ଏବେ ହୋଟେଲ, ହଷ୍ଟେଲ, ପାନ୍ଥ ନିବାସ ପରିଚାଳନା ସହ ଧାନ କିଣା, ବିଜୁଳି ବିଲ କାମରେ ଲାଗିଛନ୍ତି । ଗାଁ ଗଣ୍ଡା ରେ ପଡିରହିଥିବା ସରକାରୀ ପ୍ରତିଷ୍ଠାନ ଗୁଡିକ ଭଲ କାମରେ ବ୍ୟବହାର ପାଇଁ ମିଶନ ଶକ୍ତିକୁ ହସ୍ତାନ୍ତର କରାଯିବ। ବିଡ଼ିଓ ଙ୍କୁ ଆବେଦନ କଲେ ମାସକ ଭିତରେ ମରାମତି କରି ମିଶନ ଶକ୍ତିଙ୍କୁ ହସ୍ତାନ୍ତର କରିବେ । ଆସ୍କା ଉପଖଣ୍ଡ ହସ୍ପିଟାଲ ରୂପାନ୍ତରଣ ଲାଗି ୪୨ କୋଟି ଟଙ୍କା ଅନୁମୋଦିତ ହୋଇଛି । ଆପଣ ମାନଙ୍କ ଅନେକ ଅଭିଯୋଗ ପାଇଛି। ମନ୍ଦିର ମସଜିଦ ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର ୩ ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି ସେ କହିଛନ୍ତି ।

ମଡେଲ ବନିବା ପାଇଁ ପାକିସ୍ତାନରେ ଅଞ୍ଜୁଙ୍କୁ ଆସୁଛି ଅଫର, ନସରୁଲ୍ଲା କହିଲେ..

ଇସଲାମବାଦ: ଭାରତରେ ସ୍ବାମୀ ଛୁଆଙ୍କୁ ଛାଡ଼ି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ଯାଇଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବରମାନ ନଜରକୁ ଆସୁଛି । ପାକିସ୍ତାନରେ ସ୍ବାମୀ ନସରୁଲ୍ଲାଙ୍କ ସହ ରହିଥିବା ଅଞ୍ଜୁଙ୍କୁ ଆସୁଛି ମଡେଲ ବନିବା ପାଇଁ ଅଫର । ବିଭିନ୍ନ ବିଜ୍ଞାପନ ପାଇଁ ଅଞ୍ଜୁଙ୍କୁ ଅଫର ଆସୁଛି ।  ପାକିସ୍ତାନରେ ଅଞ୍ଜୁ ଏବେ ଜଣେ ସେଲିବ୍ରେଟିଙ୍କ ଭଳି ଜୀବନ କାଟୁଛନ୍ତି । ସେ ଯେଉଁ ସ୍ଥାନକୁ ଯାଉଛନ୍ତି ଲୋକେ ତାଙ୍କ ସହ ସେଲଫି ନେଉଛନ୍ତି । ଏପରିକି ଏତେ ଲୋକ ସେଲଫି ନେବାକୁ ବ୍ୟସ୍ତ ଯେ ଧାଡ଼ିରେ ମଧ୍ୟ ଛିଡ଼ା ହୋଇଥାନ୍ତି । ପାକିସ୍ତାନରେ ଅଞ୍ଜୁଙ୍କ ଲୋକପ୍ରିୟତା ଏତେ ମାତ୍ରାରେ ପରିଣତ ହୋଇଛି ଯେ ଅନେକ ବ୍ରାଣ୍ଡ ତାଙ୍କୁ ସେମାନଙ୍କ ପ୍ରଡକ୍ସନ ପାଇଁ ବିଜ୍ଞାପନ ଦେବା ପାଇଁ ଅଫର୍ ଦେଉଛନ୍ତି । କିଛି ଦିନ ପୂର୍ବେ ଅଞ୍ଜୁ ସାକାକୋଟର ଏକ ବିୟୁଟି ପାର୍ଲରକୁ ମେକ୍ ଇନ୍ ପାଇଁ ଯାଇଥିଲେ, ଯେଉଁଠାରେ ତାଙ୍କଠାରୁ କୌଣସି ଟଙ୍କା ନେଇନଥିଲେ । ଏପରକି ସ୍ବାମୀ ନସରୁଲ୍ଲାଙ୍କ ସହ ଦୈନିକ ବଜାରକୁ ସମାଗ୍ରୀ କିଣିବା ପାଇଁ ଯାଉଥିବାବେଳେ ଦେକାନୀମାନେ ଟଙ୍କା ମଧ୍ୟ ନେଉନାହାନ୍ତି ।

ଅଞ୍ଜୁଙ୍କ ସ୍ବାମୀ ନସରୁଲ୍ଲା କହିଛନ୍ତି କି, ଏଯାବତ ଯଦିଓ ବଡ଼ ବଡ଼ ବ୍ରାଣ୍ଡର ଅଫର ମିଳିନାହିଁ । ତଥାପି ଅନେକ ଛୋଟ ପ୍ରଡକ୍ଟ ପାଇଁ ବିଜ୍ଞାପନ ଅଫର ରହିଛି । ଯଦି ସେ ଚାହିଁବେ ଏଥିରେ ଅଭିନୟ କରିପାରିବେ । ଏଯାବତ ଲୋକେ ଅନେକ ଉପହାର ଦେଇଛନ୍ତି । ଯଦି ସେ ବିଜ୍ଞାପନରେ କାମ କରିବେ ତାହେଲେ ଲୋକଙ୍କ ଆଉ ସେ ଭଲ ପାଇବା ରହିବ ନାହିଁ । ବଜାରରେ ସମସ୍ତେ ତାଙ୍କୁ ଭଉଣୀ ବୋଲି ମଧ୍ୟ ସମ୍ବୋଧନ କରନ୍ତି ।

 

ଫ୍ଲପ୍ ଫିଲ୍ମର ରାଣୀ, ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ହେଉଛି ଫିଲ୍ମ

ମୁମ୍ବାଇ: ବଲିଉଡରେ ଅନେକ ଷ୍ଟାର କିଡ୍ ନିଜର ଜଲଓ୍ବା ଦେଖାଉଛନ୍ତି । କିନ୍ତୁ ଏପରି କିଛି କଳାକାର ଅଛନ୍ତି ଯେଉଁମାନଙ୍କର ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଫ୍ଲପ ହେଉଛି । ପରିବାରର ଅନ୍ୟ ସଦସ୍ୟ ଇଣ୍ଡଷ୍ଟ୍ରିରେ ନାଁ କମେଇଥିବାବେଳେ କିନ୍ତୁ ଏମାନେ ଫ୍ଲପରେ ରାଣୀ ସାଜିଛନ୍ତି । ତେବେ ଆସନ୍ତୁ ଏଭଳି ୪ଜଣ ଅଭିନେତ୍ରୀ ଉପରେ ନଜର ପକାଇବା ।

ପରିଣୀତି ଚୋପ୍ରା: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ହେଉଛନ୍ତି ପରିଣୀତି ଚୋପ୍ରା । ଯିଏକି ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୨୦୧୧ ମସିହାରେ ବଲିଉଡରେ ଡେବ୍ୟୁ କରିଥିବା ପରିଣୀତି ଲଗାତାର ତିନୋଟି ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନମୋହିଥିଲେ । କିନ୍ତୁ ଏବେ ତାଙ୍କର ରିଲିଜ ହେଉଥିବା ଫିଲ୍ମ ଫ୍ଲପ ହେବାରେ ଲାଗିଛି ।

ସୋନାକ୍ଷୀ ସିହ୍ନା: ଶତ୍ରୃଘ୍ନ ସିହ୍ନାଙ୍କ ଝିଅ ହେଉଛନ୍ତି ସୋନାକ୍ଷୀ । ସଲମାନଙ୍କ ସହ ଦବଙ୍ଗ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ରାଓ୍ବଡି ରାଠୋର, ଆକ୍ସନ ଜାକ୍ସନ ଭଳି କିଛି ଫିଲ୍ମ ହିଟ୍ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ରିଲିଜ ହୋଇଥିବା ଫିଲ୍ମ ଗୁଡ଼ିକ ଫ୍ଲପ ହେବା ପରେ ଓ୍ବେବ ସିରିଜରେ କାମ ଆରମ୍ଭ କରିଛନ୍ତି ସୋନାକ୍ଷୀ ।

ସୋନମ କପୁର: ଅନୀଲ କପୁରଙ୍କ ଝିଅ ସୋନମ କପୁର । କ୍ୟାରିୟର ପ୍ରଥମାର୍ଦ୍ଧରେ ହିଟ୍ ଫିଲ୍ମରେ ଅଭିନୟ କରିଥିବାବେଳେ ଶେଷଥର ପାଇଁ ରିଲିଜ ହେଉଥିବା ଫିଲ୍ମ ଗୁଡ଼ିକ ଫ୍ଲପ ହେବାରେ ଲାଗିଛି ।

ଶମିତା ସେଟ୍ଟୀ: ଶିଳ୍ପା ସେଟ୍ଟୀଙ୍କ ଭଉଣୀ ହେଉଛନ୍ତି ଶମିତା । ବିଗ ବସରୁ ସେ ଲାଇମଲାଇଟକୁ ଆସିଥିଲେ । ବଲିଉଡରେ ଅେନକ ହିଟ୍ ଫିଲ୍ମରେ ନଜର ଆସିଥିବାବେଳେ ବ୍ୟାକ ଟୁ ବ୍ୟାକ ଫ୍ଲପ ହେବା ପରେ ବଡ଼ ପରଦାରୁ ସେ ଦୂରେଇ ରହିଛନ୍ତି ।