ଫ୍ଲପ୍ ଫିଲ୍ମର ରାଣୀ, ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ହେଉଛି ଫିଲ୍ମ

ମୁମ୍ବାଇ: ବଲିଉଡରେ ଅନେକ ଷ୍ଟାର କିଡ୍ ନିଜର ଜଲଓ୍ବା ଦେଖାଉଛନ୍ତି । କିନ୍ତୁ ଏପରି କିଛି କଳାକାର ଅଛନ୍ତି ଯେଉଁମାନଙ୍କର ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଫ୍ଲପ ହେଉଛି । ପରିବାରର ଅନ୍ୟ ସଦସ୍ୟ ଇଣ୍ଡଷ୍ଟ୍ରିରେ ନାଁ କମେଇଥିବାବେଳେ କିନ୍ତୁ ଏମାନେ ଫ୍ଲପରେ ରାଣୀ ସାଜିଛନ୍ତି । ତେବେ ଆସନ୍ତୁ ଏଭଳି ୪ଜଣ ଅଭିନେତ୍ରୀ ଉପରେ ନଜର ପକାଇବା ।

ପରିଣୀତି ଚୋପ୍ରା: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ହେଉଛନ୍ତି ପରିଣୀତି ଚୋପ୍ରା । ଯିଏକି ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୨୦୧୧ ମସିହାରେ ବଲିଉଡରେ ଡେବ୍ୟୁ କରିଥିବା ପରିଣୀତି ଲଗାତାର ତିନୋଟି ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନମୋହିଥିଲେ । କିନ୍ତୁ ଏବେ ତାଙ୍କର ରିଲିଜ ହେଉଥିବା ଫିଲ୍ମ ଫ୍ଲପ ହେବାରେ ଲାଗିଛି ।

ସୋନାକ୍ଷୀ ସିହ୍ନା: ଶତ୍ରୃଘ୍ନ ସିହ୍ନାଙ୍କ ଝିଅ ହେଉଛନ୍ତି ସୋନାକ୍ଷୀ । ସଲମାନଙ୍କ ସହ ଦବଙ୍ଗ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ରାଓ୍ବଡି ରାଠୋର, ଆକ୍ସନ ଜାକ୍ସନ ଭଳି କିଛି ଫିଲ୍ମ ହିଟ୍ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ରିଲିଜ ହୋଇଥିବା ଫିଲ୍ମ ଗୁଡ଼ିକ ଫ୍ଲପ ହେବା ପରେ ଓ୍ବେବ ସିରିଜରେ କାମ ଆରମ୍ଭ କରିଛନ୍ତି ସୋନାକ୍ଷୀ ।

ସୋନମ କପୁର: ଅନୀଲ କପୁରଙ୍କ ଝିଅ ସୋନମ କପୁର । କ୍ୟାରିୟର ପ୍ରଥମାର୍ଦ୍ଧରେ ହିଟ୍ ଫିଲ୍ମରେ ଅଭିନୟ କରିଥିବାବେଳେ ଶେଷଥର ପାଇଁ ରିଲିଜ ହେଉଥିବା ଫିଲ୍ମ ଗୁଡ଼ିକ ଫ୍ଲପ ହେବାରେ ଲାଗିଛି ।

ଶମିତା ସେଟ୍ଟୀ: ଶିଳ୍ପା ସେଟ୍ଟୀଙ୍କ ଭଉଣୀ ହେଉଛନ୍ତି ଶମିତା । ବିଗ ବସରୁ ସେ ଲାଇମଲାଇଟକୁ ଆସିଥିଲେ । ବଲିଉଡରେ ଅେନକ ହିଟ୍ ଫିଲ୍ମରେ ନଜର ଆସିଥିବାବେଳେ ବ୍ୟାକ ଟୁ ବ୍ୟାକ ଫ୍ଲପ ହେବା ପରେ ବଡ଼ ପରଦାରୁ ସେ ଦୂରେଇ ରହିଛନ୍ତି ।