spot_img
Home Blog Page 2696

ଭାରତୀୟ ବାୟୁସେନାର ରଙ୍ଗାରଙ୍ଗ ଏୟାର ସୋ’

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଭୋପାଳରେ ଭାରତୀୟ ବାୟୁସେନାର ରଙ୍ଗାରଙ୍ଗ ଏୟାର ସୋ । ଭାରତୀୟ ବାୟୁସେନାର ୯୧ତମ ବାର୍ଷିକୀ ଅବସରରେ ଏହି ସୋ ଅନୁଷ୍ଠିତ ହୋଇଛି । ଭୋପାଳର ଭୋଜତାଲ ଲେକରେ ଏହି ସୋ ଆୟୋଜିତ ହୋଇଛି । ଶହ ଶହ ଦର୍ଶକ ଏହି ସୋ’କୁ ଉପଭୋଗ କରିଛନ୍ତି । ଏହି ସୋରେ ଏସୟୁ ୩୦ ସମେତ ଅନ୍ୟାନ୍ୟ ବିମାନ ନିଜ ନିଜର ରଣକୌଶଳ ପ୍ରଦର୍ଶନ କରିଛନ୍ତି । ଅଧିକ ସଂଖ୍ୟକ ଦର୍ଶକ ଯେପରି ଏହି ସୋକୁ ଉପଭୋଗ କରିପାରିବେ ସେଥିଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆକାଶମାର୍ଗରେ ବାୟୁସେନା ବିଭାଗର ରଣକୌଶଳ ସମସ୍ତଙ୍କୁ କରିଥିଲା ଅଭିଭୂତ । ଅତି ଉଚ୍ଚରେ ବାୟୁସେନା ବିମାନଗୁଡିକର ପ୍ରଦର୍ଶନ ଥିଲା ଉଚ୍ଚକୋଟୀର । ଏହି ଏୟାରସୋରେ ଏସୟୁ-୩୦, ମିରାଜ ୨୦୦୦, ଜାଗୁଆର, ଏଲସିଏ ତେଜସ, ହକ, ସୂର୍ଯ୍ୟକିରଣ, ଚିନୁକ, ଏମଆଇ ୧୭ ଭି ୫, ଚେତକ ଆଦି ବିମାନ ନିଜ ନିଜର ରଣ କୌଶଳ ପ୍ରଦର୍ଶନ କରିଥିଲେ ।

ପଞ୍ଜାବରେ ରେଳ ରୋକ୍ ଆନ୍ଦୋଳନ, ଜାଣନ୍ତୁ କେତେ କ୍ଷତି ସହିଲାଣି ରେଲଓ୍ବେ

ଅମୃତସର: ପଞ୍ଜାବରେ ଚାଷୀଙ୍କ ରେଳ ରୋକ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଦ୍ବିତୀୟ ଦିନ ଅଥବା ଶୁକ୍ରବାର ଶହ ଶହ ଯାତ୍ରୀ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପରିସ୍ଥିତି ଏତେ ଜଟିଳ ହୋଇଥିଲା କି, ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି କି, ଭାରତୀୟ ରେଲଓ୍ବେ ବହୁ କ୍ଷତି ସହିଥିବା ସୂତ୍ରରୁ ଜଣାପଡ଼ିଛି । ପ୍ରାୟ ୩୧୦୦ ଯାତ୍ରୀ ସେମାନଙ୍କ ଟିକେଟ କ୍ୟାନସେଲ କରିଛନ୍ତି । ଯାହାଦ୍ବାରା ରେଳବାଇ ୧୭ ଲକ୍ଷ ଟଙ୍କା ଫେରସ୍ତ କରିଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରେନ୍ ବାତିଲ୍ କରାଯାଇ ଥିବାବେଳେ ଷ୍ଟେସନରେ ଯାତ୍ରୀମାନେ ଫେରସ୍ତ ପାଇଁ ଲମ୍ବା ଲାଇନ ଲଗାଇଥିଲେ । ଅତିରିକ୍ତ କାଉଣ୍ଟର ମଧ୍ୟ ଖୋଲାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ୬ ରାଜ୍ୟରେ କୃଷକ ସଂଗଠନ ପକ୍ଷରୁ ଆଇନଗତ ଗ୍ୟାରେଣ୍ଟି ସହ ଏମଏସପି ଏବଂ ମୌସୁମୀ ସମୟରେ କ୍ଷତି ହୋଇଥିବା ଫସଲ ପାଇଁ କ୍ଷତିପୂରଣ ଦାବି କରି ଆନ୍ଦୋଳନ କରୁଛନ୍ତି । ଉତ୍ତର ରେଲଓ୍ବେ ଫିରୋଜପୁରରେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୩୬ ଟ୍ରେନ ବାତିଲ କରାଯାଇଛି । ଅନ୍ୟପଟେ ୨୧୭ ଟ୍ରେନ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଏହି ଟ୍ରେନ ବାତିଲ ତାଲିକାରେ ରହିଛି ଅମୃତସର-ହିସାର, ସିଲଦା-ଅମୃତସର, ହାଓ୍ବଡ଼ା-ଅମୃତସର, ଇନ୍ଦୋର-ଅମୃତସର, ମୁମ୍ବାଇ-ଅମୃତସର, ହରିଦ୍ୱାର-ଅମୃତସର, ପଠାନକୋଟ-ଅମୃତସର, ଲୁଧିଆନା-ଛେର୍ଟା, ଅମୃତସର-କାଦିଆନ ଏବଂ ପଠାନକୋଟ-ଅମୃତସର ଅନ୍ତର୍ଭୁକ୍ତ।

ଶନିବାର ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି କିଶାନ ମଜଦୁର ସଂଗଠନ ପକ୍ଷରୁ କୁହାଯାଇଛି । ସେପଟେ ଏହି ଆନ୍ଦୋଳନରେ ହରିୟାଣାର କୃଷକମାନେ ଯୋଗ ଦେବେ ବୋଲି ମଧ୍ୟ ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଚାଷୀମାନେ ରେଳ ଧାରଣାରେ ଟେଣ୍ଟ ବାନ୍ଧି ଆନ୍ଦୋଳନ ଜାରି ରଖିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଚଳାଚଳରେ ପ୍ରଭାବିତ ହୋଇଛି । ସେପଟେ ବିଭିନ୍ନ ଷ୍ଟେସନରେ ଶହ ଶହ ଯାତ୍ରୀ ମଧ୍ୟ ଫସି ରହିଛନ୍ତି । ଅନ୍ୟପଟେ ଏନଏଚ ୬୨କୁ ମଧ୍ୟ କୃଷକ ସଂଗଠନ ପକ୍ଷରୁ ଅବରୋଧ କରାଯାଇଛି ।

 

କାନାଡ଼ାରେ ହିଂସା, ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଲେ..

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ତିକ୍ତତା ହେଉଛି ଭାରତ-କାନାଡ଼ା ସମ୍ପର୍କ । କାନାଡ଼ାରେ ହିଂସା ମାହୋଲ ଦେଖିବାକୁ ମିଳିଥିବାବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ସେ କହିଛନ୍ତି କି, କାନାଡ଼ା ସହ ଆଲୋଚନା କରାଯିବ କି, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂଙ୍କ ହତ୍ୟା କିଏ କରିଛି । ଏହା ସହ ଜୟଶଙ୍କର ଦମ୍ଭର ସହ କହିଛନ୍ତି କି, କାନାଡ଼ର ଖଲିସ୍ତାନ ଆତଙ୍କବାଦୀ ଭାରତ ବିରୋଧୀ ଏଜେଣ୍ଡାକୁ ଚିହ୍ନଟ କରି ସମାଧାନ କରାଯିବ । ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା କାନାଡାର ଅଭିଯୋଗ ସହ ଜଡିତ ତଥ୍ୟ ଅନୁସନ୍ଧାନ କରିବାକୁ ଭାରତ ପ୍ରସ୍ତୁତ ଅଛି। ଆମେରିକା ଗସ୍ତ ସମୟରେ ୱାଶିଂଟନରେ ଭାରତୀୟ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବାବେଳେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟଶଙ୍କର ।

ଭାରତ କାନାଡ଼ା ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଶନିବାର ଖବର ସାମନାକୁ ଆସିଛି । ବ୍ରିଟେନରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସ୍କଟଲ୍ୟାଣ୍ଡରଗ୍ଲାସଗୋରେ ଗୁରୁଦ୍ବାରରେ ପ୍ରବେଶ କରିବା ପାଇଁ ଅଟକାଯାଇଥିଲା । କାନାଡ଼ିଆନମାନେ ବିଭିନ୍ନ ଆରୋପମାନ ଲଗାଉଥିବାବେଳେ ଏହା ଭାରତ ସରକାରଙ୍କ ନୀତି ନୁହେଁ ବୋଲି ସିଧା ସିଧା କହିଛନ୍ତି ଜୟଶଙ୍କର । ଯଦି ସେମାନେ ଆମ ସହ ଏମିତି କିଛି କରିବେ ତାହେଲେ ଆମେ ମଧ୍ୟ ସେଭଳି କରିବା ପାଇଁ ପ୍ରସ୍ତୁତ ଅଛୁ । କାନାଡ଼ାରେ ଦୀର୍ଘ ବର୍ଷ ଧରି ଖଲିସ୍ତାନୀମାନେ ଆଶ୍ରୟ ନେଇଥିବାବେଳେ ତାଙ୍କୁ କିଭଳିଭାବେ ପ୍ରଶୟ ଦିଆଯାଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

କାନାଡ଼ାରେ ଥିବା ଭାରତୀୟଙ୍କ ପ୍ରତି ବିପଦ ରହିଥିବାବେଳେ କୁଟ ନୀତିଜ୍ଞଙ୍କ ପ୍ରତି ମଧ୍ୟ ବିପଦ ରହିଛି । ଏବେ କାନାଡ଼ାରେ ହିଂସା ଚାଲିଥିବାବେଳେ କୁଟ ନୀତିଜ୍ଞଙ୍କୁ ଧମକ ମଧ୍ୟ ମିଳୁଛି । କାନାଡ଼ାରେ ଶିଖମାନେ ଆତଙ୍କ ଖେଳାଉଥିବାବେଳେ ଧମକ ଦେଉଥିବା ଜୟଶଙ୍କର ଅଭିଯୋଗ କରିଛନ୍ତି ।

ହରଦୀପ ସିଂ ନିଜାରର ହତ୍ଯା ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ଥିବାବେଳେ ଏହି ଘଟଣା ପୁଣି ବିବାଦ ସୃଷ୍ଟି କରିଛି । ଗୁରୁଦ୍ବାରାରେ ପ୍ରବେଶ ବେଳେ କଟ୍ଟର ବ୍ରିଟିଶ ଶିଖ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ । ନିଜାର ହତ୍ଯା ଘଟଣାରେ ଭାରତର ହାତ ରହିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ କହିବା ପରେ ବିବାଦ ବଢିଥିଲା । ସେପଟେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି- ବାକ୍ ସ୍ବାଧୀନତା ସମ୍ପର୍କରେ ଅନ୍ଯ ରାଷ୍ଟ୍ରଠାରୁ ଭାରତ କିଛି ଶିଖିବାର ଆବଶ୍ଯକତା ନାହିଁ ।

ଏହା ସହ ଆତଙ୍କବାଦୀଙ୍କ ପ୍ରତି କାନାଡାର ସହନଶୀଳ ଆଭିମୁଖ୍ଯକୁ ତୀବ୍ର ସମାଲୋଚନା କରିଛନ୍ତି ଜୟଶଙ୍କର । ସାନ ଫ୍ରାନ୍ସିସ୍କୋରେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ଆକ୍ରମଣ ଓ ଖଲିସ୍ତାନୀ ଧମକ ପ୍ରସଙ୍ଗରେ ଏହା କହିଛନ୍ତି ଜୟଶଙ୍କର । ଗତ ୨୯ ତାରିଖରେ ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିବା ସହ କଣ ପ୍ରମାଣ ଅଛି କାନାଡା ଦେଉ ବୋଲି କହିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେପଟେ କାନାଡାସ୍ଥିତ କୁକି-ଜୋ ଆଦିବାସୀ ସଂଗଠନର ଜଣେ ନେତାଙ୍କ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ହରଦୀପ ସିଂ ନିଜାରକୁ ଯେଉଁ ଗୁରୁଦ୍ବାାରାରେ ହତ୍ଯା କରାଯାଇଥିଲା ସେହି ଗୁରୁଦ୍ବାରାରରେ ଏହି ନେତାଙ୍କ ଭାଷଣକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ମଣିପୁରରେ ହିଂସା ଥମୁ ନଥିବାବେଳେ ନର୍ଥ-ଆମେରିକାନ ମଣିପୁର ଟ୍ରାଇବାଲ ଆସୋସିଏସନ ନେତା ତଥା କୁକି-ଜୋ ଆଦିବାସୀ ସଂଗଠନ ନେତା ଲିଏନ ଗାଙ୍ଗତେ ସଂଖ୍ଯାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ଏଥିଲାଗା ସମସ୍ତ ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଗାଙ୍ଗତେ କହିଛନ୍ତି ଗତ ମେ 4 ତାରିଖରେ ମଣିପୁରରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ସହ ଘରୁ ଲୁଟପାଟ କରାଯାଇଥିଲା । ଭାରତରେ କୌଣସି ସଂଖ୍ଯାଲଘୁ ସମ୍ପ୍ରଦାୟର ବ୍ଯକ୍ତି ସୁରକ୍ଷିତ ନୁହନ୍ତି ବୋଲି ସେ କହିଥିଲେ ।

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ଜଳସ୍ତର ବଢୁଥିବାରୁ ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ । ଏହାକୁ ମିଶାଇ ମୋଟ୍ ୧୦ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ବାମ ପାର୍ଶ୍ବର ୭ଟି ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଖୋଲାଯାଇଛି । ହୀରାକୁଦରେ ଜଳସ୍ତରା ୬୨୯.୬୫ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ପ୍ରତି ସେମକେଣ୍ଡରେ ୧ ଲକ୍ଷ ୧୬ ହଜାର ୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ।

ନ୍ୟୁୟର୍କରେ ଫ୍ଲାସ ଫ୍ଲଡ

ନନ୍ଦିଘୋଷ ବ୍ୟୁରୋ: ନ୍ୟୁୟର୍କରେ ଫ୍ଲାସ ଫ୍ଲଡ । ସାରା ସହରରେ ଜାରି ହୋଇଛି ଏମର୍ଜେନସି । ଦଶନ୍ଧିରେ ସବୁଠାରୁ ବଡ ବର୍ଷା ହୋଇଥିବା ସୂଚନା ମିଳିଛି । ଫ୍ଲାସ ଫ୍ଲଡ ଯୋଗୁ ବିମାନ ଓ ସବଓ୍ବେଗୁଡିକରେ ସେବା ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ସ୍ଥିତି ଯୋଗୁ ଆମେରିକାର ଅର୍ଥନୈତିକ ରାଜଧାନୀରେ ଜନଜୀବନ ପ୍ରଭାବିତ ହୋଇଛି । ଜଳ ପ୍ରବାହ ଯୋଗୁ ଲେ ଗାର୍ଡିଆ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ଅନେକ ସ୍ଥାନରେ ଶହ ଶହ କାର୍ ବୁଡି ଯାଇଥିବାବେଳେ ଟ୍ରାଫିକ ଜାମ୍ ପରିଲକ୍ଷିତ ହୋଇଛି । ସବଓ୍ବେରେ ଗାଡି ଚାଲିବା ସମ୍ଭବ ନଥିବାରୁ ଘରୁ ପଦାକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି ।

ସାରା ନ୍ୟୁୟର୍କ ସିଟିରେ ଏମର୍ଜେନସି ଜାରି କରିଛନ୍ତି ଗଭର୍ଣ୍ଣର କାଥି ହୋଚୁଲ । ପାଣି ପ୍ରବାହକୁ ଦୃଷ୍ଟିରେ ରଖି ଅଧିକାଂଶ ସବଓ୍ବେକୁ ବନ୍ଦ ରଖାଯାଇଛି । ନ୍ୟୁୟର୍କରେ 420ଟି ସବଓ୍ବେ ଷ୍ଟେସନ ଓ 30ଟି ସବଓ୍ବେ ଲାଇନ ଥିବାବେଳେ ଅଧିକାଂଶ ଷ୍ଟେସନରେ ଟ୍ରେନ ଚଳାଚଳ ବାତିଲ ହୋଇଛି । ବିଶ୍ବ ତାପାୟନ ଯୋଗୁ ନ୍ୟୁୟର୍କ ପରି ସହରରେ ଫ୍ଲାସ ଫ୍ଲଡ ଦେଖାଗଲା ବୋଲି ଆଶଙ୍କା କରାଯାଉଛି । ନ୍ୟୁୟର୍କର ପରିବେଶ ସୁରକ୍ଷା କମିଶନର ରୋହିତ ଅଗ୍ରଓ୍ବାଲ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ହିଁ ଏହି ଫ୍ଲାସ ଫ୍ଲଡର କାରଣ ଏବଂ ଏହାର ସମ୍ମୁଖୀନ ହେବା ଲାଗି ସହରର ଭିତ୍ତିଭୂମି ସକ୍ଷମ ନୁହେଁ ।

ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ

ସୋର: ଭାଇରାଲ ହେଲା ନିଶାସକ୍ତ ଯନ୍ତ୍ରୀଙ୍କ ଉନ୍ମତ୍ତକାଣ୍ଡ ଭିଡିଓ । ସାର୍ଟ ଖୋଲି ଅଫିସରେ ଶୋଇଲେ କାର୍ଯ୍ୟରତ ସରକାରୀ ଯନ୍ତ୍ରୀ । ଲୋକେ ସାର୍ଟ ପିନ୍ଧାଉ ଥିବାର ଭିଡିଓ ଭାଇରାଲ ହୋଇଛି । ଖବର ଅନୁସାରେ ବାହାନଗା ବ୍ଲକର କନିଷ୍ଠ ଯନ୍ତ୍ରୀ କିଶୋର କିଷାନଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଥିଲା । ଏମିତି କି ସବୁବେଳେ ନିଶାସକ୍ତ ରହିବା, ଫାଇଲ ହଜାଇ ଦେବା, ପ୍ରକଳ୍ପର ଅଟକଳ ମୂଲ୍ୟଠାରୁ ଅଧିକ ବିଲ କରିବା, କାର୍ଯ୍ୟାଳୟକୁ ନ ଆସିବା ଆଦିର ଅଭିଯୋଗ ବିଡିଓଙ୍କ ନଜରକୁ ଆସିଥିଲା । ପରେ ଯନ୍ତ୍ରୀ କିଶୋର କିଷାନଙ୍କୁ ପୂର୍ବରୁ ଥିବା ବିଭିନ୍ନ ପଞ୍ଚାୟତ ଦାୟିତ୍ବରୁ ହଟାଇ ଦିଆଯାଇଥିଲା । ଗତ କିଛିଦିନ ତଳେ ଯନ୍ତ୍ରୀ କିଶୋର କିଷାନ ନିଶାସକ୍ତ ଅବସ୍ଥାରେ

ଯନ୍ତ୍ରୀଙ୍କ ସେକ୍ସନରେ ସାର୍ଟ ଖୋଲି ଫୁଙ୍ଗୁଳା ହୋଇ ନିଶାରେ ମତୁଆଲା ହେବା ସହ ଉନ୍ମୁକ୍ତ କାଣ୍ଡ କରିଥିଲେ । ଯଦିଓ ଏହି ଭିଡିଓ କେଉଁ ଦିନର ସ୍ପଷ୍ଟ ହୋଇନାହିଁ, ତଥାପି ଯନ୍ତ୍ରୀଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି । ଏନେଇ ଯନ୍ତ୍ରୀ ଓ ବିଡିଓଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଆଜି ବିଶ୍ବ ହୃଦୟ ଦିବସ

0

କଟକ: ପାଳିତ ହୋଇଛି ବିଶ୍ବ ହୃଦୟ ଦିବସ । ହୃଦୟକୁ ଜାଣିବା ଓ ତାହାକୁ ଠିକ ଭାବରେ ବ୍ୟବହାର ଓ ଉପଯୋଗ କରିବା ପାଇଁ ଚଳିତ ବର୍ଷର ବିଶ୍ୱ ହୃଦୟ ଦିବସର ବିଷୟବସ୍ତୁ ଭାବରେ ରଖା ଯାଇଥିଲା l କଟକ ଶାନ୍ତି ମେମୋରିଆଲ ହସ୍ପିଟାଲ  ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ ହୋଇଛି ।  କର୍ମଚାରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ କୁଇଜ଼ ପ୍ରତିଯୋଗିତା କରାଯିବା ସହିତ ମାର୍କତନଗର ସ୍ଥିତ ହସ୍ପିଟାଲରୁ ଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା ।  ସି.ଡି.ଏ ଅଞ୍ଚଳର ମୁଖ୍ୟ ରାସ୍ତା ପରିକ୍ରମା କରି ଅଞ୍ଚଳବାସିକୁ ସଚେତନତା  ବାର୍ତ୍ତା  ଦିଆଯାଇଥିଲା । ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠୀ, ଡାକ୍ତର ଶ୍ରୀଜୟ ପଟ୍ଟନାୟକ ଡାକ୍ତର ରେଖା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଗୃହ ଆରମ୍ଭରୁ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ବର: ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଶନିବାର ମଧ୍ୟ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲ ବିଜେପି ବିଧାୟକ । ପର୍ଯ୍ୟଟନକ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉତ୍ତର ରଣଖୁଥିବା ବେଳେ ବିଜେପି ବିଧାୟୟକମାନେ ନାରାବାଜି ଦେଇଥିଲେ । ୨ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଥିଲେ ବିଜେପି ସଦସ୍ୟ । ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମହିଳାଙ୍କୁ ଅସମ୍ମାନ କରିଛି ବିଜେପି । ସ୍ବାଧୀନୋତ୍ତର ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବିଜେପି ଅଶୋଭନୀୟ ଆଚରଣର ସବୁ ସୀମା ଟପିଛି । ଯେଉଁଥି ପାଇଁ ବିଜେପିର ଦୁଇ ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗକୁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଛି । ତେବେ ବିଜେପି ବିଧାୟକଙ୍କ ଏଭଳି ଆଚରଣକୁ ସବୁ ମହଲରୁ ସମାଲୋଚନା କରାଯାଉଛି ।

ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ l ଶୁକ୍ରବାର ବିଳମ୍ବିତ ରାତି ରେ ମୋହନା ଥାନା ଏକ୍ରିକୂପା ଗ୍ରାମ ନିକଟରେ RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି l ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସ୍ ଟି ଯାନ୍ତ୍ରିକ ତ୍ରୁଟି ରାସ୍ତା କଡ଼କୁ ଖସି ପଡ଼ିଥିବା ଜଣାପଡିଛି l ବସ୍ ରେ ୩୦ରୁ ଉର୍ଦ୍ଧ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି l ଷ୍ଟିଅରିଂ ଲକ୍ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଗାଡିଚାଳକ କହିଛନ୍ତି l ମୋହନା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡିରେ ଯାତ୍ରୀ ମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଥିଲେ l

ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶନିବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ୫ଟି ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଏହାରି ପ୍ରଭାବରେ ଶନିବାରଠାରୁ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଧା ଆଦି ଜିଲ୍ଲାର କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧୦ ମିମି ବର୍ଷା ସମ୍ଭାବନା ରହିଛି। ଏହାଛଡ଼ା ଅବଶିଷ୍ଟ ‌ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷାର ବିସ୍ତୃତି ଓ ପରିମାଣ ଆସନ୍ତା ୩ ତାରିଖ ଯାଏ ଅଧିକ ରହିବ। ୧ ଓ ୨ ତାରିଖରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।