କୋରାପୁଟ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋରାପୁଟ: ଆଜିଠୁ କୋରାପୁଟ ଜିଲ୍ଲାରେ  ଗଡିବ ଲକ୍ଷ୍ମୀ ବସ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡିଆରେ ଆୟୋଜନ ହେବ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ ଟି ରୁଟରେ ୪୫ ଟି ଲକ୍ଷ୍ମୀ ବସ ଚଳା ଚଳ କରିବ ବୋଲି ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୬୬ ଟି ବସ ରାଜ୍ୟ ସରକାର ଅନୁମୋଦନ କରିଥିବା ଜଣାପଡିଛି ।  ବନ୍ଧୁଗାଁ ବ୍ଲକରେ ୪ ଗୋଟି ବସ୍ ଚଳାଚଳ କରିବାକୁ ଥିବାବେଳେ ଏସଏଚଜି ବ୍ଲକ ମହସଂଘକୁ ପରିଚାଳନା ଦାୟିତ୍ଵ ଦିଆ ଯାଇଛି । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ  ଗ୍ରାମାଞ୍ଚଳ ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବେଶ ଉପକୃତ ହେବେ ।  ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରୀ କରି ଉଚିତ ମୂଲ୍ୟ ପାଇପାରିବା ଆଶା କରାଯାଉଛି ।