ସାଉଥ୍ ଅଭିନେତାଙ୍କ ବାବଦରେ ଫେକ୍ ନ୍ୟୁଜ୍ ପବ୍ଲିସ କରି ୟୁଟ୍ୟୁବର ଗିରଫ

ହାଇଦ୍ରାବାଦ: ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡ ବିପକ୍ଷରେ ଭୁଲ୍ ଖବର ପ୍ରସାରଣ କଲେ ୟୁଟ୍ୟୁବର । ଏହି ମାମଲାରେ ଗିରଫ ହୋଇଛନ୍ତି ୟୁଟ୍ୟୁବର। ହାଇଦ୍ରାବାଦ ପୋଲିସ ଅନନ୍ତପୁରମୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୟୁଟ୍ୟୁବର ଜଣକ ହେଲେ ଭେଙ୍କଟ କିରଣ । ସେ ନିଜର ୟଟ୍ୟୁବ ଚ୍ୟାନେଲରେ ଅଭିନେତାଙ୍କ ବିପକ୍ଷରେ ଭୁଲ ଖବର ପ୍ରସାରଣ କରିଥିଲେ । ଯାହା ବିରୋଧରେ ସେ ମାମଲା କେସ୍ ଫଇଲ କରିଥିଲେ । ପୋଲିସ ଏହି ଆଧାରରେ ୟୁଟ୍ୟୁବରଙ୍କୁ ଗିରଫ କରିଛି । ଜଣେ ସହ ଅଭିନେତ୍ରୀଙ୍କ ସହ ତାଙ୍କ ନାମକୁ ଯୋଡ଼ି ଅଶ୍ଲିଳ ଖବର ପ୍ରସାରଣ କରିଥିବାବେଳେ ଏହା ବହୁଳ ମାତ୍ରାରେ ଭାଇରାଲ ହୋଇଥିଲା । ଏହାପରେ ମାମଲା ରୁଜୁ କରାଯାଇଥିଲା ।