କଳାଧନର କୁବେର ଧୀରଜ ସାହୁଙ୍କ ଘରେ ଚାଲିଛି ସୁନା ଖୋଜା

ରାଞ୍ଚି: ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜୁଛି ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚି ଘରେ ଚାଲିଛି ଦ୍ବିତୀୟ ଦିନର ରେଡ୍  । ଆୟକର ବିଭାଗର ୧୨ ଜଣିଆ ଟିମ କରୁଛନ୍ତି ଛାନଭିନ୍ । ଟିମ୍ ସାଙ୍ଗରେ ନେଇଥିବା ଜିଓ ସର୍ଭିଲାନ୍ସ ସିଷ୍ଟମରେ ତଦନ୍ତ ଜାରି ରଖିଛି  । ଏହି ଯନ୍ତ୍ର ମାଟି ତଳେ  ଥିବା ସୁନାକୁ ଠାବ କରିବ ବୋଲି ଜଣାପଡିଛି।

ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ । ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ ହେଉଛି । ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ । ପରିବାରର ତିନିଜଣ ସଦସ୍ୟ ଓ ସିଆଇଏସଫ ଯବାନଙ୍କୁ ନେଇ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚିରେ ଗତକାଲିଠୁ ପହଞ୍ଚିଛି ଆୟକର ବିଭାଗ ।