ସମ୍ବଲପୁର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଓଡିଶାର ସମ୍ବଲପୁରରେ ରହିଛି ଏକମାତ୍ର ମନ୍ଦିର, ଯେଉଁଠି ପୂଜା ପାଆନ୍ତି ମହାତ୍ମାଗାନ୍ଧୀ । ସମ୍ବଲପୁର ଭତରାରେ ଏହି ମନ୍ଦିର ରହିଥିବା ବେଳେ ଆଜି ଗାନ୍ଧୀ ଜୟନ୍ତୀ ଧୁମଧାମରେ ପାଳନ ହେଉଛି । ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୯୭୪ ମସିହାରେ ତିଆରି ହୋଇଥିବା ଏହି ଗାନ୍ଧୀ ମନ୍ଦିର ସାରା ଓଡିଶାବାସୀଙ୍କ ପାଇଁ ପାଲଟିଛି ସ୍ମୃତିପୀଠ ।
ମଣିପୁରରେ ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣାରେ ୪ ଗିରଫ
ଇମ୍ପାଲ: ମଣିପୁରରେ ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତ ଗିରଫ । ଦୋଷୀ ମାନଙ୍କୁ ଦିଆଯିବ କଡାଦଣ୍ଡ । ଫାଶୀ ଦେବା ପାଇଁ କୋର୍ଟରେ ଦ୍ବାରସ୍ଥ ହେବେ ରାଜ୍ୟ ସରକାର । ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁକୁ ମଣିପୁର ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡ଼ିଛି । ହିଂସା, ବିଦ୍ରୋହର ନିରାପଦ ଚରାଭୁଁଇ ପାଲଟିଛି ପୂରା ରାଜ୍ୟ । ଯାହାକୁ ନେଇ ୬ ମାସ ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଘୋଷଣା କକରିଛନ୍ତି ରାଜ୍ୟ ସରକାର ।
ଦୁଇ ଜଣ ବିଦ୍ୟାର୍ଥୀଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ପୂରା ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସେମାନଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ବିରୋଧରେ ନାରା ଦେଇଥିଲେ ଛାତ୍ରଛାତ୍ରୀ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବା ବେଳେ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ନାରା ଦେଇଥିଲେ ଛାତ୍ରଛାତ୍ରୀ ।
ଯାହାକୁ ନେଇ ସିବିଆଇ ତଦନ୍ତ ହୋଇଥିଲା । ଅଭିଯୁକ୍ତ ଧରାପଡ଼ିବା ପରେ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜୁଲାଇ ୬ରୁ ଦୁଇ ବିଦ୍ୟାର୍ଥୀ ନିଖୋଜ ଥିଲେ । ପୋଲିସ ତନାଘନା କରିବା ପରେ ମଧ୍ୟ ସେମାନେ ମିଳିନଥିଲେ । ପରେ ସେମାନଙ୍କର ମୃତଦେହ ସୋସିଆଲ ମିଡିଆରେ ଘୁରିବୁଲିଥିଲା ।
ମନମୋହନ ସାମଲଙ୍କୁ ବିକାଶର ପାଠ ପଢାଇଲେ ଚାନ୍ଦବାଲି ବିଧାୟକ
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଜବାବ ଦେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ବ୍ୟୋମକେଶ ରାୟ।
ମନମୋହନ ସାମଲ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ। ଚାନ୍ଦବାଲିରୁ ଧାମରା ଯିବାକୁ ପୂର୍ବରୁ ୪ ଘଣ୍ଟା ସମୟ ଲାଗୁଥିଲା। ଏବେ ମନ୍ତେଇ ବ୍ରିଜ ନିର୍ମାଣ ଯୋଗୁଁ ମାତ୍ର ୪୫ ମିନିଟ୍ ଲାଗୁଛି। ଫଳରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ଇନଲାଣ୍ଡ ୱାଟର ୱେର ଯାହା ନିୟମ ରହିଛି ସେଥିରେ ବ୍ରିଜ୍ କାମ ସମ୍ଭବ ହେଉନଥିଲା । ହେଲେ ସିଏମଓର ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ ସମ୍ଭବ ହୋଇପାରିଥିଲା।ଭଦ୍ରକାଳି ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ନେହେରୁ ଷ୍ଟାଡିୟମ ଉନ୍ନତିକରଣ ସାଙ୍ଗକୁ ସ୍ୱିମିଂ ପୁଲ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ମନ୍ଦିରର ବିକାଶ ସାଙ୍ଗକୁ ଭଦ୍ରକରେ ଚାଲୁଥିବା ଉନ୍ନତିମୂଳକ କାର୍ଯ୍ୟକୁ ଆପଣ ବିରୋଧ କରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟୋମକେଶ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ବାବଦ ପଛର ଚିନ୍ତାଧାରା ଓ ଏବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ବିସ୍ତୃତ ତଥ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । ଯଦି ଅଧିକ କିଛି ତଥ୍ୟ ଅଛି ତେବେ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ। ଯେଉଁଭଳି ବିନା ତଥ୍ୟ ପ୍ରମାଣରେ ଭିତିହୀନ ଅଭିଯୋଗ ଆଣୁଛନ୍ତି, ଲାଗୁଛି ଆପଣ ଜନତାଙ୍କ ସମସ୍ୟା ଦୂର ହେବା ଯୋଗୁଁ ଖୁସି ନାହାନ୍ତି। ଭଦ୍ରକବାସୀ ଏବଂ ଓଡିଶାବାସୀ ଖୁସିରେ ରହିଲେ ବୋଧେ ଆପଣଙ୍କୁ କଷ୍ଟ ହେଉଛି ବୋଲି ମନମୋହନ ସାମଲଙ୍କୁ କହିଛନ୍ତି ବ୍ୟୋମକେଶ ରାୟ। ମୁଖ୍ୟମନ୍ତ୍ରୀ ସେଥିପାଇଁ ସ୍ପଷ୍ଟ ଭାବେ କହିଛନ୍ତି, ଯିଏ ଜନତାଙ୍କ ବିକାଶକୁ ବିରୋଧ କରୁଛି ସେ ହେଉଛି ଜନବିରୋଧୀ । ଏଭଳି ଜନବିରୋଧୀ ନେତାଙ୍କୁ ଓଡିଶାବାସୀ ସବୁବେଳେ ଉଚିତ୍ ଜବାବ ଦିଅନ୍ତି।

