ସାଇବର ଲୁଟେରାଙ୍କ ଜାଲରେ IPS ଅଧିକାରୀ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସରଙ୍କୁ ବି ଛାଡ଼ିଲେନି ସାଇବର ଲୁଟେରା। ଅବକାରୀ କମିଶନରଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲି ଲୁଟୁଛନ୍ତି ଟଙ୍କା । ଅବକାରୀ କମିଶନର ତଥା ବରିଷ୍ଠ ଆଇପିଏସ ଅଧିକାରୀ ନରସିଂହ ଭୋଳଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲାଯାଇଛି । ଫେକ୍‌ ଫେସବୁକ୍ ଆଇଡି ଜରିଆରେ ୧ ଲକ୍ଷ ୩୫ ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା। ନରସିଂହ ଭୋଳଙ୍କ ଫେସବୁକ୍ ସାଙ୍ଗଙ୍କଠାରୁ ସାଇବର ଲୁଟେରା ଏଭଳି ଲୁଟୁଛନ୍ତି । ଏନେଇ ଫେସବୁକରେ ସୂଚନା ଦେଇଛନ୍ତି ନିଜେ ନରସିଂହ ଭୋଳ । ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।