ଛୁରି ଭୁସି ଯୁବକଙ୍କୁ ହତ୍ୟା

ରାୟଗଡ଼ା : ରାୟଗଡ଼ାରେ ଯୁବକଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗ। ରାୟଗଡ଼ା ରାଣୀଗୁଡ଼ାସ୍ଥିତ ଗୌତମ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ପ୍ରମୋଦ କୋଲାକା। ରାୟଗଡ଼ା ସହରରେ ରହୁଥିବା ଖିଲିମିଶିଗୁଡ଼ା ଗାଁର ପ୍ରମୋଦ କୋଲାକା ନିଜ ସମ୍ପର୍କୀୟ ମାମୁଁ ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିଲେ। ପ୍ରମୋଦଙ୍କୁ ଛୁରିରେ ଆକ୍ରମଣ କରିଥଲେ ୩ ଜଣ ଜଣ ଦୁର୍ବୃତ୍ତ। ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତଦେହକୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।

ଘଟଣାସ୍ଥଳରେ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ପହଞ୍ଚିଛନ୍ତି। ମୃତ ଯୁବକ ଜଣକ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଭଣଜା । ହତ୍ୟାକାଣ୍ଡର କାରଣ ଜଣା ପଡ଼ି ନାହିଁ ।