ଆଜିଠୁ ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯିବେ 5T ଅଧ୍ୟକ୍ଷ, ଉନ୍ନତି ମୂଳକ କାର୍ଯ୍ୟର କରିବେ ସମୀକ୍ଷା

1 min read

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କେତେ ହୋଇଛି ଉନ୍ନତ୍ତିମୂଳକ କାର୍ଯ୍ୟ । ଲୋକଙ୍କ ନିକଟରେ କେତେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା । ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଶନିବାରଠାରୁ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ମଧ୍ୟାହ୍ନ ଦୁଇଟା ୪୦ରେ ହିଞ୍ଜିଳିକାଟୁ ପୋଚିଲିମା ଠାରେ ଥିବା ଖାମ୍ବିୟଦୋରା ଜୁନିୟର ସାଇନ୍ସ କଲେଜରେ ପହଞ୍ଚିବେ ଫାଇଭ-ଟି ଅଧ୍ୟକ୍ଷ । ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ କାର୍ତ୍ତିକ ପାଣ୍ଡିଆନ୍ ।

ସେଠାରୁ ହିଞ୍ଜିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବେ ସେଠାରେ ମଧ୍ୟ ହିଞ୍ଜିଳି ଓ ଶେରଗଡ ବ୍ଲକର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ସେଠାରୁ ସେ ସେରଗଡ ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ କାର୍ତ୍ତିକ ପାଣ୍ଡିଆନଙ୍କ ଶେରଗଡ ବ୍ଲକରେ ଚାଷୀଙ୍କ ସହ ଆଲୋଚନା ଓ ବ୍ରହ୍ମପୁର ମାଆ ବୁଢି ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି ।