ପୁଣି ତେଜିଲା ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପୁଣି ତେଜିଲା । ଦକ୍ଷିଣ ଗାଜାରେ ଜାତିସଂଘ ଦ୍ବାରା ପରିଚାଳିତ ସ୍କୁଲ ଏବଂ ରେସିଡେନ୍ସ ଏରିଆରେ ରକେଟ ମାଡ଼ କରିଛି ଇସ୍ରାଏଲ । ଏଭଳି ଆକ୍ରମଣ ଯୋଗୁଁ ଟେଲିକମ୍ୟୁନିକେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି  । ଯୋଗାଯୋଗ ବ୍ୟାହତ ଯୋଗୁଁ ରେସକ୍ୟୁ ମିଶନରେ ବାଧା ସୃଷ୍ଟି ହୋଇଛି । ଏହି ଯୁଦ୍ଧ ଆରମ୍ଭ ହେବାଠାରୁ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲର ୪୫୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସେପଟେ ୬୦ ଘଣ୍ଟା ଧରି ଜେନିନରେ ଚାଲିଥିବା ଅପରେସନର ଅନ୍ତ ହୋଇଛି । ଇସ୍ରାଏଲର ଏହି ଅପରେସନରେ ୧୧ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇଛି । ଗାଜା ଓ ଇଜିପ୍ଟ ସୀମା ନିକଟରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଆକ୍ରମଣରେ ଏକାଧିକ ଫଟୋ ସାମ୍ବାଦିକ ଗୁରୁତର ହୋଇଛନ୍ତି ।