spot_img
Home Blog Page 2686

ଖୋଲିଲା NRI କୋଟାରେ ଆଡମିଶନ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଅପରେସନ NRI ଆଡମିଶନ ସ୍କାମ୍ । ପଇସା ବାଲା ପିଲାଙ୍କୁ ଆଡମିଶନ ଅଫର । ନାମୀଦାମୀ ଶିକ୍ଷାନୁ୍ଷ୍ଠାନରେ ଏଣ୍ଟ୍ରିର ସୁଯୋଗ । ଆଶାୟୀଙ୍କୁ ମ୍ୟାନେଜମେଣ୍ଟ ଓ ଏନଆରଆଇ କୋଟାର ଥୋପ । ରାଜଧାନୀରେ ଠକ ଖୋଲିଥିଲେ ସଂସ୍ଥା । ଅଭିନନ୍ଦନ ବାରିକ ଓ ରାଜେଶ୍ ରୋସନ ସାହୁ । ଜଣେ ଡିପ୍ଲୋମା ଓ ଅନ୍ୟ ଜଣେ ବି-ଟେକ୍ ପାସ ଆଉଟ୍ । ଦୁଇ ଜଣ ଭୁବନେଶ୍ବର ନୟାପଲ୍ଲୀରେ ୮ ବର୍ଷ ହେଲା ଖୋଲିଥିଲେ ଡିଏଫ ଆକାଡେମୀ । ଏମବିବିଏସ, ବି-ଟେକ, ଫାର୍ମା, ଏମବିଏ, ନର୍ସି, ଲ’ ଆଡମିଶନ ପାଇଁ ପ୍ରମୁଖ ବିଶ୍ବବିଦ୍ୟାଳୟରେ ସିଟ୍ କରାଇଦେବାକୁ ଦେଉଥିଲେ ଅଫର । ଏଥିପାଇଁ ନେଉଥିଲା ମୋଟା ଅଙ୍କର ଟଙ୍କା । ଝାରୁସୁଗୁଡାର ଜଣଙ୍କୁ ଠାରୁ ଦାମୀ ବିଶ୍ବବିଦ୍ୟଳୟରେ ମେଡିକାଲ ସିଟ୍ ପାଇଁ ଆଡମିଶନ କରାଇ ଦେବାକୁ କହି ନେଇଥିଲେ ୩ ଲକ୍ଷ ଟଙ୍କା । ମ୍ୟାନେଜମେଣ୍ଟ କୋଟାରେ ଆଡମିଶନ ପରେ ଜାତୀୟ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଟଙ୍କା ଫେରିଥାଏ । ହେଲେ ଅଭିଯୋଗକାରୀକୁ ଟଙ୍କା ନ ମିଳବା ପରେ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ରାକେଟର ଖୋଲିଛି ଗୁମର ।

ଏନଆରଆଇ କୋଟା କ’ଣ ? କେମିତି ଠକ କରୁଥିଲେ ଠକେଇ ? ବିଦେଶରେ ରହୁଥିବା ଲୋକମାନଙ୍କ ଆଡମିଶନ ପାଇଁ ଅନେକ ଶିକ୍ଷାନୁଷ୍ଠାନରେ ଏନଆରଆଇ କୋଟା ରହିଥାଏ । ସେହି ସବୁ କୋଟା ସିଟକୁ ଆଶାୟୀକୁ ସୁବିଧାରେ କରାଇ ଦେବାକୁ କହି ମୋଟା ଅଙ୍କରେ ଟଙ୍କା ନେଉଥିଲେ । ଏନଆରଆଇ ସହିତ ପରିଚିତ ନଥାଇ ବି ଜାଲ କାଗଜପତ୍ର କରି ଆଡମିଶନ କରାଉଥିବା ପୋଲିସ ସନ୍ଦେହ କରିଛି । ତଦନ୍ତ ବେଳେ ଦୁଇ ଜଣ ଠକଙ୍କ ନାମରେ ଏବେଶୁ୍ଦ୍ଧା ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ପୋଲିସ ସୂଚନା ପାଇଛି । ଦୁଇ ଜଣଙ୍କ ରାକେଟରେ ଏକାଧିକ ଲୋକ କାମ କରୁଥିବା ଜଣାପଡିଛି । ଏପରିକି ପ୍ରତି ଜିଲ୍ଲାରେ ଏହି ଗ୍ୟାଙ୍ଗ ଏଜେଣ୍ଟ ରଖିଥିବା ପୋଲିସ ଜାଣିବାକୁ ପାଇଛି । ଦୁଇ ଜଣଙ୍କ ଠାରୁ ୨ଟି ଦାମୀ କାର, ୨ଟି ଲ୍ୟାପଟପ୍, ୩ ଟି ଟଙ୍କା ଗଣା ମେସିନ, ୪ ଲକ୍ଷ ୫୦ ହଜାର ଟଙ୍କା, ବ୍ରୋଚର, ହ୍ବାଟସଅପ ଚାର୍ଟ ଓ ମୋବାଇଲ ଜବତ ହୋଇଛି । ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଆଡମିଶନ ନାଁରେ ଚାଲିଥିବା ସ୍କାମ ସିଣ୍ଡିକେଟ ଗୁମର ଖୋଲିବା ପାଇଁ ରିମାଣ୍ଡରେ ଆଣିବ ପୋଲିସ ।

ବଦଳୁଛି ଡ୍ରଗ୍ସ ମାଫିଆଙ୍କ ନିଶା ଚାଲାଣର ତରିକା, ଛାତ୍ର ବେଶରେ ଆସି କରୁଛନ୍ତି ନିଶା କାରବାର

ଭୁବନେଶ୍ୱର: ବଦଳୁଛି ଡ୍ରଗ୍ସ ମାଫିଆଙ୍କ ଡ୍ରଗ୍ସ ଚାଲାଣ ତରିକା । ଛାତ୍ର ବେଶରେ ପଛରେ ବ୍ୟାଗ୍‌ ପକାଇ ଆସୁଛନ୍ତି, ଡ୍ରଗ୍ସ ନେଇଯାଉଛନ୍ତି । ୧ କୋଟି ଟଙ୍କାର ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏହା ପରେ ଡ୍ରଗ୍ସ ଚାଲାଣର ନୂଆ ତରିକାର ତଥ୍ୟ STF ସାମ୍ନାକୁ ଆସିଛି । ଗିରଫ ଦୁଇ ଜଣ ହେଲେ ପିପିଲିର ଲିପୁନ ପାଣ୍ଡେ ଓ ଖୋର୍ଦ୍ଧା ଶରଧାପୁରର ସେକ୍‌ ଆବାସ । ଉଭୟ ପିପିଲି ଟୋଲ ଗେଟ୍ ପାଖରେ ବାଇକ୍ ଧରି ଡିଲ୍‌ ପାଇଁ ଛିଡା ହୋଇଥିଲେ । ଖବର ପାଇ STF ମାଡିବସିଥିଲା । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ସେକ୍‌ ଆବାସ ଫାର୍ମାସିଷ୍ଟ ହୋଇଥିବା ବେଳେ ଲିପୁନ ଗ୍ୟାରେଜ ମିସ୍ତ୍ରୀ । ୨୦୨୦ରୁ ଏବେ ସୁଦ୍ଧା STF ୭୩ କେଜି ବ୍ରାଉନସୁଗର ଜବତ କରିଥିବା ବେଳେ ୧୭୪ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ।

୧୯୪୫ ସେପ୍ଟେମ୍ବର ୨ରେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ, କେତେ ଭୟଙ୍କର ଥିଲା ଆସନ୍ତୁ ଜାଣିବା…

ନନ୍ଦିଘୋଷ ବ୍ୟୁରୋ : ଆଜକୁ ୭୮ ବର୍ଷ ପୂର୍ବେ ଅର୍ଥାତ୍ ୨ ସେପ୍ଟେମ୍ବର ୧୯୪୫ ରେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏହା ବିଶ୍ୱ ଇତିହାସରେ ସବୁଠାରୁ ଲମ୍ବା ଯୁଦ୍ଧ ଥିଲା | ଯେଉଁଥିରେ କୋଟି କୋଟି ଜୀବନ ନଷ୍ଟ ହୋଇଯାଇଥିଲା । ସୈନିକ କିମ୍ବା ସାଧାରଣ ଲୋକ, ସମସ୍ତଙ୍କର ମୃତ୍ୟୁ ହୋଇଥିଲା | ସମଗ୍ର ବିଶ୍ୱ ଦୁଇଟି ଭାଗରେ ବିଭକ୍ତ ହେଲା | ସହଯୋଗୀମାନେ ଫ୍ରାନ୍ସ, ଗ୍ରେଟ୍ ବ୍ରିଟେନ, ଆମେରିକା, ସୋଭିଏତ୍ ୟୁନିଅନ୍ ଏବଂ ଚୀନ୍ ସହ ଅନ୍ତର୍ଭୁକ୍ତ ଥିଲେ। ଦ୍ୱିତୀୟ ଗୋଷ୍ଠୀ ଥିଲା ଜର୍ମାନୀ, ଇଟାଲୀ ଏବଂ ଜାପାନ | କହିବାକୁ ଗଲେ କେବଳ ଏହି ଦେଶଗୁଡ଼ିକ ଆଗରେ ଥିଲେ, କିନ୍ତୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ଯୁଦ୍ଧ ହୋଇଥିଲା। ସୈନିକମାନେ ଜଳ, ସ୍ଥଳ ଏବଂ ଆକାଶରେ ପରସ୍ପର ସହିତ ଯୁଦ୍ଧ କରିଥିଲେ | ଏହି ଯୁଦ୍ଧରେ ଭାରତ ସିଧାସଳଖ ଜଡିତ ହୋଇନଥାଇପାରେ କିନ୍ତୁ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତ ସେତେବେଳେ ବ୍ରିଟେନ ତରଫରୁ ଯୁଦ୍ଧ କରୁଥିଲା । ସହଯୋଗୀ ରାଷ୍ଟ୍ରର ସୈନ୍ୟବାହିନୀଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତୀୟ ସୈନିକମାନଙ୍କ ସାହସିକତାକୁ ଅଭିବାଦନ ଜଣାଇଥିଲେ। ତାଙ୍କର ଅବଦାନକୁ ପ୍ରଶଂସା କରାଯାଇଥିଲା |World War II: Summary, Combatants & Facts | HISTORY

ଏହି ଯୁଦ୍ଧ ଦ୍ୱାରା ୭୦ରୁ ଅଧିକ ଦେଶ ସିଧାସଳଖ ପ୍ରଭାବିତ ହୋଇଥିଲେ। ୧୦ କୋଟିରୁ ଅଧିକ ସୈନିକ ଏଥିରେ ଭାଗ ନେଇଥିଲେ।  ଜାପାନର ହିରୋସିମା ଏବଂ ନାଗାସାକି ଉପରେ ୬ ଅଗଷ୍ଟ ଏବଂ ୯ ଅଗଷ୍ଟ ୧୯୪୫ ରେ ପରମାଣୁ ଆକ୍ରମଣ ହୋଇଥିଲା । ବହୁ ଆହତ ହେବା ପରେ ଯୁଦ୍ଧ ଧୀରେ ଧୀରେ ଏହାର ଶେଷ ଆଡକୁ ଗଲା ଏବଂ ସେପ୍ଟେମ୍ବର ୨ ରେ ଆନୁଷ୍ଠାନିକ ଭାବ ଶେଷ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆନୁଷ୍ଠାନିକ ଭାବରେ ୧୯୩୯ ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିଲା । ଜୁଲାଇ ୧୯୩୭ ରେ, ମାର୍କୋ ପୋଲୋ ବ୍ରିଜ ଘଟଣାରେ ଜାପାନ ଚୀନ୍ ଉପରେ ଆକ୍ରମଣ କରି ବେଜିଂକୁ କାବୁ କରିଥିଲା । ସୋଭିଏତ୍ ୟୁନିଅନ୍ ମଧ୍ୟ ଚାଇନାକୁ ସାହାଯ୍ୟ କରିଥିଲା । ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଇ ଦିଆଯାଉଥିଲା କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା । ଚୀନ୍ ସେନା ମଧ୍ୟ ତିନି ମାସ ମଧ୍ୟରେ ସାଂଘାଇକୁ ହରାଇଲା। ଜାପାନୀ ସୈନିକମାନେ ଚୀନ୍ ସେନାକୁ ପଛକୁ ଠେଲିଥିଲେ। ନାନକିଙ୍ଗକୁ କାବୁ କରିବା ପରେ ଜାପାନ ସେନା ଲକ୍ଷ ଲକ୍ଷ ଚାଇନାର ଅସ୍ତ୍ରଶସ୍ତ୍ର ସୈନିକ ଏବଂ ସାଧାରଣ ନାଗରିକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା। ଚୀନ୍-ଜାପାନ ମୁହାଁମୁହିଁ ହୋଇଥିଲେ, ଏହି ସମୟରେ ଜର୍ମାନୀ ୟୁରୋପରେ ନିଜର ସାମ୍ରାଜ୍ୟ ବିସ୍ତାର କରିବାର ଉଦ୍ଦେଶ୍ୟରେ ସେପ୍ଟେମ୍ବର ୧, 1୧୯୩୯ରେ ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା । ଏହାର ପରେ ଫ୍ରାନ୍ସ ଜର୍ମାନୀ ଉପରେ ଆକ୍ରମଣ ଘୋଷଣା କରିଥିଲା । ଇଂଲଣ୍ଡ ଏବଂ ଅନ୍ୟାନ୍ୟ କମନୱେଲଥ ଦେଶ ଫ୍ରାନ୍ସକୁ ସମର୍ଥନ କରିଥିଲେ, ଅନେକ ବିରୋଧ ମଧ୍ୟ କରିଥିଲେ । ଯୁଦ୍ଧରେ ଜର୍ମାନୀ ୧୯୩୯ ରୁ ୧୯୪୧ ମଧ୍ୟରେ ୟୁରୋପର ଏକ ବଡ଼ ଅଂଶ ଦଖଲ କଲା | ସେତେବେଳେ ଫ୍ରାନ୍ସ ହାରିଗଲା, ଗ୍ରେଟ୍ ବ୍ରିଟେନ ଏବଂ କମନୱେଲଥ୍ ଦେଶଗୁଡିକ ଆକ୍ସିସ୍ ଶକ୍ତି ସହିତ ଯୁଦ୍ଧ କରୁଥିଲେ। ଏହିପରି, ଆଫ୍ରିକା ଠାରୁ ଆଟଲାଣ୍ଟିକ୍ ଏବଂ ଆମେରିକା ପର୍ଯ୍ୟନ୍ତ ଯୁଦ୍ଧ ଆରମ୍ଭ ହୋଇଥିଲା | ଯୁଦ୍ଧରେ ଜର୍ମାନ ଗୋଷ୍ଠୀ ପକ୍ଷରୁ ଲଢିବା ପାଇଁ ଜାପାନ ମଧ୍ୟ ଏହି ଅଞ୍ଚଳରେ ପହଞ୍ଚିଥିଲା । ଯୁଦ୍ଧ କଦାପି କିଛି ଦିଏ ନାହିଁ, ଏହି ଯୁଦ୍ଧରେ ମଧ୍ୟ କିଛି ମିଳିଲା ନାହିଁ | କେବଳ ହିଁ କେବଳ ସମସ୍ତେ ବିନାଶର ବିଭିସିକାକୁ ଦେଖିଲେ |Did the United States continue to sell military equipment to the Allies  even after they joined the war in World War Two? - Quora

ଭାରତ ସେତେବେଳେ ବ୍ରିଟେନର ଏକ ଅଂଶ ଥିଲା ଏବଂ ଭାରତରେ ଥିବା ସେନା ବ୍ରିଟେନର ଆଦେଶରେ ଲଢେଇକରୁଥିଲେ । କିନ୍ତୁ ସମସ୍ତ ରାଷ୍ଟ୍ର ଭାରତର ଅବଦାନକୁ ପ୍ରଶଂସା କରିଥିଲେ । ବ୍ରିଟିଶ ରାଜା ପ୍ରଥମେ ଯୁଦ୍ଧକୁ ଦୁଇ ଲକ୍ଷ ସୈନିକ ପଠାଇଥିଲେ ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ ଥିଲେ। ଯୁଦ୍ଧ ଅାଗକୁ ବଢିଥିବା ବେଳେ ଭାରତୀୟ ସୈନିକମାନଙ୍କର ଭୂମିକା ଏବଂ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା । ଏହି ଯୁଦ୍ଧରେ ବହୁ ସଂଖ୍ୟକ ଭାରତୀୟ ସୈନିକ ସହଯୋଗୀ ସୈନ୍ୟବାହିନୀରେ ରହିଥିଲେ। ଯେତେବେଳେ ଯୁଦ୍ଧ ଶିଖରରେ ପହଞ୍ଚିଲା, ସାରା ବିଶ୍ୱରେ ୨.୫ ମିଲିୟନରୁ ଅଧିକ ଭାରତୀୟ ସୈନିକ ଯୁଦ୍ଧ କରୁଥିଲେ | ସରକାରୀ ଭାବେ ୮୭ ହଜାରରୁ ଅଧିକ ସୈନିକ ନିହତ ହୋଇଥିଲେ। ଅନେକ ମଧ୍ୟ ନିଖୋଜ ହୋଇଯାଇଥିଲେ। ସେତେବେଳେ ଭାରତୀୟ ସେନାର ମୁଖ୍ୟ ଫିଲ୍ଡ ମାର୍ଶଲ ସାର୍ କ୍ଲୋଡ୍ ଆଚିନ୍ଲେକ୍ କହିଥିଲେ ଯେ ଭାରତୀୟ ସେନା ବିନା ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜିତିବା ଅସମ୍ଭବ।

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି, ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କୁ ସରକାର ଦେବେ ଜମିପଟ୍ଟା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ 5T ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ 5T ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର । ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡା – ଏହି ୫ଟି ଗାଁରେ  ପଟ୍ଟା ବଣ୍ଟନ ଆରମ୍ଭ ହେବ ।

ଗଞ୍ଜାମ ଜିଲ୍ଲାକୁ ଗତ ଅଗଷ୍ଟ ୨୬ ତାରିଖରେ 5T ସଚିବ ଗସ୍ତ କରିଥିଲେ। ସେଠାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ମାତ୍ର ୫ ଦିନରେ ଜମି ସମସ୍ୟାର ସମାଧାନ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକର ୧୭ଟି ଗ୍ରାମର   ୮୮୩ ଜଣ ଲୋକଙ୍କୁ ଘରଡିହ ପଟ୍ଟା ଦିଆଯିବ ଏବଂ ୨୦୨୩ ସେପ୍ଟେମ୍ବର ୨୨ ସୁଦ୍ଧା ସମସ୍ତ ପଟ୍ଟାବଣ୍ଟନ ପ୍ରକ୍ରିୟା ଶେଷ ହେବ । ସେହିପରି ୧୬୮ ଜଣ ଲୋକଙ୍କୁ ଚାଷଜମି ପାଇଁ ପଟ୍ଟା ଦିଆଯିବ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର ପହିଲାରୁ ଆରମ୍ଭ ହେବ।

5T ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ ନିମନ୍ତେ ସମୟ ବଦ୍ଧ   ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ସେପ୍ଟେମ୍ବର ମଧ୍ଯ ଭାଗରେ  ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ।

ରାଜଧାନୀରେ ପୁଣି ମାତିଲେ ଲୁଟେରା, ସୁନା ଦୋକନରୁ ସଟର ତାଡ଼ି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ସୁନା ଦୋକନରୁ ସଟର ତାଡ଼ି ଲୁଟ। ଇନ୍ଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି । ଦୋକାନର ସଟର ତଡିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବାଉଁଶରେ ବୁଲାଇ ଦେଇଥିଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ସିସିଟିଭିରେ କଏଦ ହୋଇଛି ଘଟଣା । ଇନ୍ଫୋସିଟି ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୋକାନରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ଟିମ୍‌ । ଶାବଳରେ ସଟର ତାଡ଼ିଛନ୍ତି ଏକାଧିକ ଲୁଟେରା । ସମସ୍ତ ଲୁଟେରା ପେଷାଦାର ଥିବା ପୋଲିସ ସନ୍ଦେହ କରୁଛି ।

ସୁନା ଦୋକାନ ପାଖରେ ଥିବା ବ୍ୟାଙ୍କର ସିସିଟିଭି ସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନବିନ୍ କରୁଛି । ଦୋକାନ ଭିତରେ ଲକର ଥିଲା । ଲକର ଭାଙ୍ଗି ବାକୁ ଉଦ୍ୟମ କରି ବିଫଳ ହୋଇଛି । କ୍ୟାସ କାଉଣ୍ଟର ଭାଙ୍ଗି ୧୫ ହଜାର ଟଙ୍କା ନେଇଛନ୍ତି ଲୁଟେରା। ସୁନା ଦୋକାନ ସୋକେଶରେ ଇମିଟେସନ ଥିଲା। ସେଥିରେ ହାତ ମାରିନାହାନ୍ତି ଲୁଟେରା ।

ପ୍ରବଳ ବର୍ଷାରେ ନୟାନ୍ତ ଟୁଇନ ସିଟି, ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ତିନି ଘଣ୍ଟା ପାଇଁ ଆଲର୍ଟ

ଭୁବନେଶ୍ୱର: ଆକାଶରୁ ଖସୁଛି ବଜ୍ର । ଟ୍ୱିନ୍ ସିଟିରେ ଭୟଙ୍କର ବଜ୍ରପାତ । ୨୧ ମିନିଟରେ ୬ ହଜାର ୯୦୬ ଥର ମାରିଲା ବିଜୁଳି ଘଡ଼ଘଡ଼ି । ମୁସଳ ବର୍ଷାରେ ବେହାଲ ରାଜଧାନୀ । ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । ଯାତାୟତ ଠପ୍ । ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର ବୁଡି ଯାଇଥିବା ଦେଖିବାକୁ ମିଳିଛି ।

୫୩୮ କୋଟି ଟଙ୍କାର କାନାରା ବ୍ଯାଙ୍କ ଜାଲିଆତି ମାମଲା, ଜେଟ ଏୟାରଓ୍ବେଜ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ

ନୂଆଦିଲ୍ଲୀ: ୫୩୮ କୋଟି ଟଙ୍କାର କାନାରା ବ୍ଯାଙ୍କ ଜାଲିଆତି ମାମଲା । ଜେଟ ଏୟାରଓ୍ବେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅନୁସାରେ ଗୋୟଲଙ୍କୁ ହେପାଜତକୁ ନେଇଛି ଇଡି । ପିଏମଏଲଏ କୋର୍ଟରେ ୭୪ ବର୍ଷ ବୟସ୍କ ଗୋୟଲଙ୍କୁ ରିମାଣ୍ଡରେ ଆବେଦନ କରିବ ଇଡି । କାନାରା ବ୍ଯାଙ୍କରେ ୫୩୮ କୋଟି ଟଙ୍କା ଜାଲିଆତି କରିବା ଅଭିଯୋଗରେ ନରେଶ, ତାଙ୍କ ପତ୍ନୀ ଅନୀତା ଓ କେତେକ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରିଥିଲା ସିବିଆଇ । ବ୍ଯାଙ୍କର ଅଭିଯୋଗ କ୍ରମେ ସିବିଆଇ ପକ୍ଷରୁ ଏଫଆଇଆର ରୁଜୁ ହୋଇଥିଲା । ଜେଟ ଏୟାରଓ୍ବେଜ ଇଣ୍ଡିଆ ଲିମିଟେଡକୁ ୮୪୮ କୋଟି ୮୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୫୩୮ କୋଟି ଟଙ୍କା ବକେୟା ଥିବା ସୂଚନା ମିଳିଥିଲା । ଜେଟ ଏୟାରଓ୍ବେଜର ଆକାଉଣ୍ଟକୁ ଗତ ଜୁଲାଇ ୨୦୨୧ରେ ଜାଲ୍ ବୋଲି ଘୋଷଣା କରାଯାଇଥିଲା ।

ଜି-୨୦ ସମ୍ମିଳନୀ: ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି । ସେପ୍ଟେମ୍ବର ୭ ତାରିଖରେ ବାଇଡେନ ଦିଲ୍ଲୀରେ ପହଞ୍ଚି ତା ପର ଦିନ ଅର୍ଥାତ ୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ।

ସେପ୍ଟେମ୍ବର ୯ ଏବଂ ୧୦ରେ ନୂଆଦିଲ୍ଲୀରେ ବସିବ ଜି-୨୦ ଶିଖର ସମ୍ମିଳନୀ ବୈଠକ । ଏହି ଶିଖର ସମ୍ମିଳନୀର ଭାରତ ନେତୃତ୍ବ ନେଉଛି । ଏହି ଅବସରରେ ୟୁକ୍ରେନ-ଋଷ ଯୁଦ୍ଧ ଫଳରେ ଅର୍ଥନୈତିକ ତଥା ସାମାଜିକ ପ୍ରଭାବକୁ କିପରି ହ୍ରାସ କରାଯାଇ ପାରିବ ସେ ନେଇ ସମ୍ମିଳନୀରେ ମତ ରଖିବେ ବାଇଡେନ । ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜର ସମାଧାନ ସହିତ ଦାରିଦ୍ର୍ୟର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କର କ୍ଷମତା ବୃଦ୍ଧି କରାଯାଇ ପାରିବ ସେ ଉପରେ ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି ।

ବିଶ୍ବର ବହୁ ପ୍ରଭାବଶାଳୀ ନେତା ଯୋଗଦେଉଥିବାରୁ ଦିଲ୍ଲୀ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି । ତେବେ ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ସବୁଠୁ କଡା । ବାଇଡେନଙ୍କ ଲ୍ୟାଣ୍ଡିଂ ପୂର୍ବରୁ ଏୟାର ସ୍ପେଶକୁ ବନ୍ଦ କରିଦିଆଯିବ । ଯେପର୍ଯ୍ୟନ୍ତ ବାଇଡେନଙ୍କ କାରକେଡ ହୋଟେଲ ଯାଏଁ ନପହଞ୍ଚିଛି ସେଯାଏଁ ଏୟାର ସ୍ପେଶ ବନ୍ଦ ରହିବ । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ୪ ରନୱେ ମଧ୍ୟରୁ କୌଣସି ଗୋଟିଏକୁ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଏୟାର ଫୋର୍ସ ୱାନ ବ୍ୟବହାର କରିବ । ଏଥିରୁ ଗୋଟିଏ ବିକଳ୍ପ ବାଛିବାକୁ ପାଇଲଟକୁ କ୍ଷମତା ଦିଆଯାଇଛି ।

ବାଇଡେନଙ୍କ ବିମାନ ଲ୍ୟାଣ୍ଡ କଲାପରେ ତା ପୂର୍ବରୁ କିମ୍ବା ପରେ ଆଉ ଏକ ସମାନ ମଡେଲର ବିମାନ ମଧ୍ୟ ଲ୍ୟାଣ୍ଡ କରିବ । କାରଣ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ନେକ୍ସଟ ଲେଭେଲରେ କରାଯାଇଥାଏ । କେଉଁ ବିମାନରେ ରାଷ୍ଟ୍ରପତି ଆସୁଛନ୍ତି କାହାରିକୁ ମାଲୁମ ନଥାଏ । ଲ୍ୟାଣ୍ଡିଂ ପରେ ବିମାନରୁ ବାହାରିବା ଯାଏଁ ପ୍ରକ୍ରିୟା ୨୦ ମିନିଟ ଧରି ଚାଲିଥାଏ । ଜି-୨୦ ପାଇଁ ଦିଲ୍ଲୀରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହେବେ । ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀରେ ସମସ୍ତ ଆର୍ଥିକ ଅନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ।

ଅଭାବୀ ପରିବାର ପାଇଁ ବରଦାନ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ” କାର୍ଡ

କେନ୍ଦ୍ରାପଡ଼ା : ତିନୋଟି କନ୍ୟା ସନ୍ତାନକୁ ଏକକାଳୀନ ଜନ୍ମଦେଲେ ମହିଳା । ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକରଣ ହୋଇଥିବା ଏହି ତିନି ଜଣ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜନୈକ ମହିଳା, କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ରାକେଶ ରୋଶନ ଦାସଙ୍କ ପତ୍ନୀ ସରୋଜିନୀ ଦାସଙ୍କର ଗତ ବୁଧବାର ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସରୋଜିନୀଙ୍କର ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିଲା। ପରେ ପରିବାର ଲୋକେ ସହର ଉପକଣ୍ଠ ଶ୍ରୀରାମ ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲରେ ସରୋଜିନୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଅଲ୍ଟ୍ରାସାଉଣ୍ଡ ସମୟରେ ସରୋଜିନୀଙ୍କ ଗର୍ଭରେ ତିନୋଟି ସନ୍ତାନ ଥିବା ଓ ପ୍ରଥମ ସନ୍ତାନଟି ସାମାନ୍ୟ ତେରଛା (Converse) ସ୍ଥିତିରେ ଥିବା ଦେଖି ଡାକ୍ତର ସଙ୍ଗେସଙ୍ଗେ ପିଲାଟିକୁ ଅସ୍ତ୍ରୋପଚାର କରି ବାହାର କରିଥିଲେ। ଅନ୍ୟ ଦୁଇଟି ଶିଶୁଙ୍କୁ ମଧ୍ୟ ଅନୁରୂପ ଭାବେ ଅସ୍ତ୍ରୋପଚାରରେ ବାହାର କରାଯାଇଥିବା ବେଳେ ଏବେ ତିନୋଟି ସନ୍ତାନ ଓ ମା ସରୋଜିନୀଙ୍କ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ଏହି ଅସ୍ତ୍ରୋପଚାର ଓ ଶିଶୁକନ୍ୟାଙ୍କ ଜନ୍ମ ପାଇଁ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବା କହିଛନ୍ତି ପରିବାର ଲୋକେ । ମୁଖ୍ୟମନ୍ତ୍ରୀଙ୍କ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ” କାର୍ଡ ହିଁ ଏହି ଅଭାବୀ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା କହିଛନ୍ତି ପରିବାର ଲୋକେ। ତେବେ ତିନୋଟି କନ୍ୟା ସନ୍ତାନ ଜନ୍ମରେ ପରିବାର ଲୋକେ ଖୁସି ଅଛନ୍ତି । ଶିଶୁ କନ୍ୟା ମାନଙ୍କର ନାମକରଣ ଗଙ୍ଗା, ଯମୁନା ଓ ସରସ୍ୱତୀ ଦିଆଯାଇଥିବା ସୂଚନା ଦେଇଛନ୍ତି ସରୋଜିନୀଙ୍କ ଶାଶୁ। ତେବେ ଏଭଳି ତିନୋଟି ଶିଶୁ ଜନ୍ମ ସମ୍ପର୍କରେ ଡାକ୍ତର ଅଧିକ ସୂଚନା ଦେଇ ଏଭଳି ଗର୍ଭଧାରଣ ବେଳେବେଳେ ଉଭୟ ମା ଓ ଶିଶୁଙ୍କ ପାଇଁ ବିପଦଜନକ ହୋଇଥାଏ ଏବଂ ବିଳମ୍ବରେ ବିବାହ ସହ ମାତୃତ୍ୱ ପାଇଁ ଗର୍ଭଧାରଣ ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରୋପଚାର ଏକମାତ୍ର ବାଟ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଜଣେ ମହିଳାଙ୍କ ପେଟରୁ ୫ କିଲୋରୁ ଉର୍ଦ୍ଧ୍ବ ଟ୍ୟୁମର ବାହାର କରି ରେକର୍ଡ କରିଥିବା ଶ୍ରୀରାମ ହସ୍ପିଟାଲରେ ପୁନଃ ଏହି ଟ୍ରିପଲେଟ ଶିଶୁ କନ୍ୟା ଜନ୍ମ ହେବା ଏକ ସଫଳତା ବୋଲି ବିବେଚନା କରାଯାଇଛି ।

ଲଖାନୀ ଗାର୍ମେଣ୍ଟସର ୨୦ ଲକ୍ଷରୁ ଉର୍ଦ୍ଧ ଅବୈଧ ପୋଷାକ ଜବତ

ବଲାଙ୍ଗୀର : ଅସଲି ବ୍ରାଣ୍ଡରେ ନକଲି ପୋଷାକ ବିକ୍ରି ମାମଲା । ସାମ୍ନାକୁ ଆସିଛି ଟିକସ ଫାଙ୍କବାରର ବଡ଼ ଚିତ୍ର । ବଲାଙ୍ଗୀର ନକଲି ପୋଷାକ ବିକ୍ରି କରୁଥିବା ଲଖାନୀ ଗାର୍ମେଣ୍ଟସର ଖଲିଆପାଲି ଗୋଦାମରେ ରେଡ କରି  ୨୦ ଲକ୍ଷ ୪୨ହଜାର ୯୧୦ଟଙ୍କାର ଅବୈଧ ପୋଷାକକୁ ଜବତ କରିଛି ବଲାଙ୍ଗୀର ଜିଏସଟିର ଏନଫୋର୍ସମେଣ୍ଟ ସ୍ବାର୍ଡ । ଏତେ ମୂଲ୍ୟର ପୋଷାକ ଲଖାନୀ ବିକ୍ରି ପାଇଁ ଆଣଥିଲେ ବି ସେଗୁଡିକର କୌଣସି ବୈଧ ବିଲ କରିନଥିଲା । ଏତେ ମୂଲ୍ୟର ବିଲନଥିବା ପୋଷାକ ଉପରେ ୨ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଜିଏସଟି । ତିନିଦିନ ଭିତରେ ଜରିମାନା ରାଶି ଦାଖଲ କରିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଖଲିଆପାଲିର ଏହି ଗୋଦାମକୁ କୋଲକାତାର ହାଟରୁ ପୋଷାକ ଆଣୁଥିଲା ଲଖାନି ଗ୍ରୁପ । ଏଠାରେ ତାକୁ ନୂଆ ଢ଼ଙ୍ଗରେ ପ୍ୟାକିଂ କରି ନିଜ ଆଉଟଲେଟକୁ ବିକ୍ରି ପାଇଁ ପଠାଉଥିଲା ।Wholesale shop Balangir Lakhani mob-9777552449 DRC MEDIA 2021 - YouTube

ବୁଧବାର ନାମୀଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଲଖାନୀ ନ୍ୟୁ ଗାରମେଣ୍ଟସ ନକଲି ପୋଷକ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ମୁଖ୍ୟତଃ ଲିଭାଇସ, ଆର୍ମର ଓ କାଲଭିନ କମ୍ପାନୀର ନକଲି ପୋଷାକ ଠାବ ହୋଇଥିଲା । ଏହାପରେ ଲଖାନୀ ଗାର୍ମେଣ୍ଟସର ବିଭିନ୍ନ ଗୋଦାମରେ ଚଢ଼ାଉ କରିଥିଲା ପୋଲିସ । ଆଉ ଧିରେ ଧିରେ ଆର୍ଥିକ ଅନିୟମିତତା ସୁରାଗ ମିଳିଥିଲା । ଏଣୁ ଜିଏସଟି ତଦନ୍ତ ପାଇଁ ସୁପାରିସ କରିଥିଲା ବଲାଙ୍ଗୀର ପୋଲିସ । ଆଉ ଜିଏସଟି ଟିମର ତଦନ୍ତ ପରେ ଜଣାପିଛି ୨୦ଲକ୍ଷରୁ ଅଧିକ ମୂଲ୍ୟର ପୋଷାକ କିଣାବିକାରେ ବିଲ ନକରି ଟିକସ ଫାଙ୍କିଛି ଲଖାନୀ ଗ୍ରୁପ । ସେପଟେ ଏହି ପୁରା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି  ଲଖାନୀ ଗ୍ରୁପର ମାଲିକ ରାଜେଶ ଗୁାମର ଲଖାନୀ । ବର୍ତ୍ତମାନ ଠେକଇ ଭଳି ଅପରାଧିକ ମାମଲା ସହ ଆର୍ଥିକ ଅନିୟମିତତା ମାମଲା ବି ଲଖାନୀ ଗ୍ରୁପ ସହ ଯୋଡ଼ି ହୋଇଛି ।