ପ୍ରବଳ ବର୍ଷାରେ ନୟାନ୍ତ ଟୁଇନ ସିଟି, ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ତିନି ଘଣ୍ଟା ପାଇଁ ଆଲର୍ଟ

ଭୁବନେଶ୍ୱର: ଆକାଶରୁ ଖସୁଛି ବଜ୍ର । ଟ୍ୱିନ୍ ସିଟିରେ ଭୟଙ୍କର ବଜ୍ରପାତ । ୨୧ ମିନିଟରେ ୬ ହଜାର ୯୦୬ ଥର ମାରିଲା ବିଜୁଳି ଘଡ଼ଘଡ଼ି । ମୁସଳ ବର୍ଷାରେ ବେହାଲ ରାଜଧାନୀ । ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । ଯାତାୟତ ଠପ୍ । ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର ବୁଡି ଯାଇଥିବା ଦେଖିବାକୁ ମିଳିଛି ।