ଲଖାନୀ ଗାର୍ମେଣ୍ଟସର ୨୦ ଲକ୍ଷରୁ ଉର୍ଦ୍ଧ ଅବୈଧ ପୋଷାକ ଜବତ

ବଲାଙ୍ଗୀର : ଅସଲି ବ୍ରାଣ୍ଡରେ ନକଲି ପୋଷାକ ବିକ୍ରି ମାମଲା । ସାମ୍ନାକୁ ଆସିଛି ଟିକସ ଫାଙ୍କବାରର ବଡ଼ ଚିତ୍ର । ବଲାଙ୍ଗୀର ନକଲି ପୋଷାକ ବିକ୍ରି କରୁଥିବା ଲଖାନୀ ଗାର୍ମେଣ୍ଟସର ଖଲିଆପାଲି ଗୋଦାମରେ ରେଡ କରି  ୨୦ ଲକ୍ଷ ୪୨ହଜାର ୯୧୦ଟଙ୍କାର ଅବୈଧ ପୋଷାକକୁ ଜବତ କରିଛି ବଲାଙ୍ଗୀର ଜିଏସଟିର ଏନଫୋର୍ସମେଣ୍ଟ ସ୍ବାର୍ଡ । ଏତେ ମୂଲ୍ୟର ପୋଷାକ ଲଖାନୀ ବିକ୍ରି ପାଇଁ ଆଣଥିଲେ ବି ସେଗୁଡିକର କୌଣସି ବୈଧ ବିଲ କରିନଥିଲା । ଏତେ ମୂଲ୍ୟର ବିଲନଥିବା ପୋଷାକ ଉପରେ ୨ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଜିଏସଟି । ତିନିଦିନ ଭିତରେ ଜରିମାନା ରାଶି ଦାଖଲ କରିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଖଲିଆପାଲିର ଏହି ଗୋଦାମକୁ କୋଲକାତାର ହାଟରୁ ପୋଷାକ ଆଣୁଥିଲା ଲଖାନି ଗ୍ରୁପ । ଏଠାରେ ତାକୁ ନୂଆ ଢ଼ଙ୍ଗରେ ପ୍ୟାକିଂ କରି ନିଜ ଆଉଟଲେଟକୁ ବିକ୍ରି ପାଇଁ ପଠାଉଥିଲା ।Wholesale shop Balangir Lakhani mob-9777552449 DRC MEDIA 2021 - YouTube

ବୁଧବାର ନାମୀଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଲଖାନୀ ନ୍ୟୁ ଗାରମେଣ୍ଟସ ନକଲି ପୋଷକ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ମୁଖ୍ୟତଃ ଲିଭାଇସ, ଆର୍ମର ଓ କାଲଭିନ କମ୍ପାନୀର ନକଲି ପୋଷାକ ଠାବ ହୋଇଥିଲା । ଏହାପରେ ଲଖାନୀ ଗାର୍ମେଣ୍ଟସର ବିଭିନ୍ନ ଗୋଦାମରେ ଚଢ଼ାଉ କରିଥିଲା ପୋଲିସ । ଆଉ ଧିରେ ଧିରେ ଆର୍ଥିକ ଅନିୟମିତତା ସୁରାଗ ମିଳିଥିଲା । ଏଣୁ ଜିଏସଟି ତଦନ୍ତ ପାଇଁ ସୁପାରିସ କରିଥିଲା ବଲାଙ୍ଗୀର ପୋଲିସ । ଆଉ ଜିଏସଟି ଟିମର ତଦନ୍ତ ପରେ ଜଣାପିଛି ୨୦ଲକ୍ଷରୁ ଅଧିକ ମୂଲ୍ୟର ପୋଷାକ କିଣାବିକାରେ ବିଲ ନକରି ଟିକସ ଫାଙ୍କିଛି ଲଖାନୀ ଗ୍ରୁପ । ସେପଟେ ଏହି ପୁରା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି  ଲଖାନୀ ଗ୍ରୁପର ମାଲିକ ରାଜେଶ ଗୁାମର ଲଖାନୀ । ବର୍ତ୍ତମାନ ଠେକଇ ଭଳି ଅପରାଧିକ ମାମଲା ସହ ଆର୍ଥିକ ଅନିୟମିତତା ମାମଲା ବି ଲଖାନୀ ଗ୍ରୁପ ସହ ଯୋଡ଼ି ହୋଇଛି ।