ରାଜଧାନୀରେ ପୁଣି ମାତିଲେ ଲୁଟେରା, ସୁନା ଦୋକନରୁ ସଟର ତାଡ଼ି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ସୁନା ଦୋକନରୁ ସଟର ତାଡ଼ି ଲୁଟ। ଇନ୍ଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି । ଦୋକାନର ସଟର ତଡିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବାଉଁଶରେ ବୁଲାଇ ଦେଇଥିଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ସିସିଟିଭିରେ କଏଦ ହୋଇଛି ଘଟଣା । ଇନ୍ଫୋସିଟି ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୋକାନରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ଟିମ୍‌ । ଶାବଳରେ ସଟର ତାଡ଼ିଛନ୍ତି ଏକାଧିକ ଲୁଟେରା । ସମସ୍ତ ଲୁଟେରା ପେଷାଦାର ଥିବା ପୋଲିସ ସନ୍ଦେହ କରୁଛି ।

ସୁନା ଦୋକାନ ପାଖରେ ଥିବା ବ୍ୟାଙ୍କର ସିସିଟିଭି ସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନବିନ୍ କରୁଛି । ଦୋକାନ ଭିତରେ ଲକର ଥିଲା । ଲକର ଭାଙ୍ଗି ବାକୁ ଉଦ୍ୟମ କରି ବିଫଳ ହୋଇଛି । କ୍ୟାସ କାଉଣ୍ଟର ଭାଙ୍ଗି ୧୫ ହଜାର ଟଙ୍କା ନେଇଛନ୍ତି ଲୁଟେରା। ସୁନା ଦୋକାନ ସୋକେଶରେ ଇମିଟେସନ ଥିଲା। ସେଥିରେ ହାତ ମାରିନାହାନ୍ତି ଲୁଟେରା ।