ଖୋଲିଲା NRI କୋଟାରେ ଆଡମିଶନ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

1 min read

ଭୁବନେଶ୍ୱର: ଅପରେସନ NRI ଆଡମିଶନ ସ୍କାମ୍ । ପଇସା ବାଲା ପିଲାଙ୍କୁ ଆଡମିଶନ ଅଫର । ନାମୀଦାମୀ ଶିକ୍ଷାନୁ୍ଷ୍ଠାନରେ ଏଣ୍ଟ୍ରିର ସୁଯୋଗ । ଆଶାୟୀଙ୍କୁ ମ୍ୟାନେଜମେଣ୍ଟ ଓ ଏନଆରଆଇ କୋଟାର ଥୋପ । ରାଜଧାନୀରେ ଠକ ଖୋଲିଥିଲେ ସଂସ୍ଥା । ଅଭିନନ୍ଦନ ବାରିକ ଓ ରାଜେଶ୍ ରୋସନ ସାହୁ । ଜଣେ ଡିପ୍ଲୋମା ଓ ଅନ୍ୟ ଜଣେ ବି-ଟେକ୍ ପାସ ଆଉଟ୍ । ଦୁଇ ଜଣ ଭୁବନେଶ୍ବର ନୟାପଲ୍ଲୀରେ ୮ ବର୍ଷ ହେଲା ଖୋଲିଥିଲେ ଡିଏଫ ଆକାଡେମୀ । ଏମବିବିଏସ, ବି-ଟେକ, ଫାର୍ମା, ଏମବିଏ, ନର୍ସି, ଲ’ ଆଡମିଶନ ପାଇଁ ପ୍ରମୁଖ ବିଶ୍ବବିଦ୍ୟାଳୟରେ ସିଟ୍ କରାଇଦେବାକୁ ଦେଉଥିଲେ ଅଫର । ଏଥିପାଇଁ ନେଉଥିଲା ମୋଟା ଅଙ୍କର ଟଙ୍କା । ଝାରୁସୁଗୁଡାର ଜଣଙ୍କୁ ଠାରୁ ଦାମୀ ବିଶ୍ବବିଦ୍ୟଳୟରେ ମେଡିକାଲ ସିଟ୍ ପାଇଁ ଆଡମିଶନ କରାଇ ଦେବାକୁ କହି ନେଇଥିଲେ ୩ ଲକ୍ଷ ଟଙ୍କା । ମ୍ୟାନେଜମେଣ୍ଟ କୋଟାରେ ଆଡମିଶନ ପରେ ଜାତୀୟ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଟଙ୍କା ଫେରିଥାଏ । ହେଲେ ଅଭିଯୋଗକାରୀକୁ ଟଙ୍କା ନ ମିଳବା ପରେ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ରାକେଟର ଖୋଲିଛି ଗୁମର ।

ଏନଆରଆଇ କୋଟା କ’ଣ ? କେମିତି ଠକ କରୁଥିଲେ ଠକେଇ ? ବିଦେଶରେ ରହୁଥିବା ଲୋକମାନଙ୍କ ଆଡମିଶନ ପାଇଁ ଅନେକ ଶିକ୍ଷାନୁଷ୍ଠାନରେ ଏନଆରଆଇ କୋଟା ରହିଥାଏ । ସେହି ସବୁ କୋଟା ସିଟକୁ ଆଶାୟୀକୁ ସୁବିଧାରେ କରାଇ ଦେବାକୁ କହି ମୋଟା ଅଙ୍କରେ ଟଙ୍କା ନେଉଥିଲେ । ଏନଆରଆଇ ସହିତ ପରିଚିତ ନଥାଇ ବି ଜାଲ କାଗଜପତ୍ର କରି ଆଡମିଶନ କରାଉଥିବା ପୋଲିସ ସନ୍ଦେହ କରିଛି । ତଦନ୍ତ ବେଳେ ଦୁଇ ଜଣ ଠକଙ୍କ ନାମରେ ଏବେଶୁ୍ଦ୍ଧା ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ପୋଲିସ ସୂଚନା ପାଇଛି । ଦୁଇ ଜଣଙ୍କ ରାକେଟରେ ଏକାଧିକ ଲୋକ କାମ କରୁଥିବା ଜଣାପଡିଛି । ଏପରିକି ପ୍ରତି ଜିଲ୍ଲାରେ ଏହି ଗ୍ୟାଙ୍ଗ ଏଜେଣ୍ଟ ରଖିଥିବା ପୋଲିସ ଜାଣିବାକୁ ପାଇଛି । ଦୁଇ ଜଣଙ୍କ ଠାରୁ ୨ଟି ଦାମୀ କାର, ୨ଟି ଲ୍ୟାପଟପ୍, ୩ ଟି ଟଙ୍କା ଗଣା ମେସିନ, ୪ ଲକ୍ଷ ୫୦ ହଜାର ଟଙ୍କା, ବ୍ରୋଚର, ହ୍ବାଟସଅପ ଚାର୍ଟ ଓ ମୋବାଇଲ ଜବତ ହୋଇଛି । ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଆଡମିଶନ ନାଁରେ ଚାଲିଥିବା ସ୍କାମ ସିଣ୍ଡିକେଟ ଗୁମର ଖୋଲିବା ପାଇଁ ରିମାଣ୍ଡରେ ଆଣିବ ପୋଲିସ ।